ସିଲ୍ ହେଲା ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱର, ୮/୮(ଏସଏସନିୟୁଜ) କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସି ପକ୍ଷରୁ ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ୍ କରାଯାଇଛି । ସାପ୍ତାହାନ୍ତ ସଟଡାଉନ ସମୟରେ ବି ମାଛ ମାର୍କେଟ ଖୋଲା ରହିଥିବାରୁ ବିଏମସି ପକ୍ଷରୁ ଏହାକୁ ସିଲ୍ କରାଯାଇଛି ।ଏହାପୁର୍ବରୁ ବିଏମସି ପକ୍ଷରୁ ଅଗଷ୍ଟ ମାସରେ ନୂଆ ଗାଇଡ଼ଲାଇନ ଆସିବା ପରେ ୨ ଥର ଚେତାବନୀ ଦିଆଯାଇଥିଲା ।କିନ୍ତୁ ସଟଡାଉନରେ ମାଛ ଦୋକାନ ଓ ଗୋଦାମ ଖୋଲି ବେପାର ଚାଲିଥିଲା ।

Comments (0)
Add Comment