Browsing monthly archive

September 2021

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଧଳା ପେଚା ଘର ଉପରେ ବସିଲେ-ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ କିନ୍ତୁ କଳା ପେଚା ଦେଖିଲେ ତାର ଵିପରିତ ହେଇଥାଏ | ପ୍ରତିକାର – ଯେକୋୖଣସି ରବିବାର ଦିନ କ୍ଷୀର-ଗୁଡ ଏବଂ କଦଳୀ ବ୍ରାହ୍ମଣକୁ ଖାଇବାକୁ ଦେବା ସହିତ ଦକ୍ଷିଣା ଦେବା ଉଚିତ୍ !! ➡️”ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି। ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟଟି ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାନ୍ତି !! […]

ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ

୧. ଆଉ କିଛି ସମୟ ପରେ ଘୋଷଣା ହେବ ଜେଇଇ ମେନ ରେଜଲ୍ଟ, ଏହି ଓ୍ଵେବସାଇଟ୍‌କୁ ଯାଇ ଦେଖି ପାରିବେ ନିଜର ଫଳାଫଳ । ପରିଣାମ ଘୋଷଣା ପରେ ପରୀକ୍ଷାର୍ଥୀ ଜେଇଇ ମେନ ଓ୍ଵେବସାଇଟ୍ jeemain.nta.nic.inକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ । ୨. ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ, ନବରାତ୍ର-ଦଶହରା ଓ ଦୀପାବଳିରେ ଦେଶକୁ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର । ୩. ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ […]

ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର,୪/୯(ଏସ ଏସ ନିଉଜ)ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଆଜି ହୀରାକୁଦର ୨ଟି ଗେଟ୍ ଖୋଲିଛି । ହୀରାକୁଦର ୩ ନମ୍ବର ଓ ୭ ନମ୍ବର ଗେଟ୍ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି । ପର୍ଯ୍ୟାୟ କ୍ରମେ ଆଜି ହୀରାକୁଦର ମୋଟ ୬ଟି ଗେଟ୍ ଖୋଲିବ ବୋଲି ଜଣାପଡିଛି ।

କୋଟିପତି ଅଙ୍ଗନବାଡ଼ି ଦିଦି

ଭୁବନେଶ୍ୱର, ୧୪/୯(ଏସଏସନିୟୁଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କୋରଡ଼କଣ୍ଟାର କୋଟିପତି ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି । କେଶୁରାରେ ୨ ମହଲା ବିଲ୍ଡିଂ ଥିବାବେଳେ ଝାରପଡ଼ାରେ ୨ଟି ୩ ମହଲା ଓ ଗୋଟିଏ ୧ ମହଲା ବିଲ୍ଡିଂ ରହିଛି। ପୈତୃକ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ଜଗତସିଂହପୁର ବାଲିକୁଦାରେ ଭିଜିଲାନ୍ସ ଟିମ୍ କବିତାଙ୍କ ୨ ମହଲା ବିଲ୍ଡିଂ ସମେତ ୬ଟି ଘରେ ଚଢ଼ଉ କରିଛି।ଭିଜିଲାନ୍ସ ହାତରେ ଧରାପଡିବାପରେ […]

ରାଉରକେଲାରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା,୧୪/୯(ଏସଏସନିୟୁଜ)ଆଜି ରାଉରକେଲାର ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପରିସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁନ୍ଦରଗଡ଼ ଜିଲା ପାଇଁ ଏହି ସ୍ୱାସ୍ଥ୍ୟ ସେବାର ଶୁଭାରମ୍ଭ କରି ପ୍ରତ୍ୟେକ ପରିବାର ଓ ପ୍ରତ୍ୟେକ ଜୀବନ ମୋ ପାଇଁ ମୂଲ୍ୟବାନ ବୋଲି କହିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ୬୦୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।୫ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ […]

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ,୧୨ ଟ୍ରେନ୍ ବାତିଲ

ଭୁବନେଶ୍ବର,୧୪/୯(ଏସଏସନିୟୁଜ) ଅନୁଗୁଳ- ତାଳଚେର ରୋଡ୍ ରୁଟ୍‌ରେ ମାଲ୍‌ବାହୀ ଟ୍ରେନ୍ ଲାଇନଚ୍ୟୁତ୍ ହେବା ଫଳରେ ଢେଙ୍କାନାଳ-ସମ୍ବଲପୁର ଟ୍ରେନ ସେବା ପ୍ରଭାବିତ ହୋଇଛି। ଏହାସହ ୧୨ଟି ଟ୍ରେନ ବାତିଲ ଓ ୮ଟି ଟ୍ରେନର ଗତିପଥ ବଦଳିବା ନେଇ ପୂର୍ବତଟ ରେଲଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ରାଉରକେଲାରୁ ୦୮୧୦୫ ରାଉରକେଲା- ପୁରୀ ସ୍ପେଶାଲ୍ ଟ୍ରେନ୍‌, ପୁରୀରୁ ୦୮୧୦୬ ପୁରୀ-ରାଉରକେଲା ସ୍ପେଶାଲ୍ , ଭୁବନେଶ୍ୱରରୁ ୦୨୮୬୨ଭୁବନେଶ୍ୱର-ରାଉରକେଲା ଇଣ୍ଟର ସିଟି ସ୍ପେଶାଲ.,୦୮୪୯୪ ନମ୍ବର ବଲାଙ୍ଗୀରରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ପେଶାଲ୍, ୦୮୪୫୧ ନମ୍ବର ହାଟିଆରୁ […]

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ନିର୍ଦ୍ଦେଶ

ଭୁବନେଶ୍ବର,୧୪/୯(ଏସଏସନିୟୁଜ)ଲଗାଣ ବର୍ଷା ବିତ୍ପାତକୁ ଆଖି ଆଗରେ ରଖି ଖାଦ୍ୟ ଯୋଗାଣ ଓ ସ୍ଥାନାନ୍ତରଣ ଉପରେ ଗରୁତ୍ବ ଦେବାସହ ସତର୍କ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ।ନିମ୍ନମାନର ଅଞ୍ଚଳରେ ବନ୍ୟା ପରିସ୍ଥିତି ହୋଇପାରେ।ଏଣୁ ଯଦି ଗ୍ରାମ ଏବଂ ଘରେ ଜଳ ଯଦି ପ୍ରବେଶ କରେ ଏବଂ ଥଇଥାନର ଆବଶ୍ୟକତା ରହିଥାଏ, ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ତୁରନ୍ତ ବ୍ୟବସ୍ଥା କରାଯିବାସହ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ମୌଳିକ ଜିନିଷ ଯୋଗାଇ ଦିଆଯିବ। […]

ସାର୍ଟିଫିକେଟ ଦାଖଲରେ କୋହଳ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର,୧୪/୯(ଏସଏସନିୟୁଜ) ଯୁକ୍ତ ୩ ନାମଲେଖା ଆଜିଠାରୁ ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ ଅରିଜିନାଲ ସାର୍ଟିଫିକେଟ୍ ଦେଇ ନପାରିଲେ ମଧ୍ୟ ନାମ ଲେଖାଇ ପାରିବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀ ନେଟ୍‌ରୁ ମଳିଥିବା ପ୍ରମାଣପତ୍ରରେ ନିଜେ ସ୍ବାକ୍ଷର ତଥା ସେଲ୍ଫ ଆଟେଷ୍ଟେଡ୍ କରି ଦାଖଲ କରିପାରିବେ। ସେହିପରି ସିବିଏସ୍‌ଇ, ଆଇସିଏସ୍‌ଇ ସମେତ ଅନ୍ୟ ପରିଷଦରୁ ଦ୍ବାଦଶରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ନେଟ୍‌ରୁ ମାର୍କସିଟ୍ ଡାଉନ୍‌ଲୋଡ୍ କରି ପଢ଼ୁଥିବା ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କଠାରୁ ସ୍ବାକ୍ଷର କରି ନାମଲେଖା ସମୟରେ ଦାଖଲ […]

ଡବଲ୍ ମର୍ଡର ଘଟଣା ଉପରୁ ହଟିଲା ପରଦା

ପାଣିକୋଇଲି,୧୪/୯(ଏସଏସନିୟୁଜ) ପାଣିକୋଇଲିର ସୋତି ଗ୍ରାମ ନିକଟରେ ହୋଇଥିବା ଡବଲ୍ ମର୍ଡର ଘଟଣା ଉପରୁ ପରଦା ହଟାଇଲା ପୋଲିସ । କିନ୍ନରଙ୍କ ସହ ଅନୈତିକ ସଂପର୍କ ଓ ଟଙ୍କା ଶହେ ପାଇଁ ମାନସ ରଞ୍ଜନ ଦାସ ଓ ବିଜୟ କୁମାର ସାହୁଙ୍କୁ ୨ଜଣ କିନ୍ନର ଓ ୫ଜଣ ଗରାଖ ମିଶି ପଥରରେ ଛେଚି ହତ୍ୟା କରିଥିଲେ ।ଏହି ଘଟଣାରେ ପୁଲିସ ୨ଜଣ କିନ୍ନର, ଜଣେ ନାବାଳକ ସହିତ ମୋଟ ୭ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିବା ସହ […]

ଗୁଣି ସନ୍ଦେହରେ ବୃଦ୍ଧଙ୍କ ମୁଣ୍ଡ କାଟି ହତ୍ୟା

ଖଲ୍ଲିକୋଟ,୧୪/୯(ଏସଏସନିୟୁଜ) ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦୁର୍ବୃତ୍ତ ମାନେ ମୁଣ୍ଡଗଣ୍ଡି କାଟି ନିର୍ମମ ଭାବେ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ପୋତି ଦେଇଛନ୍ତି। ପୋଲିସ ଏହି ଘଟଣା‌ରେ ୩ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି। ଖଲ୍ଲିକୋଟ ଥାନା ଅଧୀନସ୍ଥ ବାଣିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦)ସାଇକେଲ ଯୋଗେ ଆଲିପୁର ଗ୍ରାମରୁ ଘରକୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ପରିବାରଲୋକ ବହୁ ଖୋଜାଖାଜି କରି ନିରାସ ହେବାପରେ ଗୁଣିଗାରେଡ଼ିକୁ ନେଇ ଅଘଟଣର ଆଶଙ୍କା କରି ଥାନାରେ […]