ଉଦୟନଗରରେ ବାବା ଉଦୟନାଥଙ୍କ ମନ୍ଦିରର ଭୂମିପୂଜା କଲେ ଜଟଣୀବିଧାୟକ

ଭୂବନେଶ୍ବର,୧୨/୩(ଏସଏସନିୟୁଜ ) ଭୂବନେଶ୍ବର ଉପକଣ୍ଠ ଚନ୍ଦକା ପଞ୍ଚାୟତ ସୁନ୍ଦରପୁରର  ଉଦୟନଗରରେ ମହା ଜାଗର ଉପଲକ୍ଷେ ବାବା ଉଦୟନାଥଙ୍କ ମନ୍ଦିର ନିର୍ମାଣ ପାଇଁ ବହୁ ଆଡମ୍ବର ସହକାରେ ଭୂମି ପୂଜା ଓ ଶିଳାନ୍ୟାସ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଯୋଗଦେଇ ଶିଳାନ୍ୟାସ କରିଛନ୍ତି । ଉକ୍ତସଭାରେ ମୁଖ୍ୟତଃ ତିନୋଟି ବିଷୟ ଆଲୋଚନା ହୋଇଥିଲା ଉଦୟନଗରର ସମସ୍ତ ରାସ୍ତାକୁ କଂକ୍ରିଟ୍ କରାଯିବ, ସମସ୍ତ ବିଦ୍ୟୁତ୍ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ୍ ଲଗାଇବା ଓ ଆସନ୍ତା ଜାଗର ଯାତ୍ରା ପୂର୍ବରୁ ବାବା ଉଦୟନାଥଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ବିଧାୟକଙ୍କ ପ୍ରତିଶୃତି ଦେଇଥିଲେ।

Comments (0)
Add Comment