ଶନିରବି ବନ୍ଦ ସୋମବାର ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୬/୮(ଏସ ଏସ ନିୟୁଜ)ଦୀର୍ଘ ୩ମାସ ପରେ ଖୋଲିଥିବା ନନ୍ଦନକାନନ ଏବେ ଶନିବାର ଓ ରବିବାର ବନ୍ଦ ରହି ସୋମବାର ଖୋଲିବାକୁ ନିଷ୍ପତି ନେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।କରୋନା କଟକଣା ପାଇଁ ଶନିବାର,ରବିବାର ସଟଡାଉନ ରହୁଥିବାରୁ ଏହିଦୁଇଦିନ ନନ୍ଦନକାନନ ବନ୍ଦ ରଖି ପରଦିନ ଅର୍ଥାତ ସୋମବାର ନନ୍ଦନକାନନ ଖୋଲାଯିବ ବୋଲି ନନ୍ଦନକାନନ ନିର୍ଦେଶକ ମନୋଜ କୁମାର ମହାପାତ୍ର କହିଛନ୍ତି ।ତେବେ ସପ୍ତାହର ଗୋଟେଦିନ ପ୍ରତି ସୋମବାର ନନ୍ଦନକାନନ ବନ୍ଦ ରହିଥାଏ।ଏବେ କିନ୍ତୁ ସାମୟିକ ଭାବେ ପରିବର୍ତ୍ତନ କରାଯାଇଛି।

Comments (0)
Add Comment