Browsing monthly archive

September 2021

ଗାଈ ପାଇଁ ରାସ୍ତାରେ ବସିଲେ ପରିବାର

ଓଡଗାଁ,୧୧/୯(ଏସଏସନିୟୁଜ) ଗାଈ ମୃତ୍ୟୁକୁନେଇ ଓଡଗାଁ ଏନଏସି ଅର୍ନ୍ତଗତ କଦଳିବନ୍ଧ ନିକଟ ପେଟ୍ରୋଲ ଟାଙ୍କି ଠାରେ ରାସ୍ତାରୋକ ହୋଇଥିଲା । ଓଡ଼ଗାଁ ମନ୍ଦିର ରୋଡ଼ରେ ରହୁଥିବା କୁମର ସାହୁଙ୍କ ଏହି ଗର୍ଭିଣୀ ଗାଈଟି ବଜାରରେ ବୁଲଚାଲ କରିଥାଏ । କୌଣସି କାରଣରୁ ଗତକାଲି ଗାଇଟି ମୃତ୍ୟୁ ବରଣ କରିଥିଲା ।କିନ୍ତୁ ଶବ ବ୍ୟବଚ୍ଛେଦ ନକରି ଗାଈକୁ ଫୋପାଡି ଦିଆଯାଇଥିବାର ପ୍ରତିବାଦ କରି କୁମର ସାହୁ ଓ ତାଙ୍କର ଦୁଇପୁଅ ପେଟ୍ରୋଲ ଟାଙ୍କି ଠାରେ ୪୫ ମିନଟ ଧରି ଟାୟାର […]

ନାଳରେ ମହିଳାଙ୍କ ମୃତଦେହ ଠାବ

ଢେଙ୍କାନାଳ,୧୧/୯(ଏସଏସନିୟୁଜ) ମହାବିରୋଡ ଫ।ଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ ୧୪୯ର ଭେଜିଆ ନିକଟରେ ରାସ୍ତାକଡ଼ ନାଳରେ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଛି ପୋଲିସ । ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ତାଙ୍କରବୟସ ଆନୁମାନିକ ୩୦ ବର୍ଷ ହେବ ବୋଲି ଜଣାପଡିଛି ।ମହିଳାଙ୍କ ଗୋଡବନ୍ଧାଯାଇ ନାଳ ତଳକୁ ଫିଙ୍ଗାଯାଇଥିବାରୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି।

ହସ୍ପିଟାଲରେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର:୧୧/୯(ଏସଏସନିୟୁଜ) ହସ୍ପିଟାଲରେ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଗତକାଲି ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଯାଂଚ କରିବା ପରେ ଦୁଇଟି ବ୍ଲକେଜ ଛାତିରେ ଥିବା ଜାଣିବାକୁ ପାଇଥିଲେ ।ଏହାପରେ ଅସ୍ତ୍ରୋପଚାର କରି ଦୁଇଟି ଷ୍ଟେଣ୍ଟ ଲଗାଯାଇଥିାବବେଳେ ସେ ଏବେ ସୁସ୍ଥ ଥିବାର ଜଣାପଡିଛି ।

ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ୪ଲକ୍ଷ

ବାରଙ୍ଗ, ୧୦/୯(ଏସଏସନିୟୁଜ)ଶୁକ୍ରବାର ରାତିରେ ଦାଢ଼ାପାଟଣା ଗ୍ରାମର ବାବୁଲି ସାହୁଙ୍କ ଠାରୁ ୪ ଲକ୍ଷ ଟଙ୍କା ଲୁଟ ହୋଇଥିବା ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ବାବୁଲି ଙ୍କର ବାରଙ୍ଗ ବଜାର ରେ ଏକ ଫଳ ଓ ପୂଜା ସାମଗ୍ରୀ ଦୋକାନ ରହିଛି।ତେବେ ଗତକାଲି ରାତି ୯ ଘଟିକା ସମୟରେ ଦୋକାନ ବନ୍ଦ କରି ଏକ ବ୍ୟାଗରେ ନଗଦ ୪ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ।ଏହି ସମୟରେ ନିଛାଟିଆ ଏବଂ ଅନ୍ଧାରର ସୁଯୋଗ ନେଇ କେହି ଜଣେ […]

ଚାଟ ଖାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ

ବାରଙ୍ଗ,୧୦/୯(ଏସଏସନିୟୁଜ) ଚାଟ ଖାଇବାକୁ ଯାଇ ଦୁଇ ଗୋଷ୍ଟୀ ମଧ୍ୟରେ କଥା କଟାକଟିକୁ ନେଇ ମାଡପିଟ ହୋଇଛି । ପାଖ ଦୋକାନରେ ଥିବା ଥଣ୍ଡା ବୋତଲରେ ଆକ୍ରମଣ,କରିବାକୁ ପଛାଇନାହାନ୍ତି । ଶୁକ୍ରବାର ରାତିରେ ଗଣ୍ଡରପୁର ହାଇସ୍କୁଲଗଡାରେ ଏଭଳି ଘଟଣା ଘଟିଛି ।ଖବରପାଇ ନନ୍ଦନକାନନପୋଲିସ ଘଟଣାସ୍ଥଳରେ ପହଁଚିବାପରେ ପରିସ୍ଥିତି ନିୟନ୍ତ୍ରଣଧିନ ରହିଥିବାବେଳେ ଦୁଇଗ୍ରାମ ମଧ୍ୟରେ ଉତେଜନା ଲାଗିରହି ଥିଲା । ଖବର ନେବାରୁ ଜଣାପଡିଛି, ଶୁକ୍ରବାର ରାତିରେ ଗଣ୍ଡରପୁରହାଇସ୍କୁଲଗଡାରେ ଏକ ଚାଟ ଦୋକାନରେ ଗହଳି ଥିଲା।ସେହି ସମୟରେ କଲ୍ୟାଣପୁର ଗ୍ରାମର […]

କଲେଜ ଅଧ୍ୟକ୍ଷଙ୍କ ଘରୁ କଳାକନା ବୁଲାଇଲେ ଚୋର

କେନ୍ଦୁଝର , ୧୧/୯(ଏସଏସନିୟୁଜ) କଳାକନା ବୁଲାଇଲେ ଚୋର । ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମରେ ରହୁଥିବା ଷଡ଼ଙ୍ଗୀ କଲେଜ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ସାହୁଙ୍କ ଘରର ଆଲମିରା ଭାଙ୍ଗି ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଗତକାଲି ରାତିରେ ଚୋରିହୋଇଥିବାନେଇ ଥାନାରେ ଅଭିଯୋଗ ହୋଇଛି । ସାହୁ ଏବଂ ତାଙ୍କ ପତ୍ନୀ ଗୋଟିଏ କୋଠିରେଶୋଇଥିବାବେଳେ ଅନ୍ୟ ଏକ କୋଠରିର ଝରକା ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଦୁଇଟି ସୁନାହାର, ଗୋଟିଏ ମଙ୍ଗଳସୂତ୍ର. ତିନିହଳ […]

ଆନ୍ତଃଜିଲ୍ଲା ଡକାୟତଗ୍ୟାଙ୍ଗ୍‌କୁ ଧରିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ

ଭଦ୍ରକ,୧୧/୯(ଏସଏସନିୟୁଜ) କେନ୍ଦୁଝର ଆଳୁଖୋଳୁଖୋଳୁ ମହାଦେବ ବାହାରିବାଭଳି ଚୋରି ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଏକ ଗାଡ଼ି ନମ୍ବର ପ୍ଲେଟ୍ ଆଧାରରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ।ସେମାନଙ୍କଠାରୁ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ୩୨୦ ଗ୍ରାମ୍ ସୁନା, ୪ କେଜି ରୁପା ଅଳଙ୍କାର, ମୋବାଇଲ, ତାଲାଭଙ୍ଗା ଯନ୍ତ୍ର ସହ ୩ଟି ବାଇକ୍ ଜବତ କରିଛି ।ଗତ୨୨ତାରିଖରେ ଦେଉଳପାଳ ଗ୍ରାମର ବିଧାନ ଚୌଧୁରୀଙ୍କ ଘରୁ ଚୋରି ହୋଇଥିବାନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ […]

ଆଜିର ଅନୁଚିନ୍ତା

🦋ଜୀବନରେ ଏହି ୫ଟି କଥା କେବେହେଲେ ଭାଙ୍ଗିବାକୁ ଚେଷ୍ଟା କରିବନି :- ●ଅନ୍ୟର ଭଲ ପାଇବା●ଅନ୍ୟର ଭରଷା ●ଅନ୍ୟ କୁ ଦିଆ ଯାଇଥିବା ଆଶା●ଅନ୍ୟକୁ କରିଥିବା ପ୍ରତିଜ୍ଞା ●ଅନ୍ୟ ସହ ଗଢି ଉଠିଥିବା ମଧୁର ସମ୍ପର୍କ 🦋ମଣିଷ ତା ଜୀବନ କାଳ ଭିତରେ ସବୁକିଛି ଭୁଲିଯାଇପାରେ ” କିନ୍ତୁ ” ତା ମନକୁ କଷ୍ଟ ଦେଇଥିବା ମଣିଷକୁ ସେ କେବେ ବି ଭୁଲି ପାରେ ନାହିଁ । 🦋ପ୍ରତ୍ୟକଟି କର୍ମ କ୍ଷେତ୍ରରେ ମାନବ କିଛିନା କିଛି ସାହାଯ୍ୟ […]

ଛଅ ଦିଗରୁ ଘେରିବ ବାୟୁସେନା

୧. ଟୋକିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ଭାବେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ୨. ଜାତିସଂଘ ସୁରକ୍ଷା ପରିଷଦ ବିତର୍କରେ ଭାରତର ମତ : ଆତଙ୍କବାଦ କ୍ଷେତ୍ରରେ ତାଲିବାନ ନିଜର ପ୍ରତିଶ୍ରୁତି ପାଳନ କରୁ । ୩. ଆସନ୍ତା ମାସରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ କ୍ରିକେଟ୍ ଦଳର ମାର୍ଗଦର୍ଶକ ଭାବେ ନିଯୁକ୍ତ ହୋଇଛନ୍ତି ପୂର୍ବତନ […]

ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୧୧ ତାରିଖ ୨୦୨୧ ମସିହା(ଶନିବାର)ଭାଦ୍ରମାସ-ଶୁକ୍ଳପକ୍ଷ,ତିଥି-ପଞ୍ଚମୀ,ନକ୍ଷତ୍ର- ସ୍ୱ।ତି,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବେଲ,ନିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ […]