କାର୍ ଧକ୍କାରେ ବୃଦ୍ଧଙ୍କ ଭାଙ୍ଗିଲା ଗୋଡ

ବାରଙ୍ଗ,୧୨/୩(ଏସଏସନିୟୁଜ )ବାରଙ୍ଗଥାନା ଅନ୍ତର୍ଗତ ଗୋଡିସାହି ଫାଣ୍ଡି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।ଏକ କାର୍ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ହୋଇଥିବାବେଳେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ କଟକରୁ ଅନୁଗୁଳ ଯାଉଥିବା ଏକ କାର ଗୋଡିସାହି ଫାଣ୍ଡି ନିକଟରେ ଜଣେ ବୃଦ୍ଧଙ୍କୁ ପଛପଟୁ ଧକ୍କା ଦେଇଥିଲା।ଫଳରେ ବୃଦ୍ଧଙ୍କ ଗୋଡ଼ ଭାଙ୍ଗି ଯିବାରୁ ଗୁରୁତର ହୋଇଥିଲେ।ବୃଦ୍ଧ ଜଣକ ବାଙ୍କୀ ଭଗିପୁର ଅଞ୍ଚଳର ପବିତ୍ର ଜେନା (୬୫) ବୋଲି ସୂଚନା ମିଳିଛି।ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି କାରଟିକୁ ଜବତ କରିବା ସହିତ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛି।(ଗୌତମ ରାଉତଙ୍କ ରିପୋର୍ଟ )

Comments (0)
Add Comment