Browsing daily archive

August 27, 2021

୧ ରୁ ଖୋଲିବ ଶୈବପୀଠ ଗୁପ୍ତେଶ୍ୱର

ଭୁବନେଶ୍ୱର,୨୭/୮(ଏସଏସନିୟୁଜ) ଆସନ୍ତା ୧ ତାରିଖରୁ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ଗାଇଡଲାଇନ ଜାରି କରିଛି । ମାସ୍କ ଓ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି ।ଏହାସହ ମନ୍ଦିର ପରିସରରେ ଭୋଗ ଲଗାଇବା କିମ୍ବା ପ୍ରସାଦ ସେବନ ବାରଣ କରାଯାଇଛି । ସେହିଭଳି ମନ୍ଦିର ଭିତରେ ଏକାକାଳୀନ ୭ ଜଣ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । କଟକଣା ଉଲ୍ଲଂଘନ କଲେ ମାମଲା ରୁଜୁ କରାଯିବ ବୋଲି କୁହାଯାଇଛି।

ଇ-ଯାନ ପଲିସି ଉପରେ ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର,୨୭/୮(ଏସଏସନିୟୁଜ)ସରିଲା ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ପ୍ରତିକ୍ଷିତ ଇ-ଯାନ ପଲିସି ଉପରେ ମୋହର ବାଜିଛି । ପ୍ରଦୂଷଣ ରୋକିବାକୁ ଇ-ଯାନ ପଲିସି ଆପଣାଇଛି ଓଡ଼ିଶା । ଇଲେକ୍ଟ୍ରି ବା ଇ-ଯାନ କିଣିବା ପାଇଁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବାପାଇଁ ଆର୍ଥିକ ରିହାତି ସହ ପଞ୍ଜୀକରଣ ଦେୟ ଓ ରୋଡ ଟିକସ ଛାଡ କରିବାର ବ୍ୟବସ୍ଥା କରାଯାଇଛି । ଏହାସହ ଇ-ଯାନ ଉତ୍ପାଦନକାରୀ କମ୍ପାନିକୁ ମଧ୍ୟ ଆର୍ଥିକ ରିହାତି […]

ଦୁର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି,୨୭/୮(ଏସଏସନିୟୁଜ) ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ସୀତାରାମ ରେଡ୍ଡୀ । ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ ୟ କରୁଥିବା ରେଡ୍ଡୀ ଆନ୍ଧ୍ର ଓଡିଶା ଜୋନାଲ କମିଟିର ଡିସିଏମ୍ ଭାବେ କାର‌୍ୟ୍ୟ କରୁଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ଗୋଟିଏ ହାତ ତାଙ୍କର କଟି ଯାଇଥିଲା। ବିଶାଖାପାଟଣମ୍ ପୁଲିସ ସୀତାରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲରୁ ମୁକୁଳିବାପରେ ପୁଣି ନକ୍ସଲ ସଂଗଠନରେ ଯୋଗ […]

ଆମରଣ ଅନଶନ ପାଇଁ ଚେତାବନୀ

ପିପିଲି, ୨୭/୮(ଏସଏସନିୟୁଜ) ବିଗତ କିଛି ବର୍ଷ ଧରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଠପ ହୋଇଯାଇଛି ବିକାଶ କାର‌୍ୟ୍ୟ । ଏଥିରେ ବାଧକ ସାଜିଛନ୍ତି କିଛି ସରକାରୀ କର୍ମଚରୀ । ଏକ ସାମ୍ବାଦିକ ସମ୍ମିଳନୀ ଏହିଭଳି ଅଭିଯୋଗ ଆଣିଛି ପିପିଲି ବିକାଶ ମଞ୍ଚ । ପିପିଲି ବିକାଶ ମଞ୍ଚର ଆବାହକ ଅନୁପ ପରିଡାଙ୍କର ନେତୃତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ନିକଟରେ ମଞ୍ଚ ପକ୍ଷରୁ ତିନି ଦଫା ଦାବି ପୁରଣ ପାଇଁ ରଖାଯାଇଛି । ୪୮ […]

୧୪ ଘଣ୍ଟା ପରେ ଉଦ୍ଧାର ପାଇଲେ ଯୁବକ

ଯାଜପୁର, ୨୭/୮(ଏସଏସନିୟୁଜ) ଋଣ ଆଣି ସୁଝି ନ ପାରିବାରୁ ବନ୍ଧକ ରହିଲେ ଯୁବକ । ପରେ ପୋଲିସ ଖବରପାଇ ଯୁବକକୁ ଉଦ୍ଧାର କରିବାସହ ବନ୍ଧକ ରଖିଥିବା  ଯୁବକକୁ ଅଟକ ରଖିପଚରାଉଚରା କରୁଛି । ଯାଜପୁର ଟାଉନ ଥାନା କୁସୁମା ପାର୍କ ଅଞ୍ଚଳରେ ଏହିଭଳି ଘଟଣା ଘଟିଛିାମାନସ ଗେଡି କୁସୁମା ଅଂଚଳର ଜଣେ ମହିଳାଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ସୁଧ ଦେଉଥିଲେ ହେଁ ଗତ କିଛି ଦିନ ହେଲା ଅସୁବିଧା ପାଇଁ ସୁଧ ନଦେବାରୁ ଗତକାଲି ରାତିରେ […]

ମାର୍ବଲ ନେଲା ଦୁଇ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭/୮(ଏସଏସନିୟୁଜ)ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ସମୟରେ ଅଘଟଣ ଘଟି ବୌଦ୍ଧ ସହର ବାପୁଜୀନଗରର ପଞ୍ଚାନନ ନାଏକ ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ୱାମିତ୍ର ଦେହୁରୀ ନାମକ ଦୁଇ ଜଣ ଶ୍ରମିକ ଙ୍କ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ସକାଳ ୯ଟାରେ ବୌଦ୍ଧ ସହର ଦେଇ ଯାଇଥିବା ୫୬ ନଂ ଜାତୀୟ ରାଜପଥର ରାଜନପାଲିଠାରେ ଏକ ଟ୍ରକରୁ ଶ୍ରମିକ ମାନେ ମାର୍ବଲ ଓହ୍ଲାଉଥିବାବେଳେ ମାର୍ବଲ ଖସିପଡ଼ିଥିଲା। ଏଥିରେ ଚାପିହୋଇ ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ […]

ଡ୍ରାଇଭର ଓ ମହିଳା ବେପାରୀଙ୍କଠାରୁ ବ୍ରାଉନସୁଗାର ଜବତ

ଜଳେଶ୍ବର,୨୭/୮(ଏସଏସନିୟୁଜ)ଆଜି ଭୋର ସମୟରେ ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଚାଲନ୍ତି ଛକ ଠାରେ ଅତର୍କିତ ଭାବେ ଚଢାଉ କରି ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୫୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ ।ବିଶେଷସୁତ୍ରୁ ଖବରପାଇ ଅବକାରୀ ବିଭାଗର ଏକ ଏକ ୧୫ ଜଣିଆ ଟିମ ଦ୍ରୁତବେଗରେ ଆସୁଥିବା ଓଡି୪୫ଜି-୨୬୧୨ନଂ ମହିନ୍ଦ୍ରା ଜିତୋ ମିନି ଭ୍ୟାନକୁ ରୋକିଥିଲେ ।ଯାଂଚ ପରେ ଗାଡିରେ ଥିବା ଚାଳକ ପ୍ରଫୁଲ୍ଲ ପାତ୍ର ଙ୍କ ସହ ଅନ୍ୟଜଣେ […]

ବଙ୍ଗୋପସାଗରରେ ସୃଷ୍ଟିହେଲା ସାଇକ୍ଲୋନିକ ସର୍କୁଲେସନ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ)ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ରାଜ୍ୟରେ ବର୍ଷା ପରିମାଣ ବଢିବା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୮ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ତତସଂଲଗ୍ନ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।ସ୍କାଏମେଟ୍ ପକ୍ଷରୁ କୁହାଯାଇଛି ଯେ,ଆଜି ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହା ଆସନ୍ତା କାଲିସୁଦ୍ଧା ଆହୁରି […]

ନକଲି ପୁଲିସ ବ୍ୟବସାୟୀଙ୍କୁ ଲୁଟିଲେ

ଭୁବନେଶ୍ବର, ୨୭/୮(ଏସଏସନିୟୁଜ) ନକଲି ପୁଲିସ ବେଶରେ ୧୬ ନମ୍ବର ଜାତୀୟ ରାଜପଥରେ ଧନିଆ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ରେ ଗଞ୍ଜେଇ ଚାଲାଣ ହେଉଥିବାର ଧମକ ଦେଇ ବ୍ୟବସାୟୀଙ୍କୁ ଫିଙ୍ଗି ୪ ଜଣ ଲୁଟେରା ଗାଡ଼ିନେଇ ଫେରାର ହୋଇଯାଇଥିଲେ ।ପୋଲିସ ଏହି ଘଟନାରେ ଚଢ଼ଉ କରି ସୁନ୍ଦରପଦା ଅଞ୍ଚଳରୁ ୨ ଲୁଟେରାଙ୍କୁ ଉଠାଇଥିବା ବେଳେ ଚକେଇସିହାଣିରୁ ପିକ୍‌ଅପ୍ ଭ୍ୟାନ୍‌କୁ ଉଦ୍ଧାର କରିଛି। ଘଟଣା ଘଟିଥିଲା ବୁଧବାର ବିଳମ୍ବିତ ରାତିରେ । କଟକ ଶଙ୍କରପୁର ଅଞ୍ଚଳର ବ୍ୟବସାୟୀ ପ୍ରହଲ୍ଲାଦ ସାହୁ‌କୋରାପୁଟରୁ ଏକ […]

ଅନୁଗୁଳରୁ ଧରାହେଲା କାର୍

ଭୁବନେଶ୍ବର,୨୭/୮(ଏସଏସନିୟୁଜ) ଏଟିଏମ୍ ଲୁଟେରାଗ୍ୟାଙ୍ଗର ଜଣଙ୍କୁ ଭୁବନେଶ୍ବର ସ୍ପେସାଲ୍ ସ୍କ୍ବାଡ୍ ଗିରଫ କରିଛି ।ଏହାସହ ଏକ କାର ଓ କାର୍‌ରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି। ବଢ଼େଇବାଙ୍କ ଛକରେ ଏଟିଏମ୍ ସଟର୍ ଟାମ୍ପରିଂ କରିବା ସମୟରେ ପୂର୍ବରୁ ଛକି ରହିଥିବା ଟିଏସ୍‌ଆଇ ଟିମ୍ ୨ଜଣଙ୍କୁ କାବୁ କରିଥିବାବେଳେ ଅନ୍ୟ ଜଣେ ଅପରାଧୀ ଏକ କାର୍ ଧରି ଖସିଯିବାରେ ସକ୍ଷମ ହୋଇଥିଲେ।ଫେରାର୍ ଏଟିଏମ୍ ଲୁଟେରା ଓ କାର୍‌କୁ ଧରିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା […]