କାଣି ନଦୀରେ କୁମ୍ଭୀର

ଦଶରଥପୁର, ୨୫/୭(ଏସଏସନିୟୁଜ) କାଣି ନଦୀରେ ବୁଲୁଛି କୁମ୍ଭୀôର । ବିଭିନ୍ନ କାର‌୍ୟ୍ୟ ପାଇଁ ନଦୀ ଉପରେ ନିର୍ଭର କରୁଥିବା ନଦୀକୁଳିଆ ସ୍ଥାନୀୟ ଲୋକଙ୍କ ମଧ୍ୟରେ କୁମ୍ଭୀର କୁନେଇ ଆତଙ୍କ ଖେଳିଯାଇଛି।ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତର ଇଚ୍ଛାପୁର ଗ୍ରାମର ରବୀନ୍ଦ୍ର ଦାସଙ୍କର ଏକ ଗାଈ କାଣି ନଦୀ କୂଳରେ ଚରୁଥିବାବେଳେ ନଦୀ ଭିତରେ ଥିବା ଏକ କୁମ୍ଭୀର ଗାଈଟିକୁ ପାଣି ଭିତରକୁ ଟାଣି ନେଇଥିଲା। ପାଖରେ ଥିବା କିଛିଲୋକ ଏହାଦେଖି ସଙ୍ଗବଦ୍ଧଭାବେ ଗାଇଟିକୁ ଖୋଜିଥିଲେ ମଧ୍ୟ ଗାଈର ପତା ପାଇପାରିନଥିଲେ ।କିନ୍ତୁ ପାଣିଭିତରେ ଏକ ବଡ଼ କୁମ୍ଭୀର ବୁଲୁଥିବା ଲୋକମାନେ ଦେଖିବାକୁ ପାଇଥିଲେ।

Comments (0)
Add Comment