ଗିରଫ ହେଲେ ଦମ୍ପତ୍ତି

ମୋରଡା ,୬/୮(ଏସଏସନିୟୁଜ) ଶିଶୁ ଶ୍ରମିକଙ୍କୁ ବିଲରେ ଚାଷ କାମରେ ଲଗାଇ ଗିରଫ ହେଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅର୍ନ୍ତଗତ ଫୁଲବାଡିଆ ଗ୍ରାମର ଶତ୍ରୁଘ୍ନ ମହାନ୍ତ ଓ ସୁଭଦ୍ରା ମହାନ୍ତ ନାମକ ଦମ୍ପତ୍ତି । ଗତ ଦୁଇ ତାରିଖରେ ବିଭାସ ଦଳବେହେରାଙ୍କ ୧୨ବର୍ଷର ନାବାଳକ ପୁଅକୁ ଏହି ଦମ୍ପତି ଜମିରେ ଚାଷ କାମରେ ଲଗାଇଥିଲେ । ଶିଶୁଟିକୁ ନିଶା ଖୁଆଇବାକୁ ଦେଇଥିବାର ଘରକୁ ନାବାଳକ ଫେରିବାପରେ ପରିବାରଲୋକ ଜାଣି ସଙ୍ଗେ ସଙ୍ଗେ କିଶାନତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସ୍ବାସ୍ଥ୍ୟାବସ୍ଥା ରେ ସୁଧାର ଆସିବାପରେ ଶିଶୁର ମା’ ସୁବର୍ଣ୍ଣ ବାରିକ ମୋରଡା ଥାନାରେ ଅଭିଯୋଗ କରିଥିଲେ । ମୋରଡା ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିବସହ ଶୁକ୍ରବାର ଅଭିଯୁକ୍ତ ଦମ୍ପତ୍ତି ଶତ୍ରୁଘ୍ନ ମହାନ୍ତ ଓ ସୁଭଦ୍ରା ମହାନ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments (0)
Add Comment