ରାସ୍ତାରେ ବସିଲେ ଗ୍ରାମବାସୀ
ପାତ୍ରପୁର,୨୩/୯(ଏସଏସନିୟୁଜ) ମହେନ୍ଦ୍ର ତନୟା ନଦୀରେ ବୁଡ଼ି ବୁରାତାଲ ପଞ୍ଚାୟତର କମଳା ଖତନୁଆଁସାହି ଗ୍ରାମର ସୋମନାଥ ରଇତ ନାମକ ଯୁବକ ମୃତ୍ୟୁବରଣ କରିବା ଘଟଣାରେ କ୍ଷତିପୂରଣ ଓ ପୋଲ ନିର୍ମାଣ ଦାବିରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ଗ୍ରାମର ଅପର ପାର୍ଶ୍ୱରେ ଥିବା ଡୁଡୁକା ବାଡ ହାଟକୁ ଗତକାଲି ସୋମନାଥ ମହେନ୍ଦ୍ରତନୟା ନଦୀ ପାର ହୋଇ ଜିନିଷ କିଣିବା ପାଇଁ ଆସିଥିଲେମଧ୍ୟ ଗ୍ରାମକୁ ଫେରିନଥିଲେ ।କିନ୍ତୁ ଆଜି ସକାଳୁ ତାଙ୍କର ମୃତଦେହ ନଦୀ ଶଯ୍ୟାର ପଥର କୋରଡ […]