ଆନ୍ତଃଜିଲ୍ଲା ଡକାୟତଗ୍ୟାଙ୍ଗ୍‌କୁ ଧରିଲା ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ

ଭଦ୍ରକ,୧୧/୯(ଏସଏସନିୟୁଜ) କେନ୍ଦୁଝର ଆଳୁଖୋଳୁଖୋଳୁ ମହାଦେବ ବାହାରିବାଭଳି ଚୋରି ଘଟଣାର ଅନୁସନ୍ଧାନ କରିବାକୁ ଯାଇ ଏକ ଗାଡ଼ି ନମ୍ବର ପ୍ଲେଟ୍ ଆଧାରରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗ୍‌କୁ ଧରିବାରେ ସଫଳ ହୋଇଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ।ସେମାନଙ୍କଠାରୁ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ୩୨୦ ଗ୍ରାମ୍ ସୁନା, ୪ କେଜି ରୁପା ଅଳଙ୍କାର, ମୋବାଇଲ, ତାଲାଭଙ୍ଗା ଯନ୍ତ୍ର ସହ ୩ଟି ବାଇକ୍ ଜବତ କରିଛି ।ଗତ୨୨ତାରିଖରେ ଦେଉଳପାଳ ଗ୍ରାମର ବିଧାନ ଚୌଧୁରୀଙ୍କ ଘରୁ ଚୋରି ହୋଇଥିବାନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଥିଲା । ଏକ ଗାଡ଼ି ନମ୍ବର ପ୍ଲେଟ୍‌କୁ ସନ୍ଦେହ କରି ଏହି ନମ୍ବରକୁ ଆଧାର କରି ପୁଲିସ ଡକାୟତ ଗ୍ୟାଙ୍ଗ୍ କୁ ଧରିଥିଲା ।ସେମାନେ ହେଲେ କାନ୍ତି ଗ୍ରାମର ଶ୍ରୀକାନ୍ତ ବେହେରା (୩୫), ଧାମନଗର ଦକ୍ଷିଣବାଡ଼ ଗ୍ରାମର ସଂଗ୍ରାମ ଜେନା (୨୯), ବାସୁଦେବପୁର ମନ୍ଦାରୀ ଗ୍ରାମର ବୃନ୍ଦାବନ ବେହେରା (୪୮), ଧାମନଗର ଚିଲାପଟି ଗ୍ରାମର ସୁଦର୍ଶନ ରାଉତ (୫୫), ଦିଗି ଗ୍ରାମର ଅତୁଲ ବେହେରା (୩୬) ।ଏମାନଙ୍କୁ ପଚରାଉଚରା କରିବାପରେ କଟକ ଗୋବିନ୍ଦପୁର, ଭଦ୍ରକ, ଯାଜପୁର ଘଣ୍ଟିଆଳ ଆଦି ଅଂଚଳରେ ଚୋରି ଜିନିଷ ବିକ୍ରି କରିଥିବାର ପୋଲିସ ଆଗରେ ମାନିଥିଲେ ବୋଲି ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡା କହିଛନ୍ତି ।

Comments (0)
Add Comment