ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ

ପିପିଲି,୨୩/୯(ଏସଏସନିୟୁଜ) ପିପିଲି ଉପ ନିର୍ବାଚନ ନିମନ୍ତେ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ୍ ବାଲାଟ୍ ଗାଡ଼ିର ଶୁଭାରମ୍ଭ କରିଛନ୍ତି। ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟରମାନଙ୍କ ପାଇଁ ପୋଷ୍ଟାଲ୍ ବାଲାଟର ବ୍ୟବସ୍ଥା କରାଯାଇଛି। ଏଥିନିମନ୍ତେ ୭ଟି ଗାଡ଼ି ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଟିମରେ ୨ ଜଣ ପୋଲିଂ ଅଧିକାରୀ, ମାଇକ୍ରୋ ଅବଜର୍ଭର, ପୁଲିସ ଓ ଭିଡିଓଗ୍ରାଫରଙ୍କୁ ମିଶାଇ ୫ ଜଣ ସାମିଲ ରହିବେ। ବୁଥ୍ ସ୍ତରୀୟ ଅଧିକାରୀମାନେ ଏଥିନିମନ୍ତେ ସହଯୋଗ କରିବେ। ଏହି ଶୁଭାରମ୍ଭଉସ୍‌ବରେ ଜିଲ୍ଲାପ୍ରସାଶନ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment