ଆମରଣ ଅନଶନ ପାଇଁ ଚେତାବନୀ

ପିପିଲି, ୨୭/୮(ଏସଏସନିୟୁଜ) ବିଗତ କିଛି ବର୍ଷ ଧରି ପିପିଲି ବିଜ୍ଞାପିତ ପରିଷଦ ଅଞ୍ଚଳରେ ଠପ ହୋଇଯାଇଛି ବିକାଶ କାର‌୍ୟ୍ୟ । ଏଥିରେ ବାଧକ ସାଜିଛନ୍ତି କିଛି ସରକାରୀ କର୍ମଚରୀ । ଏକ ସାମ୍ବାଦିକ ସମ୍ମିଳନୀ ଏହିଭଳି ଅଭିଯୋଗ ଆଣିଛି ପିପିଲି ବିକାଶ ମଞ୍ଚ । ପିପିଲି ବିକାଶ ମଞ୍ଚର ଆବାହକ ଅନୁପ ପରିଡାଙ୍କର ନେତୃତ୍ବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାସନ ନିକଟରେ ମଞ୍ଚ ପକ୍ଷରୁ ତିନି ଦଫା ଦାବି ପୁରଣ ପାଇଁ ରଖାଯାଇଛି । ୪୮ ଘଣ୍ଟା ମଧ୍ୟରେ ଦାବି ପୁରଣ ନହେଲେ ଶନିବାର ଠାରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦେଇଛି  ପିପିଲି ବିକାଶ ମଞ୍ଚ  ।

Comments (0)
Add Comment