Browsing daily archive

August 8, 2021

ନିଲମ୍ବିତ ହେଲେ ୩ ସରକାରୀ ଅଧିକାରୀ

ଯାଜପୁର,୮/୮(ଏସଏସନିୟୁଜ) ମନରେଗା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମରେ   ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ଆଧାରରେ ଯାଜପୁର ଜିଲ୍ଲାପାଳ ତିନି ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ବିଂଝାରପୁର ବ୍ଲକ ଜରୀ ପଞ୍ଚାୟତରେ ବ୍ୟାପକ ଅନିୟମିତତା ଅଭିଯୋଗରେ ପଞ୍ଚାୟତର ପିଇଓ ପ୍ରକାଶ କୁମାର ଜେନା, ଜିଆରଏସ ପାର୍ଥସାରଥୀ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର କୁମାର ପାତ୍ରଙ୍କୁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ନିଲମ୍ବନ କରିଛନ୍ତି।

ସମ୍ବଲପୁରରେ ନକଲି ନୋଟ ଜବତ

ସମ୍ବଲପୁର, ୮/୮(ଏସଏସନିୟୁଜ)ନକଲି ଟଙ୍କା ତିଆରି କରୁଥିବାଏକ ଗ୍ୟାଙ୍ଗ କୁ ଧରିବାରେ ସକ୍ଷମ ହୋଇଛି ଟାଉନ ଥାନା ପୁଲିସ୍‌।ଏହାସହ ୬ ଜଣଙ୍କୁ ଗିରଫ କରିଛି ।ଏମାନେ ହେଲେ ସାଗର ସାହୁ, ଅଶୋକ ସାହୁ,ଶିବଶଙ୍କର ବଣିଆ.ଗୁଣନିଧି ଭୋଇ ,ସତ୍ୟନାରାୟଣ ନିରଳ ଓ ଅଭିରାମ ଝାଙ୍ଗଡ଼େ ।ପୋଲିସ ଏହି ଗ୍ୟାଙ୍ଗପାଖରୁ ୧୩, ୮୫,୦୦୦ ଟଙ୍କାର ନକଲି ନୋଟ , ନକଲି ନୋଟ୍ ଛାପୁଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି।

ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଗିରଫ

କେନ୍ଦୁଝର , ୮/୮(ଏସଏସନିୟୁଜ) ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ କରାଯିବା ଅଭିଯୋଗରେ ୩ଜଣଙ୍କୁ ଗିରଫ କରି ବଡ଼ବିଲ ପୁଲିସ କୋର୍ଟଚାଳଣ କରିଛି ।ସେମାନେ ହେଲେ ଦୁଇନାବାଳକ ସହ ଇନ୍ଦିରା କଲୋନିର ମହେଶ ଲୋହାର (୨୧) ।ବଡ଼ବିଲ ରେଳଷ୍ଟେସନ ନିକଟ ଝୁପୁଡ଼ିହଟିଂରେ ରହୁଥିବା ଜଣେ ୧୯ ବର୍ଷୀୟା ଯୁବତୀକୁ ଏମାନେ ଆଗରୁ ଜାଣିଥିଲେ । ୫ ତାରିଖ ରାତି ପ୍ରାୟ ୯ଟାବେଳେ ଏହି ୩ଜଣ ଯୁବତୀଙ୍କ ଘରକୁ ଯାଇ କୈାଶଳକ୍ରମେ କଥାପ୍ରସଙ୍ଗରେ ଘରଠାରୁ […]

ଦେଶବିଦେଶରେ ମହକିବ ‘କୋରାପୁଟ କଫି’

ଭୁବନେଶ୍ୱର,୮/୮(ଏସ ଏସ ନିୟୁଜ)କୋରାପୁଟ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଉତ୍ପାଦନ ହେଉଥିବା ‘କୋରାପୁଟ କଫି’ ଦେଶବିଦେଶର କୋଣଅନୁକୋଣ ରେ ନିଜର ଉପସ୍ଥିତି ଜାହିର କରିବାକୁ ଯାଉଛି। ରାଜ୍ୟର କଫି ଚାଷୀଙ୍କ ଉନ୍ନତି ଓ ସମୃଦ୍ଧି ପାଇଁ ଟିଡିସିସିଓଏଲର ପ୍ରୟାସରେ ‘କୋରାପୁଟ କଫି’ର ବିକ୍ରିବଟା ପାଇଁ ‘ଟାଟା କଫି’ ସହମତି ପ୍ରକାଶ କରିଛି। ଏହାର ସ୍ୱତନ୍ତ୍ରତାକୁ ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇ ‘ଟାଟା କଫି’ ପ୍ରଥମ ଥର ପାଇଁ ଓଡ଼ିଶାରୁ କଫି କ୍ରୟ କରିବାକୁ ଯାଉଛି। କୋରାପୁଟରେ […]

ସିଲ୍ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର, ୮/୮(ଏସଏସନିୟୁଜ) କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରାଯାଇଛି । ସାପ୍ତାହାନ୍ତ ସଟଡାଉନ ସମୟରେ ବି ମାଛ ମାର୍କେଟ ଖୋଲା ରହିଥିବାରୁ ବିଏମସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି ।ଏହାପୁର୍ବରୁ ବିଏମସି ପକ୍ଷରୁ ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦିଆଯାଇଥିଲା ।କିନ୍ତୁ ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା ।

ନିଖୋଜ ମୃତଦେହ କାଠଯୋଡିରୁ ଉଦ୍ଧାର

ବାରଙ୍ଗ,୮/୮(ଏସଏସନିୟୁଜ)କାଠଯୋଡ଼ି ନଦୀରେ ଭାସି ନିଖୋଜ ଥିବା ଆଉ ଜଣଙ୍କର ମୃତଦେହକୁ ସ୍ଥାନୀୟ ଲୋକମାନେ ରବିବାରଦିନ ସକାଳେ ଉଦ୍ଧାର କରିଛନ୍ତି । ମୃତକ ଜଣକ ହେଉଛନ୍ତି ସେକ୍ ସାଦୁ ଖାନ୍ (୧୮)।ଆଜି ସକାଳେ ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ମସ୍‌ଜିବୀମାନେ ଉଦ୍ଧାର କରିଥିଲେ । ଗତକାଲି କାଠଯୋଡିରେ ୪ ଜଣ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ସୁରକ୍ଷିତ କୂଳରେ […]

ଭିଜିଲାନ୍ସ ଜାଲରେ ସିଡିଭିଓ

ଭୁବନେଶ୍ୱର,୮/୮(ଏସଏସନିୟୁଜ) ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧୀକାରୀ ସିଡିଭିଓ ତ୍ରିଲୋଚନ ଧଳଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳିନ ତ୍ରିଲୋଚନଙ୍କ କାର‌୍ୟ୍ୟାଳୟ, ସରକାରୀ ଘର ଓ ନରାଜ ସ୍ଥିତ ପୈତୃକ ବାସଭବନରେ ଭିଜିଲାନ୍ସ ରେଡ କରିଛି । ସିଡିଭିଓଙ୍କ ଗାଡ଼ିରୁ ୨ ଲକ୍ଷ ୭୭ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିଲେ ମଧ୍ୟ ଉକ୍ତ ଟଙ୍କାର ହିସାବ ସିଡିଭିଓ ଦେଇପାରିନଥିବା ଜଣାପଡିଛି ।

ଆସିଲା କୁମ୍ଭୀର ଛୁଆ

ବାରଙ୍ଗ,୭/୮(ଏସଏସନିୟୁଜ)କଟକ ଜିଲ୍ଲା କିଶନନଗର ଥାନା ଅର୍ନ୍ତଗତ ବରଡା ଗ୍ରାମ ନିକଟ ମହାନଦୀରେ ଶନିବାର ସକାଳେ ମାଛ ମାରୁଥିବା ସମୟରେ ଜନୈକ ମତ୍ସ୍ୟଜୀବୀ ଙ୍କ ଜାଲରେ ଏକ ଘଡିଆଳ କୁମ୍ଭୀର ପଡ଼ିଥିଲା।ଖବର ପାଇ କଟକ ସିଟି ଫରେଷ୍ଟ ଡିଭିଜନ ର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପରେ ବନ କର୍ମଚାରୀମାନେ ଉକ୍ତ କୁମ୍ଭୀରଟିକୁ ଉଦ୍ଧାର କରି ନନ୍ଦନକାନନ କୁ ହସ୍ତାନ୍ତର କରିଥିଲେ। କୁମ୍ଭୀରଟି ସାତକୋଶିଆ ଗଣ୍ଡରୁ ମହନଦୀକୁ ଚାଲି ଆସିଥିବା ବନ ବିଭାଗ ଅନୁମାନ କରୁଛନ୍ତି। ଉକ୍ତ ଘଡିଆଳ କୁମ୍ଭୀରଟିର […]

ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର୮/୮(ଏସଏସନିୟୁଜ) ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍ । ଚଳିତ ମାସ ୧୫ ତାରିଖ ରବିବାରେ ସ୍ୱାଧୀନତା ଦିବସ ପଡୁଥିବାରୁ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ କଟକଣାକୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯିବାଏଠାରେ ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଏକାଠି ହେବେନି ।କିନ୍ତୁ ଏହି ସହରବାହାରେ ୨୦ ଜଣ ଏକାଠି ହୋଇ ପତାକା ଉତ୍ତୋଳନ କରିପାରିବେ ବୋଲି ଗାଇଡ୍‌ଲାଇନ୍ ରେ କୁହାଯାଇଛି ।  ଏହାସହ କୋଭିଡ ଗାଇଡଲାଇନ ଭିତରେ […]

ଖୋଲିଲା ମନ୍ଦିର, ନାହାନ୍ତି ଭକ୍ତ

ସାକ୍ଷୀଗୋପାଳ,୭/୮(ଏସଏସନିୟୁଜ)ପୁରୀ ଜିଲ୍ଲାର ଦୁତୀୟ ବୈଷ୍ଠବ କ୍ଷେତ୍ର ଭାବେ ପରିଚିତ ସାକ୍ଷୀଗୋପିନାଥ ମନ୍ଦିର ଖୋଲିଛି ।କେବଳ ସ୍ଥାନୀୟ ଭକ୍ତମାନଙ୍କୁ ଛାଡିଦେଲେ ବାହାରଭକ୍ତମାନଙ୍କର ଦେଖା ନାହିଁ । ମନ୍ଦିର ପୁରା ଖାଁ ଖାଁ ଲାଗୁଛି ।ସେହିପରି ସତ୍ୟବାଦୀ ଥାନା ଅନ୍ତର୍ଗତ ବଳପୁର ଗ୍ରାମ ପଞ୍ଚାୟତରେ ଥିବା ହରିସହଦେବ ମନ୍ଦିର ଖୋଲିଛି । ବିଶେଷ କରି ଗୋ ଦେବତା ଭାବେ ହରିସହଦେବ ଠାକୁର ବେଶ ଜଣାଶୁଣା ।ମାନସିକଧାରୀ ମାନେ ଚୁଡାଘଷା, କଦଳୀ ଚକଟା ସହିତଭାଙ୍ଗ ଭୋଗ କରିଥିବାର ଦେଖିବାକୁ ମିଳିଥିଲା ।