ଦୁର୍ଦ୍ଦାନ୍ତ ନକ୍ସଲର ଆତ୍ମସମର୍ପଣ

ମାଲକାନଗିରି,୨୭/୮(ଏସଏସନିୟୁଜ) ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁର୍ଦ୍ଦାନ୍ତ ନକ୍ସଲ ସୀତାରାମ ରେଡ୍ଡୀ । ଗତ ୩୦ ବର୍ଷ ଧରି ନକ୍ସଲ ସଂଗଠନରେ ସେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ ୟ କରୁଥିବା ରେଡ୍ଡୀ ଆନ୍ଧ୍ର ଓଡିଶା ଜୋନାଲ କମିଟିର ଡିସିଏମ୍ ଭାବେ କାର‌୍ୟ୍ୟ କରୁଥିଲା। ଲ୍ୟାଣ୍ଡମାଇନ ବିସ୍ଫୋରଣ କରିବା ସମୟରେ ଗୋଟିଏ ହାତ ତାଙ୍କର କଟି ଯାଇଥିଲା। ବିଶାଖାପାଟଣମ୍ ପୁଲିସ ସୀତାରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜେଲରୁ ମୁକୁଳିବାପରେ ପୁଣି ନକ୍ସଲ ସଂଗଠନରେ ଯୋଗ ଦେଇଥିବାରୁ ତାଙ୍କୁ ଚିତ୍ରକୋଣ୍ଡାର ସ୍ବାଭିମାନ ଅଂଚଳରେ କାମ କରିବାକୁ ସଂଗଠନ ତରଫରୁ ସୁଯୋଗ ଦିଆଯାଇଥିଲା। ଆନ୍ଧ୍ର, ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଂସା ଘଟାଇଥିବାବେଳେ ତାଙ୍କ ନାମରେ ସରକାର ଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ପୁଲିସ ଏବଂ ବିଏସ୍‌ଏଫର ସ୍ବାଭିମାନ ଅଂଚଳରେ ଘନଘନ ଚଢଉରେ ସୀତାରାମ ଏବଂ ସଂଗଠନ ପାଇଁ ଚିନ୍ତାର କାରଣ ସାଜିଥିଲା ।ଯାହାଫଳରେ ସେ ଖମାମ ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

Comments (0)
Add Comment