ଗୁଣି ସନ୍ଦେହରେ ବୃଦ୍ଧଙ୍କ ମୁଣ୍ଡ କାଟି ହତ୍ୟା

ଖଲ୍ଲିକୋଟ,୧୪/୯(ଏସଏସନିୟୁଜ) ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କ ଦୁର୍ବୃତ୍ତ ମାନେ ମୁଣ୍ଡଗଣ୍ଡି କାଟି ନିର୍ମମ ଭାବେ ହତ୍ୟା କରି ମୃତଦେହକୁ ଜଙ୍ଗଲରେ ପୋତି ଦେଇଛନ୍ତି। ପୋଲିସ ଏହି ଘଟଣା‌ରେ ୩ଜଣ ମହିଳାଙ୍କ ସମେତ ୫ଜଣଙ୍କୁ ଅଟକ ରଖିଛି। ଖଲ୍ଲିକୋଟ ଥାନା ଅଧୀନସ୍ଥ ବାଣିଆ ପଞ୍ଚାୟତ ବି.ନୂଆପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ (୬୦)ସାଇକେଲ ଯୋଗେ ଆଲିପୁର ଗ୍ରାମରୁ ଘରକୁ ଫେରୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ପରିବାରଲୋକ ବହୁ ଖୋଜାଖାଜି କରି ନିରାସ ହେବାପରେ ଗୁଣିଗାରେଡ଼ିକୁ ନେଇ ଅଘଟଣର ଆଶଙ୍କା କରି ଥାନାରେ ଅଭିଯୋଗ କରିଥିଲେ ।ପୋଲସି ସନ୍ଦେହରେ ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଆଣି ପଚରାଉଚରା କରିବାପରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଶବକୁ ପୋତି ଦେଇଥିବାର ସେମାନେ ମାନିଥିଲେ ।

Comments (0)
Add Comment