Browsing daily archive

July 25, 2021

୪୫ ହଜାର କେଜି ମହୁଲ ପୋଚନଷ୍ଟ କଲା ଅବକାରୀ ବିଭାଗ

ରାଉରକେଲା, ୨୫/୭(ଏସଏସନିୟୁଜ) ଦେଶୀ ମଦ ରନ୍ଧା ଶାଳରେ ଅତର୍କିତ ଚଢ଼ଉ କରି ବହୁ ପରିମାଣର ମହୁଲ ପୋଚ, ଦେଶୀ ମଦ ଜବତ କରିଛି ସମ୍ବଲପୁର ଅବକାରୀ ଗୁଇନ୍ଦା ବିଭାଗ , ରାଉରକେଲା ଅବକାରୀ ବିଭାଗ ଓ କଟକ ଫ୍ଲାଇଂ ସ୍କ୍ବାଡ୍ ।ଏହି ଦଳ ମିଳିତଭାବେ ବୀରମିତ୍ରପୁର ଓ ବିଶ୍ରା ଥାନା ଅନ୍ତର୍ଗତ କରିଛାପଲ, ଲାଙ୍କୋଇ, ଟଙ୍କ‌ଟୋଲି ଆଦି ଗ୍ରାମ‌ରେ ଚଢ଼ଉ କରିଦେଶୀ ମଦ ରନ୍ଧାଶାଳରୁ ୧୨ଶହ ଲିଟର ଦେଶୀ ମଦ ଜବତ କରିବାସହ ପ୍ରାୟ ୪୫ ହଜାର […]

ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର କରାଇବାକୁ ଦାବି କଲା ବିଜେପି

ଭୁବନେଶ୍ବର, ୨୫/୭(ଏସଏସନିୟୁଜ)ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ଶୀଘ୍ର ନକରାଇଲେ ରାଜ୍ୟ ନିର୍ବାଚନ କମିସନଙ୍କୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପଛାଇବନାହିଁ ବୋଲି ଚେତାବନୀ ଦେଇଛି ବିଜେପି ।ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଟାଳଟୁଳ ନୀତି ବିରୋଧରେ ହାଇକୋର୍ଟ ଯିବୁ ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।ସେ ଅହୁରି ଅଭିଯୋଗ କରିଛନ୍ତି ଯେ, ଲୋକସଭା ଓ ବିଧାନସଭା ଭଳି ପଞ୍ଚାୟତ ଓ ପୌର ସମୟ ଅବଧି ୫ […]

ଉଦଘାଟିତ ହେଲା ବ୍ରହ୍ମାକୁମାରୀ ପାଠଶାଳା

ଆସ୍କା, ୨୫/୭(ଏସଏସନିୟୁଜ)ରବିବାର ଦିନ ଆସିକା ଭେଜିପୁଟ ଗ୍ରାମରେ ବାଦଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମାକୁମାର ବନମାଳୀ ଭାଇଙ୍କ ଘରେ ବ୍ରହ୍ମାକୁମାରୀ ଗୀତା ପାଠଶାଳା ଆସିକା ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି ପାଠଶାଳା ଉଦଘାଟନ କାର‌୍ୟ୍ୟକ୍ରମରେ ଆଲିପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ପାତ୍ର ଓ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ବିଶୋଇ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ତଥା ଶିବଧ୍ବଜା ଉତ୍ତୋଳନ କରିଥିଲେ। ଏହି […]

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୨୫/୦୭(ଏସ ଏସ ନିୟୁଜ)   ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୮ ତାରିଖବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ୨୭ ତାରିଖରୁ ୨୯ ତାରିଖ ଯାଏଁ ବର୍ଷା ହେବ ।ପାଣିପାଗ ବିଭାଗ ଆକଳନ ଅନୁଯାୟୀ ରବିବାର ରାଜ୍ୟରେ କେତେକ ଜାଗାରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୋମବାର ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁରରେ ଘଡ଼ଘଡ଼ି […]

ଆସନ୍ତାକାଲି ଖୋଲିବ ସ୍କୁଲ

ଭୁବନେଶ୍ୱର, ୨୫/୭(ଏସଏସନିୟୁଜ) ଆସନ୍ତାକାଲି କାଲି ସ୍କୁଲ ଖୋଲିବ, ଯେଉଁ ପିଲାମାନେ ସ୍କୁଲକୁ ନ ଆସିପାରିବେ କିମ୍ବା ଅଭିଭାବକ ସେମାନଙ୍କ ପିଲାଙ୍କୁ କୋଭିଡ କାଳରେ ସ୍କୁଲକୁ ପଠାଇବାକୁ ଇଛାପ୍ରକାଶ ନକରିବେ ସେମାନେ ଅନଲାଇନରେ କ୍ଲାସ କରିପାରିବେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ପିଲାମାନେ କ୍ଲାସରୁମରେ କୋଭିଡ୍-୧୯ ଗାଇଡଲାଇନକୁ ଅନୁସରଣ କରି ପାଠ ପଢ଼ିବେ ।ପିଲାସଂଖ୍ୟା ବଢିଲେ ବି କେବଳ ଦଶମ ଶ୍ରେଣୀ ପାଇଁ ସ୍କୁଲ ଖୋଲୁଥିବାରୁ ଶିକ୍ଷକ ବା କ୍ଲାସରୁମର ଅଭାବ ପିଲାମାନେ […]

କାଣି ନଦୀରେ କୁମ୍ଭୀର

ଦଶରଥପୁର, ୨୫/୭(ଏସଏସନିୟୁଜ) କାଣି ନଦୀରେ ବୁଲୁଛି କୁମ୍ଭୀôର । ବିଭିନ୍ନ କାର‌୍ୟ୍ୟ ପାଇଁ ନଦୀ ଉପରେ ନିର୍ଭର କରୁଥିବା ନଦୀକୁଳିଆ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୁମ୍ଭୀର କୁନେଇ ଆତଙ୍କ ଖେଳିଯାଇଛି।ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତର ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କର ଏକ ଗାଈ କାଣି ନଦୀ କୂଳରେ ଚରୁଥିବାବେଳେ ନଦୀ ଭିତରେ ଥିବା ଏକ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା। ପାଖରେ ଥିବା କିଛିଲୋକ ଏହାଦେଖି ସଙ୍ଗବଦ୍ଧଭାବେ ଗାଇଟିକୁ ଖୋଜିଥିଲେ ମଧ୍ୟ ଗାଈର ପତା […]

ରାସ୍ତା ଉପରେ ପ୍ରବାହିତ ହେଉଛି ବର୍ଷାଜଳ

ଦେବଗଡ଼, ୨୫/୭(ଏସଏସନିୟୁଜ) ଶୁକ୍ରବାର ଦିନ ପ୍ରବଳ ବର୍ଷା ଯୋଗୁ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି ।ଫଳରେ ଜାଲିସୁଆଁ, ବୁଢାଭୂଇଁ ଗ୍ରାମ ସମେତ ଆଖପାଖ ଗ୍ରାମରେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ବାରକୋଟ ବ୍ଲକ ଅନ୍ତର୍ଗତ ଜାଲିସୁଆଁ ଗ୍ରାମ ଦେଇ ଯାଇଥିବା ପାହାଡ଼ି ନାଳରେ ଜଳ ବଢିବାରୁ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇଥିଲା।

ବନବିଭାଗ ଜବତ କଲା ବଜ୍ରକାପ୍ତା କାତି

ଢେଙ୍କାନାଳ, ୨୫/୭(ଏସଏସନିୟୁଜ) ଢେଙ୍କାନାଳ ବନ ବିଭାଗ ୧୪.୨ କିଲୋ ବଜ୍ରକାପ୍ତା କାତି ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।ରବିବାରଦିନ ଢେଙ୍କାନାଳ ବନ ବିଭାଗ ଏବଂ ଜବଲପୁରର ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବିଭାଗ ଦ୍ବାରା ମିଳିତ ଅପରେସନରେ ବଜ୍ରକାପ୍ତା କାତି ଜବତ କରିବାସହ ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ବନମାଳିପ୍ରସାଦର ରତ୍ନାକର ରାଉତ ଓ ବାଜି ଛକର ଫିରୋଜ ଖାନ୍ ଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍ ଓ ଦୁଇଟି ମୋବାଇଲ୍ […]

ସେବକଙ୍କ ଖଟଣି ରୋଷଘରୁ ଚୋରି

ସାକ୍ଷୀଗୋପାଳ, ୨୫/୭(ଏସଏସନିୟୁଜ) ସାକ୍ଷୀଗୋପାଳ ମନ୍ଦିର ପରିସରରେ ଥିବା ସେବାୟତଙ୍କ ଖଟଣି ରୋଷଘରୁଗତକାଲି ଚୋରି ହୋଇଛି । ରୋଷଘର କବାଟ କୁନ୍ଦା ଭାଙ୍ଗି ୧ ଗୋଟି ଲୁହା କରେଇ ,୨ ଗୋଟି ପିତ୍ତଳ ଥାଳି ଓ ୬ ଗୋଟି ସିଲଭର ଥାଳି ଦୁର୍ବୃତ୍ତ ମାନେ ଚୋରି କରିନେଇଥିବାର ଜଣାପଡିଛି ।ଏବିଷୟରେ ସେବାୟତ ମାନଙ୍କ ତରଫରୁ ମନ୍ଦିର ସୁପରଭାଇଜର, କାର‌୍ୟ୍ୟନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଯାଇଛି ।

ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି, ୨୫/୭(ଏସଏସନିୟୁଜ) ରବିବାର ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଚିନ୍ତଗୁମ୍ଫାରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟରେଜଣେ ମାଓବାଦୀର ମୃତ୍ୟୁ ଘଟିଥିବାର ଜଣାପଡିଛି । ସିଆରପିଏଫ୍, ଡିଆରଜି ଓ ଏସଟିଏଫ୍ ଯବାନଙ୍କ ମିଳିତ କମ୍ବିଂ ଅପରେସନ ଚାଲିଥିବା ବେଳେ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା।ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ କିଛି ବିସ୍ଫୋରକ ଜବତ କରାଯାଇଥିବାର ଜଣାପଡିଛି ।