ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲାବସ

ଭଞ୍ଜନଗର,୨୩/୯ (ଏସଏସନିୟୁଜ) ନୀଳକଣ୍ଠ ନାମକ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କାଳିଆଗୁଡା ଗ୍ରାମ ନିକଟରେ ମଝି ରାସ୍ତାରେ ଓଲଟିପଡିଛି । ବସ୍‌ରେ ଥିବା ୩୫ରୁ ଉର୍ଦ୍ଧ୍ଵ ଯାତ୍ରୀଙ୍କ ମଧ୍ୟରୁ ଡ୍ରାଇଭର ସମେତ ୩୦ ଆହତ ହୋଇଥିବା ଜଣାପଡିଛି।ବସଟି ଗୌଡ଼ ଗୋଠ ଅଞ୍ଚଳର କୁଷକମାନକୁ ଧରି ଏକ ସ୍ବତନ୍ତ୍ର କୃଷିତାଲିମ୍ ପାଇଁ ଭଞ୍ଜନଗର ଆସୁଥିଲା । ସ୍ଥାନୀୟ ଲୋକ ଆହତ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଓ ସୋରଡ଼ା ଚିକିତ୍ସାଳୟକୁ ପଠାଯାଇଥିବା ଜଣାପଡିଛି। ଦିଗପଣ୍ଡି ନିକଟରେ ବୁଲାଣି ରାସ୍ତାରେ ଅଚାନକ ଏକ ସ୍ମୁଟିଚାଳକ ମୋବାଇଲରେ କଥାହୋଇ ରାସ୍ତାଉପରକୁ ଆସି ଯିବାରୁ ସ୍ମୁଟି ଚାଳକକୁ ବଂଚାଇବାକୁଯାଇ ବସ୍ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲାବୋଲି ଆହତ ହୋଇଥିବା କୃଷକମାନେ କହିଛନ୍ତି ।

Comments (0)
Add Comment