ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର୮/୮(ଏସଏସନିୟୁଜ) ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍ । ଚଳିତ ମାସ ୧୫ ତାରିଖ ରବିବାରେ ସ୍ୱାଧୀନତା ଦିବସ ପଡୁଥିବାରୁ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ କଟକଣାକୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ କରାଯିବାଏଠାରେ ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଏକାଠି ହେବେନି ।କିନ୍ତୁ ଏହି ସହରବାହାରେ ୨୦ ଜଣ ଏକାଠି ହୋଇ ପତାକା ଉତ୍ତୋଳନ କରିପାରିବେ ବୋଲି ଗାଇଡ୍‌ଲାଇନ୍ ରେ କୁହାଯାଇଛି ।  ଏହାସହ କୋଭିଡ ଗାଇଡଲାଇନ ଭିତରେ ପତାକା ଉତ୍ତୋଳନ ହେବ ବୋଲି ଦର୍ଶାଯାଇଛି ।

Comments (0)
Add Comment