ପ୍ରଂଶସା କଲେ ପୂର୍ବତନ ହକି କ୍ୟାପଟେନ

ଭୁବନେଶ୍ୱର,୬/୮(ଏସଏସନିୟୁଜ) ଟୋକିଓରେ ଭାରତୀୟ ମହିଳା ହକି ଟିମ୍‌ର ସଂଘର୍ଷପୂର୍ଣ୍ଣ ପରାଜୟ ହୋଇଛି । ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ କଡ଼ା ମୁକାବିଲାରେ ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଲା ଭାରତୀୟ ମହିଳା ହକି ଟିମ୍ । ପରାଜୟ ପରେ ଭାବବିହ୍ୱଳ ହୋଇପଡ଼ି ଦିଲ୍ଲୀପ ତିର୍କୀ କାନ୍ଦି ପକାଇବାସହ ଦଳର ଖେଳାଳିଙ୍କୁ ପ୍ରଶଂସା କଲେ, ମହିଳା ଟିମ ଲଢୁଆ ପ୍ରଦର୍ଶନ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Comments (0)
Add Comment