ମାର୍ବଲ ନେଲା ଦୁଇ ଶ୍ରମିକଙ୍କ ଜୀବନ

ବୌଦ୍ଧ,୨୭/୮(ଏସଏସନିୟୁଜ)ଟ୍ରକ୍‌ରୁ ମାର୍ବଲ ଓହ୍ଲାଇବା ସମୟରେ ଅଘଟଣ ଘଟି ବୌଦ୍ଧ ସହର ବାପୁଜୀନଗରର ପଞ୍ଚାନନ ନାଏକ ଓ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ମହେନ୍ଦ୍ରପୁରର ବିଶ୍ୱାମିତ୍ର ଦେହୁରୀ ନାମକ ଦୁଇ ଜଣ ଶ୍ରମିକ ଙ୍କ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ସକାଳ ୯ଟାରେ ବୌଦ୍ଧ ସହର ଦେଇ ଯାଇଥିବା ୫୬ ନଂ ଜାତୀୟ ରାଜପଥର ରାଜନପାଲିଠାରେ ଏକ ଟ୍ରକରୁ ଶ୍ରମିକ ମାନେ ମାର୍ବଲ ଓହ୍ଲାଉଥିବାବେଳେ ମାର୍ବଲ ଖସିପଡ଼ିଥିଲା। ଏଥିରେ ଚାପିହୋଇ ଦୁଇ ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ପରେ ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଥିଲେ ।

Comments (0)
Add Comment