ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବାକୁ ପ୍ରଧାନମନ୍ତ୍ରୀ ଙ୍କ ବଡ ଘୋଷଣା

ଭୁବନେଶ୍ୱର,୭/୬(ଏସଏସନିୟୁଜ) ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଯୋଗାଇଦେବା ସହ ଜୁନ ୨୧ ତାରିଖ ସୋମବାର ଠାରୁ ସମସ୍ତଙ୍କୁ ଏହି ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । କେନ୍ଦ୍ର ତରଫରୁ ସମସ୍ତ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବା ସହ ଟିକାପାଇଁ କିଛି ବି ଟଙ୍କା ରାଜ୍ୟ ସରକାରଙ୍କୁ ଖର୍ଚ୍ଚ କରିବାକୁ ପଡିବ ନାହିଁ ।ଯେଉଁମାନେ ଚାହିଁବେ ସେମାନେ ଘରୋଇ ହସପିଟାଲରୁ ଟଙ୍କା ଦେଇ ଟିକା ନେଇପାରିବେ । ରାଜ୍ୟ ଘରୋଇ ହସ୍ପିଟାଲର ଟିକାକରଣ ଉପରେ ନଜର ରଖିବାସହ ସର୍ବାଧିକ ୧୫୦ ଟଙ୍କା ହିଁ ସର୍ଭିସ ଚାର୍ଜ ଘରୋଇ ହସ୍ପିଟାଲ ନେଇପାରିବେ ବୋଲି ମୋଦୀ କହିଛନ୍ତି ।କରୋନା ସମୟରେ ଜୀବିକା ବିପନ୍ନ ହୋଇଥିବାରୁ ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ମଧ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି ମୋଦୀ ।

Comments (0)
Add Comment