Browsing monthly archive

August 2021

ଶନିରବି ବନ୍ଦ ସୋମବାର ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୬/୮(ଏସ ଏସ ନିୟୁଜ)ଦୀର୍ଘ ୩ମାସ ପରେ ଖୋଲିଥିବା ନନ୍ଦନକାନନ ଏବେ ଶନିବାର ଓ ରବିବାର ବନ୍ଦ ରହି ସୋମବାର ଖୋଲିବାକୁ ନିଷ୍ପତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।କରୋନା କଟକଣା ପାଇଁ ଶନିବାର,ରବିବାର ସଟଡାଉନ ରହୁଥିବାରୁ ଏହିଦୁଇଦିନ ନନ୍ଦନକାନନ ବନ୍ଦ ରଖି ପରଦିନ ଅର୍ଥାତ ସୋମବାର ନନ୍ଦନକାନନ ଖୋଲାଯିବ ବୋଲି ନନ୍ଦନକାନନ ନିର୍ଦେଶକ ମନୋଜ କୁମାର ମହାପାତ୍ର କହିଛନ୍ତି ।ତେବେ ସପ୍ତାହର ଗୋଟେଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହିଥାଏ।ଏବେ କିନ୍ତୁ ସାମୟିକ ଭାବେ ପରିବର୍ତ୍ତନ କରାଯାଇଛି।

ଅଗଷ୍ଟ ୧୬ରୁ ଖୋଲିବ କଲେଜ

ଭୁବନେଶ୍ୱର,୬/୮(ଏସଏସନିୟୁଜ) ରାଜ୍ୟରେ ଅଗଷ୍ଟ ୧୬ରୁ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା କଲେଜ ଓ ୟୁନିଭର୍ସିଟି ଖୋଲିବ । ତେବେ ପିଜି ପ୍ରଥମ ବର୍ଷ ଓ ୟୁଜି ପ୍ରି-ଫାଇନାଲ ବର୍ଷ ପାଇଁ ପାଠପଢ଼ା ଆରମ୍ଭ ହେବ । ୟୁଜି/ପିଜି କ୍ଲାସ୍। ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରଥମ ଓ ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ କ୍ଲାସ୍ ରୁମ୍‌ରେ କ୍ଲାସ୍ କରିବେ। ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ଖୋଲିବ।କିନ୍ତୁ ପିଜି/ୟୁଜି ଫାଇନାଲ ପରୀକ୍ଷା ଅନଲାଇନରେ ହିଁ ହେବାନେଇ ଟ୍ୱିଟ୍ ଯୋଗେ ଉଚ୍ଚଶିକ୍ଷା […]

ପ୍ରଂଶସା କଲେ ପୂର୍ବତନ ହକି କ୍ୟାପଟେନ

ଭୁବନେଶ୍ୱର,୬/୮(ଏସଏସନିୟୁଜ) ଟୋକିଓରେ ଭାରତୀୟ ମହିଳା ହକି ଟିମ୍‌ର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଛି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ କଡ଼ା ମୁକାବିଲାରେ ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଲା ଭାରତୀୟ ମହିଳା ହକି ଟିମ୍ । ପରାଜୟ ପରେ ଭାବବିହ୍ୱଳ ହୋଇପଡ଼ି ଦିଲ୍ଲୀପ ତିର୍କୀ କାନ୍ଦି ପକାଇବାସହ ଦଳର ଖେଳାଳିଙ୍କୁ ପ୍ରଶଂସା କଲେ, ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ଉଦ୍ଧାର ହେଲା ଜୀବନ୍ତ ବଜ୍ରକାପ୍ତା

ଭୁବନେଶ୍ୱର,୬/୮(ଏସଏସନିୟୁଜ)କଳିଙ୍ଗ ଷ୍ଟୁଡିଓ ଛକରେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସ୍‌ଟିଏଫ୍ ।ଏହାସହ ଚାଲାଣରେ ସଂପୃକ୍ତ ଥିବା ବଡମ୍ବାର ଚିତ୍ରସେନ ସାହୁ, ପାତ୍ରପଡ଼ାର ଖଗେଶ୍ବର ସାହୁ ଓ ଗଞ୍ଜାମ ଜିଲ୍ଲାର ଭାଗିରଥୀ ବେହେରାଙ୍କୁ ଗିରଫ କରିଛି । ଜଗତ୍‌ସିଂହପୁରରୁ ଏକ ଅଟୋ ଯୋଗେ ଭୁବନେଶ୍ବର ଅଣା ଯାଉଥିବା ଏହି ବଜ୍ରକାପ୍ତାକୁ ନେଇ ୫ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ବୋଲି ଏସ୍‌ଟିଏଫ୍ ହାବୁଡରେ ଧରାପଡିଥିବା ୱେବ୍ ସାମ୍ବାଦିକ ଚିତ୍ରସେନ ଗୁମର ଖୋଲିବାସହ ବାଇକରେ ସେ […]

ଗିରଫ ହେଲେ ଦମ୍ପତ୍ତି

ମୋରଡା ,୬/୮(ଏସଏସନିୟୁଜ) ଶିଶୁ ଶ୍ରମିକଙ୍କୁ ବିଲରେ ଚାଷ କାମରେ ଲଗାଇ ଗିରଫ ହେଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅର୍ନ୍ତଗତ ଫୁଲବାଡିଆ ଗ୍ରାମର ଶତ୍ରୁଘ୍ନ ମହାନ୍ତ ଓ ସୁଭଦ୍ରା ମହାନ୍ତ ନାମକ ଦମ୍ପତ୍ତି । ଗତ ଦୁଇ ତାରିଖରେ ବିଭାସ ଦଳବେହେରାଙ୍କ ୧୨ବର୍ଷର ନାବାଳକ ପୁଅକୁ ଏହି ଦମ୍ପତି ଜମିରେ ଚାଷ କାମରେ ଲଗାଇଥିଲେ । ଶିଶୁଟିକୁ ନିଶା ଖୁଆଇବାକୁ ଦେଇଥିବାର ଘରକୁ ନାବାଳକ ଫେରିବାପରେ ପରିବାରଲୋକ ଜାଣି ସଙ୍ଗେ ସଙ୍ଗେ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ […]

ଖୋର୍ଦ୍ଧା ଜିଲ୍ଲାରେ ସୋମବାରରୁ ଖୋଲିବ ମନ୍ଦିର

ଭୁବନେଶ୍ୱର,୬/୮(ଏସଏସନିୟୁଜ) ଖୋର୍ଦ୍ଧା ଜିଲ୍ଲାରେ ଦୀର୍ଘ ୩ ମାସ ଧରି ବନ୍ଦ ପଡ଼ିଥିବା ମନ୍ଦିର କରୋନା କଟକଣା ମଧ୍ୟରେ ସୋମବାର ଠାରୁ ଖୋଲିବ ।କୋଭିଡ ନୀୟମାନୁସାରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ଭକ୍ତମାନେ ଦର୍ଶନ କରିବେ । ଭକ୍ତ ମାନେ ମନ୍ଦିରରେ ଭୋଗ ଏବଂ ଦୀପ ଲଗାଇ ପାରିବେ ନାହିଁ କିମ୍ବା ମନ୍ଦିରରେ ଭୋଜନ ମଧ୍ୟ କରାଯାଇପାରିବେ ନାହିଁ । ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର ଆସନ୍ତା ସୋମବାର ଖୋଲୁଥିବା ବେଳେ ଭୁବନେଶ୍ୱରର ସମସ୍ତ ମନ୍ଦିର ପାଇଁ […]

ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ ୬/୮(ଏସଏସନିୟୁଜ) କୋଭିଡ କଟକଣାରେ ଖୋଲିଲା କଟକ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ଭୋର ୪ଟାରୁ ପହଡ଼ ଖୋଲଯାଇ ୧୦୮ କଳସ ପାଣିରେ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇ ମଙ୍ଗଳ ଆରତୀ ପରେ ସର୍ବସାଧାରଣଙ୍କୁ ଦର୍ଶନ ନିମନ୍ତେ ପହଡ ଖୋଲଯାଇଥିଲା ।ତେବେ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଥିବାବେଳେ ଗର୍ଭବତୀ ମହିଳା ୧୦ ବର୍ଷରୁ କମ୍ ଏବଂ ୬୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି ।

ବାଘ ଏନକ୍ଲୋଜରରେ ବୁଲୁଛି କୁମ୍ଭୀର

ବାରଙ୍ଗ,୫/୮(ଏସଏସନିୟୁଜ)ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘ ଏନକ୍ଲୋଜରରେ ମଗର କୁମ୍ଭୀର ।ଏହିଭଳି ଘଟଣା ଗୁରୁବାରଦିନ ଦେଖିବାକୁ ମିଳିଛି । କଳାବାଘ ବାସୁ ଓ ସ୍ପନ୍ଦନ ଦୁଇଭାଇ ରହୁଥିବା ୩୩ନମ୍ବର ଏନକ୍ଲୋଜର ମଧ୍ୟରେ ଏକ ଦୁଇ ତିନି ମାସର କୁମ୍ଭୀର ଟି ଥିବାର ଦେଖିବାକୁ ମିଳିଥିଲା ।ପର୍ଯ୍ୟଟକଙ୍କୁ ଧରି ଗାଇଡ ବୁଲାଇବା ବେଳେ ବାଘ ନକ୍ଲୋଜରଖାଈରେ ପାଣିରେ ପହଁରୁଥିବାର ଦେଖି ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କୁ ସୁଚନା ଦେଇଥିଲେ ।ଏହାପରେ କର୍ତୁପକ୍ଷଙ୍କୁ ସୁଚନାଦେଇ ବାଘକୁ ଫିଡିଚାମ୍ବରକୁ ଅଣାଯିବାପରେ କୁମ୍ଭୀର ଧରିବା ଯୋଜନାରେ ଲାଗିପଡିଥିଲେ […]

ଏସସିବି କୋଭିଡ ହସ୍ପିଟାଲରେ ଅଘଟଣ

କଟକ, ୬/୮(ଏସଏସନିୟୁଜ) କଟକ ଏସସିବି କୋଭିଡ ହସ୍ପିଟାଲର-୧ର ଚାରି ମହଲାର ଝରକା ପଟେ ତଳକୁ ଖସିପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ରୋଗୀ ଜଣକ ବୁଧବାର ଦିନ ଏସସିବି କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ମୟୂରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ କରୋନା ପଜିଟିଭ ଚିହ୍ନଟ ପରେ ସେ କଟକ ଆସିଥିଲେ ।

୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍

ବଲାଙ୍ଗିର, ୬/୮(ଏସଏସନିୟୁଜ) ମନ୍ଦିର ଯିବା ବାଟରେ ପିକଅପ୍ଭ୍ୟାନ ୨ ମହିଳାଙ୍କ ଉପରେ ମାଡିଯାଇଛି ।ଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।ଏହି ସଡକ ଦୁର୍ଘଟଣା ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ କରି ଚାଳକକୁ ଅଟକ ରଖିଛି ।