Browsing monthly archive

June 2021

ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଙ୍କ ବଡ ଘୋଷଣା

ଭୁବନେଶ୍ୱର,୭/୬(ଏସଏସନିୟୁଜ) ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାର ଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । କେନ୍ଦ୍ର ତରଫରୁ ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବା ସହ ଟିକାପାଇଁ କିଛି ବି ଟଙ୍କା ରାଜ୍ୟ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡିବ ନାହିଁ ।ଯେଉଁମାନେ ଚାହିଁବେ ସେମାନେ ଘରୋଇ ହସପିଟାଲରୁ ଟଙ୍କା ଦେଇ ଟିକା ନେଇପାରିବେ । ରାଜ୍ୟ ଘରୋଇ […]

କେନ୍ଦ୍ରମନ୍ତ୍ରୀ ଲୋକାର୍ପଣ କରିବେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ଭୁବନେଶ୍ୱର,୭/୬(ଏସ ଏସ ନିୟୁଜ) ଆଜି ଅପରାହ୍‌ଣ ୪ଟାରେ VCଜରିଆରେ ଢେଙ୍କାନାଳ ଖଡ଼ଗପ୍ରସାଦରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟାଟା ଷ୍ଟିଲ,ଭୂଷଣ ଷ୍ଟିଲ ଦ୍ବାରା ହସ୍ପିଟାଲକୁ ବିକଶିତ କରାଯାଇଛି। ହସ୍ପିଟାଲରେ ୯୦ଟି ସାଧାରଣ ଶଯ୍ୟା ଓ ୧୦ଟି ଆଇସିୟୁ ବେଡ୍ ରହିଛି ।

ଦ୍ୱାଦଶ ମାର୍କ ଅପଲୋଡ ପାଇଁ ଆସିଲା ନିର୍ଦ୍ଦେଶ

ଭୁବନେଶ୍ୱର୭/୬(ଏସଏସନିୟୁଜ) ସିବିଏସଇ ପକ୍ଷରୁ ଦ୍ୱାଦଶ ମାର୍କ ଅପଲୋଡ କରିବାକୁ ସବୁ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଛି ।ଏହାସହ ଯେଉଁମାନେ ପ୍ରାକ୍ଟିକାଲ/ଇଣ୍ଟରନେଟ୍ ଆସେସମେଣ୍ଟ କରିନାହାନ୍ତି, ସେମାନଙ୍କୁ ତୁରନ୍ତ ଅନଲାଇନରେ ଆସେସମେଣ୍ଟ କରି ଜୁନ୍ ୨୮ ସୁଦ୍ଧା ଅପଲୋଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।କରୋନା ସମୟରେ ପିଲାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ଦେଶବ୍ୟାପୀ ବାତିଲ କରିଥିଲେ ।

ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ସ୍ଥାନାନ୍ତର ହେବେ ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର୭/୬(ଏସଏସନିୟୁଜ) କରୋନାରେ ଆକ୍ରାନ୍ତ ହୋଇ କଟକର ଅଶ୍ୱିନୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ଉନ୍ନତ ଚିକିତ୍ସା ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତାର ଏକ ହସ୍‌ପିଟାଲ୍‌କୁ ନିଆଯିବ । ପାଣିଗ୍ରାହୀଙ୍କୁ ଇକ୍‌ମୋ ସପୋର୍ଟରେ ସେଠାକୁ ନେବାକୁ ୪ ଜଣିଆ ଟିମ୍‌. ଆସି ପହଞ୍ଚିଛନ୍ତି ।

ସେଲ୍‌ଫି ହେଲା କାଳ, ଡ୍ୟାମରେ ବୁଡିଗଲେ ୨ ଯୁବକ

ଭୁବନେଶ୍ୱର, ୭/୬(ଏସଏସନିୟୁଜ) ରାଜଗାଙ୍ଗପୁର କଂଶବାହାଲ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ରାଉରକେଲାରୁ ୫ ଜଣ ସାଙ୍ଗ ଙ୍କ ସହ ବୁଲିବାକୁ ଆସି ଡ୍ୟାମରେ ସେଲ୍‌ଫି ନେବା ବେଳେ ଅସାବଧାନତା ହେତୁ ଡ୍ୟାମରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଡ୍ୟାମ ଦେଖିବା ସହ ସେଲ୍‌ଫି ନେବାବେଳେ ରାଉରକେଲା ଉଦିତନଗର ବାସିନ୍ଦା ପ୍ରମୋଦ ପରିଡ଼ା ଓ ଡିଏଭି ନିକଟରେ ରହୁଥିବା ସୁମନ୍ତ ଦେ ପାଣି ଭିତରକୁ ଖସି ପଡିଥିଲେ । ଖବର ପାଇ ଅଗ୍ନିଶମ […]

ସଂକ୍ରାମଣ ୬୧୧୮ .ମୃତ ୪୧

ଭୁବନେଶ୍ୱର, ୭/୬(ଏସଏସନିୟୁଜ) ଗତ ୨୪ ଘଣ୍ଟାରେ ପୁଣି ୬୧୧୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୬୬୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖୋର୍ଦ୍ଧାରେ ୪୯୫, କଟକରେ ୬୪୦, ଯାଜପୁରରୁ ୫୬୩, ଅନୁଗୁଳରେ ଆଜି ୪୧୬. […]

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କେନ୍ଦୁଝର,୭/୬(ଏସଏସନିୟୁଜ) କେନ୍ଦୁଝର ଗଡ଼ ଷ୍ଟେସନ ନିକଟରେ ରବିବାର ଦିନ ପ୍ରାୟ ସାଢେ୧୨ ସମୟରେ ଏକ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଲୁହାପଥର ଆଣିବାକୁ ବଡ଼ବିଲ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।ଫଳରେ ତିନୋଟି ଖାଲି ବଗି ହଠାତ୍ ଲାଇନଚ୍ୟୁତ ହୋଇଯାଇଛି ।ଏହାଫଳରେ ଟ୍ରେନ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି ।

ଶୁଭାରମ୍ଭହେଲା ଡୋରଷ୍ଟେପ୍ ଅକ୍ସିଜେନ କନସନଟ୍ରେଟର ସେବା

ଭୁବନେଶ୍ୱର,୭/୬(ଏସଏସନିୟୁଜ) ଘରେ ଅକ୍ସିଜେନ କନସେନଟ୍ରେଟର ପହଞ୍ଚାଇବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର ।ପ୍ରାଥମିକ ପର୍ଯ୍ୟାୟରେ ୫ଟିସହର ଭୁବନେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁର ପାଇଁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ସାଧାରଣ ଜନତାଙ୍କର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଓ କୋଭିଡ ସଂକ୍ରମିତଙ୍କ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ଡୋରଷ୍ଟେପ ଅକ୍ସିଜେନ ସେବା ଆରମ୍ଭ କରିଛନ୍ତି ।ଏଣିକି ଏହି ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ ।

ଓଡ଼ିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର,୭/୬(ଏସଏସନିୟୁଜ) ଓଡ଼ିଶାରେ ପହଁଚିଲେ କେନ୍ଦ୍ରୀୟ ଟିମ୍ ।ବାତ୍ୟା ‘ୟାସ’ କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶାରେ ପହଞ୍ଚିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣାଲାଙ୍କ ନେତୃତ୍ୱରେ ଆସିଥିବା ଟିମ୍ ସୋମବାର ଓ ମଙ୍ଗଳବାର ୪ ଜିଲ୍ଲାକୁ ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିବା ସହ ଉଚ୍ଚପଦାଧିକାରୀଙ୍କ ସହିତ ଆଲୋଚନା କରିବେ । ବାତ୍ୟା କ୍ଷୟକ୍ଷତି ଆକଳନ କରି ଫେରିବା ପରେ କେନ୍ଦ୍ରସରକାରଙ୍କ ପାଖରେ ଏକ ସ୍ୱତନ୍ତ୍ର ରିପୋର୍ଟ ଦାଖଲ କରିବେ ।ତେବେ ବାତ୍ୟାରେକ୍ଷୟକ୍ଷତି […]

ଆଜିର ରାଶିଫଳ

ଜୁନ ମାସ ୦୭ ତାରିଖ ୨୦୨୧ ମସିହା(ସୋମବାର)ଜ୍ୟେଷ୍ଠମାସ-କୃଷ୍ଣପକ୍ଷ,ତିଥି-ଦ୍ଵାଦଶୀ ,ମେଷ ରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ ଭକ୍ଷଣ ନିଷେଧ ।  ମେଷ-ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ | ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ | ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ | କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ | ବ୍ୟାପାରରେ ନୂତନ ଯୋଜନା ଲାଭଦାୟୀ ରହିବ | ପରିବାରରେ […]