Browsing daily archive

August 2, 2021

ପୂର୍ବତନ ପ୍ରଶାସକ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ.

ଭୁବନେଶ୍ୱର,୨/୮(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସରପ୍ରାପ୍ତ ଆଇଏଏସ୍ ଅଫିସର୍ ଉପେନ୍ଦ୍ର ତ୍ରିପାଠୀଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ।ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ସହ କାର୍ଯ୍ୟକାରୀ ସଭାପତି ଓ ଅଧ୍ୟକ୍ଷ ଭାବେ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ୱ ନିର୍ବାହ କରିବେ । ରାଷ୍ଟ୍ରମନ୍ତ୍ରୀ ପାହ୍ୟା ସହ ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ ଉପେନ୍ଦ୍ର.ା ଗଞ୍ଜାମ ଜିଲ୍ଲାର ରମ୍ଭା ନିକଟ କହକପୁରରେ ଜନ୍ମିତ ଶ୍ରୀ ତ୍ରିପାଠୀ କର୍ଣ୍ଣାଟକ କ୍ୟାଡର୍ ୧୯୮୦ ବ୍ୟାଚ୍ ଆଇଏଏସ୍ ଅଫିସର୍ ଭାବେ କାର୍ଯ୍ୟାରମ୍ଭ କରିଥିଲେ […]

ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ପରଲୋକ

ଭୁବନେଶ୍ୱର,୨/୮(ଏସଏସନିୟୁଜ) ପୂର୍ବତନ ବିଧାୟକ ଅରୁଣ ଦେଙ୍କ ଆମ୍ରି ହସ୍ପିଟାଲରେ ସଂଧ୍ୟା ୭ଟା ୨୦ରେ ପରଲୋକ ଘଟିଛି । ବାଲେଶ୍ୱରର ୫ ଥର ବିଧାୟକ ରହିଥିବା ଅରୁଣ ଦେ କରୋନାରେ ଆକ୍ରାନ୍ତ ହୋଇ ଚିକତ୍ସିତ ହେଉଥିଲେ । ୩ଥର ଏନସିପିରୁ ଥରେ ଓଜିପିରୁ ଏବଂ ଥରେ ସ୍ୱାଧୀନ ଭାବରେ ସେ ବିଧାୟକ ନିର୍ବାଚିତ ହୋଇଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା ।

ଫସିଲା ଆମ୍ବୁଲାନ୍ସ

କେନ୍ଦୁଝର , ୨/୮(ଏସଏସନିୟୁଜ) ଗୁରୁତର ମହିଳାଙ୍କୁ ଡାକ୍ତରଖାନା ନେଉଥିବାବେଳେ ମାଟିକାଦୁଅ ରାସ୍ତାରେ ଫସିଗଲା ଆମ୍ବୁଲାନ୍ସ। ତିନିଘଣ୍ଟା ପରେ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅରୁ ଟାଣି ବାହାର କରାଯିବା ପରେ ଡାକ୍ତରଖାନାକୁ ଯାଇଥିଲେ ରୋଗୀ । ପଠାଯାଇଥିଲା। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମର ରେଙ୍ଗାଳବେଡ଼ା ସାହିର ଦ୍ରୌପଦୀ ପାତ୍ର ନାମକ ଗୁରୁତର ମହିଳା ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ଯାଉଥିବାବେଳେ ରାସ୍ତାରେ କାଦୁଅ ଯୋଗୁ ଆମ୍ବୁଲାନ୍ସ ଟି ଦବିଯାଇଥିଲା । ରବିବାର ଦିନ ତିନିଘଣ୍ଟା […]

ନିଆଁପାଣି ବାସନ୍ଦ ହେଲେ

ଆନନ୍ଦପୁର, ୨/୮(ଏସଏସନିୟୁଜ) ନିଆଁପାଣି ବାସନ୍ଦ ହେଲେ ।ପୁଣି ଗ୍ରାମସଭାରେ ୨୫ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ହେଲା । ଅନ୍ୟ ଜାତିର ଝିଅକୁ ବିବାହ କରିବାରୁ ମହେଶ୍ବର ବାସ୍କେ ଙ୍କ ସହ ଏପରି କରାଯାଇଥିଲା । ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ନିଆଳିଝରଣ ଗ୍ରାମରେ ଏଭଳି ଘଟଣା ଘଟିଛି । ନାଗାଡ଼ାହି ଗ୍ରାମର ଜଣେ ଭିନ୍ନ ଜାତିର ଯୁବତୀଙ୍କୁ ୬ ମାସ ତଳେ ମହେଶ୍ବର ବାସ୍କେ ବିବାହ କରି ବାହାରେ ରହୁଥିଲେ। ଏବେ ଗାଁକୁ ଆସିବାପରେ […]

ଆନ୍ଦୋଳନକୁ ଓହ୍ଲାଇଲେ ଗାଇଡ୍ ଓ ଫଟୋଗ୍ରାଫର

କୋଣାର୍କ,୨/୮(ଏସଏସନିୟୁଜ)୩ ମାସ ଧରି ବନ୍ଦ ପଡ଼ିଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି । ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମି ଆସୁଥିବା ବେଳେ ରାଜ୍ୟରେ ଏବେ ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇଛି । ପୁଣି ଧିରେ ଧିରେ ସବୁ କିଛି ଖୋଲିବା ଆରମ୍ଭ ହୋଇଛି । କରୋନା କଟକଣା ମଧ୍ୟରେ ସୂର୍ଯ୍ୟ ମନ୍ଦିର ଖୋଲିଥିବା ବେଳେ ଟୁରିଷ୍ଟ ଗାଇଡ୍ ଓ ଫଟୋଗ୍ରାଫରଙ୍କ ଉପରେ କଟକଣା ଲଗାଯାଇଛି । ତେବେ ପର୍ଯ୍ୟଟକ […]

୫ ଦୋକାନରୁ ଚୋରି

ନବରଙ୍ଗପୁର,୨/୮(ଏସଏସନିୟୁଜ) ଗତ ରାତିରେ ଶଙ୍ଖାରି ସାହି ଏବଂ ସୁନାରୀ ସାହି ନିକଟସ୍ଥ ପୁରୁଣା ଦୈନିକ ବଜାରରେ ଥିବା ହୋଲସେଲ ଦୋକାନ, ଅଣ୍ଡା ଦୋକାନ, ପାନ ଦୋକାନ ଓ କିରାଣୀ ଦୋକାନ ଆଦି ୫ ଗୋଟି ଦୋକାନ ରୁ ଚୋରି ହୋଇଛି । ଦୁର୍ବୁତ୍ତମାନେ ଦୋକାନ ର ତାଲା ଭାଙ୍ଗି ମୂଲ୍ୟବାନ ଜିନିଷ ସହିତ ନଗଦ ଟଙ୍କା ନେଇ ଯାଇଥିବା ଜଣାପଡିଛି ।ଖବରପାଇ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

ଫୁଲୁଛି ସୁବର୍ଣ୍ଣରେଖା

ବାଲେଶ୍ୱର, ୨/୮(ଏସଏସନିୟୁଜ) ଫୁଲୁଛି ସୁବର୍ଣ୍ଣରେଖା । ଗତ କିଛିଦିନ ଧରି ଲଗାଣ ବର୍ଷା ହୋଇଥିବାରୁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜଘାଟ ଠାରେ ସୁବର୍ଣ୍ଣରେଖା ର ଜଳପତ୍ତନ ବିପଦସଂକେତ ଉପରେ ଚାଲିଛି । ନଦୀର ଗାଲୁଡ଼ିହ ବ୍ୟାରେଜ ରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍ ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇଚାଲିଛି। ବର୍ଷା ପାଣି ଯୋଗୁ ଜଳେଶ୍ୱର,ଭୋଗରାଇ ର ଧୋୟା ଅଞ୍ଚଳ ବୁଡିରହିଛି। […]

ଗୁଣିଗାରେଡି ସନ୍ଦେହରେ ୩ଜଣଙ୍କୁ ହତ୍ୟା ଅଭିଯୋଗ

ଅନୁଗୁଳ,୨/୮(ଏସଏସନିୟୁଜ) ଗୁଣି ସନ୍ଦେହରେ ଗାଁର ଲୋକମାନେ ୩ଜଣଙ୍କୁ ପିଟି ପିଟି ମାରି ନଦୀରେ ଫିଙ୍ଗିଦେଇଥିବା ଭଳି ଅଭିଯୋଗ ହୋଇଛି । ଏହିଭଳି ଅଭାବନୀୟ ଘଟଣା ପାଲଲହଡ଼ା ବ୍ଲକ ଖମାର ଥାନା ଆଦିବାସୀ ସାହିରେ ଘଟିଛି । ରବିବାର ଦିନ ବୁଧୁରାମ ନାମକ ବ୍ୟକ୍ତିଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କ ସନ୍ଧାନ ମିଳିପାରିନାହିଁ । ଏ ଘଟଣା‌ରେ ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗତ ୩ମାସ ତଳେ ଏକଭୋଜିରେ ଆଦିବାସୀ ସାହିର୩ଜଣ ବୁଧୁରାମ […]

ଡେଙ୍ଗୁ ସଚେତନତା ପଦଯାତ୍ରା

ଜଟଣୀ, ୨/୮(ଏସଏସନିୟୁଜ) ବିଏମସି ଓ ସିଏମସିରେ ଡେଙ୍ଗୁ ର ପ୍ରକୋପ ଧିରେଧିରେ ବୃଦ୍ଧି ପାଇବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି ଜଟଣୀ ପୌରପରିଷଦ ପକ୍ଷରୁ ଡେଙ୍ଗୁ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୌରପ୍ରଶାସନ ଦେବବ୍ରତ ସାହୁ ଙ୍କ ନେତୃତ୍ବରେ ଓ ଷଣ୍ଢପୁର ମହିଳା ଆରୋଗ୍ୟ ମହିଳା ସମିତି ଆୟୋଜନରେ ଡେଙ୍ଗୁ ସଚେତନତା ପଦଯାତ୍ରାରେ ୱାର୍ଡର ସମସ୍ତ ସ୍ୱଚ୍ଛସାଥୀ ଏବଂ ପ୍ରତ୍ୟକ ୱାର୍ଡର ସ୍ୱଚ୍ଛ ସୁପରଭାଇଜରଙ୍କ ସହିତ ଆଶା ଦିଦି ମାନେ ସାମିଲ ହୋଇ ଜଟଣୀ ସହର […]

ଆଜିର ଅନୁଚିନ୍ତା

ବ୍ରହ୍ମାଙ୍କ ସ୍ତବରେ ପ୍ରୀତ ହୋଇ ଶ୍ରୀଭଗବାନ କହିଲେ ,ହେ ସୃଷ୍ଟିକର୍ତ୍ତା ବ୍ରହ୍ମା ! ଏହି ଜଗତର ସମସ୍ତ ପ୍ରାଣୀମାନଙ୍କ ଶରୀରରେ ମୁଁ ଆତ୍ମା ରୂପରେ ବିଦ୍ୟମାନ ଅଟେ। କିନ୍ତୁ ବିଷ୍ଣୁ ମାୟାରେ ମୋହିତ ହୋଇ ଅଜ୍ଞାନତା ବଶତଃ ସଂଶୟ ଚିତ୍ତ ଯୁକ୍ତ ପ୍ରାଣୀ ମୋର ଆତ୍ମା ସ୍ଵରୂପକୁ ସମସ୍ତ ପ୍ରାଣୀ ମାନଙ୍କ ଭିତରେ ଅନୁଭବ କରି ପାରି ନଥାଏ। ଯଦି ଶାରୀରିକ ମାୟା ମୋହ ତ୍ୟାଗ କରି ଭଗବତ୍ ପ୍ରେମରେ ଉଦବୁଦ୍ଧ ହୋଇ ପ୍ରାଣୀ ପ୍ରେମ ଭକ୍ତିରେ […]