କେହି ଶୁଣିଲେନି ଶେଷରେ ରାସ୍ତାକାମ ନିଜେ କଲେ ଗ୍ରାମବାସୀ

ବାରଙ୍ଗ,୧୨/୩(ଏସ୍‌ଏସ୍‌ନିୟୁଜ)ଶୁଣିଲେନି ଲୋକପ୍ରତିନିଧି,ବ୍ଲକପ୍ରଶାସନ ।ବହୁବାର ଦୈାଡିଲେ ଗୁହାରୀନେଇ । ମିଳିଲା କେବଳ ଆଶ୍ୱାସନା ।କିନ୍ତୁ ହେଲାନି ଲୋକମାନଙ୍କ ସମସ୍ୟାର ନିରାକରଣ ।ନିରାଶ ହେବାପରେ ଆଉ ଗୁହାରୀ ନକରିବାକୁ ନିଷ୍ପତି ନେଲେ ।ଶେଷରେ ଅଂଟାଭିଡିଲେ ଗ୍ରାମବାସୀ । ଆଉ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ନିଜେ ଲାଗିପଡିଲେ । କଷ୍ଟ ସିନା ହେଲା କିନ୍ତୁ ଖାଲଖମା ଭରା ରାସ୍ତା ସମତଳ ହୋଇଥିଲା ।ନିଜର ରାସ୍ତାକୁ ନିଜେ ମରାମତି କରି ଆଜି ବେଶ ଚର୍ଚ୍ଚାକୁ ଆସିଛନ୍ତି ଗ୍ରାମବାସୀ । ଆମେ କହୁଛୁ ବାରଙ୍ଗବ୍ଲକର ରାମଦାସପୁର ପଂଚାୟତର ଗୁଆକୋଳିମୁଣ୍ଡଆ ଭୋଇସାହି ଗ୍ରାମର କଥା ।
ତ୍ରିଶୂଳିଆ ବାଙ୍କୀ ମୁଖ୍ୟ ରାସ୍ତାରୁ ଗ୍ରାମଆଉକୁ ଲମ୍ବିଯାଇଥିବା ହାଡବାଇ ଛକ ଠାରୁ ଅଙ୍ଗନବାଡି କେନ୍ଦ୍ର ପର୍ଯ୍ୟନ୍ତ ପ୍ରାୟ ୨୦୦ ମିଟର ରାସ୍ତା ।ଯାହାକି ଏହି ଗ୍ରାମର ମୁଖ୍ୟ ରାସ୍ତାରୁପେ ପରିଚିତ ।ଏହି ରାସ୍ତାଦେଇ ଗ୍ରାମବାସୀମାନେ ଗ୍ରାମକୁ ଯାତାୟତ କରିଥାନ୍ତି ।କିନ୍ତୁ ପର୍ଯ୍ୟାୟକ୍ରମେ ଏହାର ମରାମତି ଅଭାବ ସହ ବଡବଡିଆଙ୍କ ବଡବଡଗାଡିମଟର ଯାତାୟତ କରିବାଦ୍ୱାରା ରାସ୍ତାଟି ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଥିଲା ।ଖାଲଖମାରେ ପରିପୁର୍ଣ ହୋଇ ଯାତାୟତ ନିମନ୍ତେ ଅନୁପଯୁକ୍ତ ପାଲଟିଥିଲା ।ଗ୍ରାମର ପ୍ରବେଶପଥରରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଏହାର ମାରମତି ପାଇଁ ଗ୍ରାମବାସୀମାନେ ଲୋକପ୍ରତିନିଧିମାନଙ୍କଠାରୁ ଆରମ୍ଭ କରି ବ୍ଲକବଡବାବୁ ମାନଙ୍କ ପାଖକୁ ଯାଇ ଗୁହାରୀ କରିଥିଲେ ।ହେଲେ ଫଳ ଶୁନ ହୋଇଥିଲା ।ରାସ୍ତା ଖୁବଶିଘ୍ର ମରାମତି ହୋଇଯିବ ବୋଲି କେବଳ ଲୋକଦେଖାଣିଆ ପ୍ରତିଶୃତି ମିଳିଥିଲା ।କିନ୍ତୁ ସମୟାନୁକ୍ରମେ ରାସ୍ତାଟି ମରାମତି ହୋଇପାରିନଥିଲା । ସମସ୍ତଙ୍କ ଉପରେ ଗ୍ରାମବାସୀମାନଙ୍କର ଭରଷା ତୁଟିଯାଇଥିଲା ।ଶେଷରେ ଖାଲଖମାରେ ପରିପୁର୍ଣ ରାସ୍ତାକୁ ନିଜେ ମରାମତି କରିବାକୁ ଚନ୍ତାକରିଥିଲେ ।ସୁକ୍ରବାରଦିନ ଗ୍ରାମବାସୀମାନେ ଏକାଠି ହୋଇ ରାସ୍ତାରେ ମାଟିପକାଇ ସମତଳ କରିବା ସହ ଧୁଳି ନଉଡିବାପାଇଁ ପାଣି ପକା ଇଥିଲେ ।ଗ୍ରାମବାସୀ ମାନଙ୍କର ଏହି କାର୍ଯ୍ୟପରେ ସବୁଆଡୁ ସେମାନଙ୍କୁ ମିଳୁଛି ସାବାସୀ ଓ ପ୍ରଶଂସା ।କେବଳ ଏତିକି ନୁହେଁ ଏହାସହିତ ଗ୍ରାମବାସୀମାନଙ୍କର ଏକତା ସହିତ ଉଦାହରଣ ସୃଷ୍ଟି କରିଥିବା ଏହି କାର୍ଯ୍ୟକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବାର ଦେଖିବାକୁ ମିଳିଛି ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

 

Comments (0)
Add Comment