Browsing monthly archive

October 2021

ଘରଭିତରୁ ଗଳାକଟା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ବର,୧୦/୧୦(ଏସଏସନିୟୁଜ) ପାରିବାରିକ କଳହକାରଣରୁ ସ୍ବାମୀ ସ୍ତ୍ରୀକୁ ହତ୍ୟାକରି ଫେରାର ହୋଇଯାଇଥିବାର ଖୋର୍ଦ୍ଧା ଟାଉନଥାନା ଅଂଚଳରେ ଦେଖିବାକୁ ମିଳିଛି । ଗୁରୁଜଙ୍ଗର ପତିତପାବନ ସାହିରେ ଏକ ଘରୁ ଆଜି ଗଳାକଟା ଅବସ୍ଥାରେ ଇନ୍ଦିରା ପ୍ରିୟଦର୍ଶିନୀ ପ୍ରଧାନନାମକ ମହିଳାଙ୍କ ମୃତଦେହ ମିଳିଛି ।ସ୍ବାମୀ କାର୍ତ୍ତିକ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାର ଜଣାପଡିଥିବାବେଳେ ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିବାର ଜଣାପଡିଛି ।

ହାତ କାଟି ଲୁଟି ନେଲେ ସୁନା ଅଳଙ୍କାର

ଭଞ୍ଜନଗର,୧୦/୧୦(ଏସଏସନିୟୁଜ) ଘରେ ଏକୁଟିଆ ଥିବାର ସୁଯୋଗରେ ଭିତରକୁ ପଶି ହାତ କାଟି ଜଣେ ମହିଳାଙ୍କଠାରୁ ଲୁଟି ନେଲେ ସୁନା ଅଳଙ୍କାର ।ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରାଯାଇଥିବାର ଜଣାପଡିଛି ।ଗୁରୁତର ଆହତ ହୋଇଥିବା ମହିଳା ହେଉଛନ୍ତି ବେଲଗୁଣ୍ଠା ଥାନା ଅଧୀନ ପଥରାପଲି ଗ୍ରାମର ଗୋପାଳ ଦଳାଇ ଙ୍କ ସ୍ତ୍ରୀ ସୁଲୋଚନା । ଏକ ନୀଳ ରଙ୍ଗର ସ୍କୁଟିରେ ୨ଜଣ ଦୁର୍ବୃତ୍ତ ଆସି ଏକୁଟିଆ ଘରଭିତରେ ଥିବା ସୁଲୋଚନାକୁ ଆକ୍ରମଣ କରିବା ସହ ବାମ […]

ବାଦାମବାଡି ଛକ:-ଫାଟିଲା ପାଣି ପାଇପ

କଟକ,୧୦/୧୦(ଏସଏସନିୟୁଜ)ବାଦାମବାଡ଼ି ଛକରେ ପୁଣି ପାଣି ପାଇପ ଫାଟିବାରୁ ରାସ୍ତା ଉପରେ ପାଣିର ସୁଅ ଛୁଟିଥିଲା। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହିବାରୁ ସାଧାରଣ ଲୋକଙ୍କ ପାଇଁ ଯାତାୟତରେ ବାଧକ ସୃଷ୍ଟି ହୋଇଥିଲା । ଜନଗହଳିପୂର୍ଣ୍ଣ ସ୍ଥାନରେ ପାଇପ୍ ଫାଟିବାକୁ ନେଇ ପିଡବ୍ଲ୍ୟୁଡି ବିଭାଗ କର୍ମଚାରୀମାନଙ୍କ ଦାୟିତ୍ୱହିନତା ଓ ତଦାରଖ ଅଭାବ ହିଁ ମୁଖ୍ୟକାରଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସରସ୍ୱତୀ ରୂପରେ ମା ଚର୍ଚ୍ଚିକା

ବାଙ୍କି,୧୦/୧୦(ଏସ ଏସ ନିୟୁଜ)ବାଙ୍କିର ଆରାଧ୍ୟ ଦେବୀ ମା ଚର୍ଚ୍ଚିକାଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଛି ଷୋଡ଼ଷ ଉପଚାର ପୂଜା । ଏହି ସମୟରେ ମାଙ୍କୁ ଦର୍ଶନ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ମା ଚର୍ଚ୍ଚିକା ମହା ସରସ୍ୱତୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।

ମୋବାଇଲ ଲୋକେସନ୍ ଯୋଗୁ ଧରାପଡିଲେ ଆଶିଷ

ଭୁବନେଶ୍ୱର,୧୦/୧୦(ଏସ ଏସ ନିୟୁଜ)୫ ଦିନର ଲୁଚକାଳି ଓ ପ୍ରାୟ ୧୨ ଘଣ୍ଟାର ମାରାଥନ ଜେରା ପରେ ଗିରଫ ହେଲେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ଲଖିମପୁର ଖେରି ହିଂସାକାଣ୍ଡ ମାମଲାରେ ତାଙ୍କୁ ଗିରଫ କରିଛି ୟୁପି ପୋଲିସର କ୍ରାଇମବ୍ରାଞ୍ଚ ।

ଭାଇରାଲ ହେଲା ଫଟୋ

  ଭୁବନେଶ୍ୱର,୧୦/୧୦(ଏସ ଏସ ନିୟୁଜ)ସାଂସଦ ଅନୁଭବ ମହାନ୍ତି ଏବଂ ତାଙ୍କ ବାନ୍ଧବୀ ସାମ୍ବାଦିକା ଜାଗୃତି ଶୁକ୍ତଳାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ । ନିଜ ଇନ୍‌ଷ୍ଟାଗ୍ରାମରେ ଏକାଠି ବସି ଖାଇବାର ଫଟୋ ସେୟାର କଲେ ଜାଗୃତି ।

ପୋଖରୀରେ ଭାସୁଛି ଯୁବକର ମୃତଦେହ

ଭୁବନେଶ୍ବର,୧୦/୧୦(ଏସ ଏସ ନିୟୁଜ) ପାତ୍ରପଡ଼ା ନମ୍ରକାନି ମନ୍ଦିର ନିକଟରେ ଥିବା ଏକ ପୋଖରୀରେ ଜଣେ ସମ୍ଭ୍ରାନ୍ତ ଯୁବକଙ୍କ ମୃତଦେହ ଭାସୁଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।ଭାସୁଥିବା ଯୁବକ ଜଣକ ଚଷମା ପିନ୍ଧିଥିବା ବେଳେ ହାତରେ ଏକ ଘଡ଼ି ସହ ଚପଲ ପିନ୍ଧିଥିବା ଦେଖା ଯାଇଛି । ମୃତକଙ୍କ ପରିଚୟଏପର୍ଯ୍ୟନ୍ତ ମିଳି ପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହକୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଛି ।

ନାଇଟ କର୍ଫ୍ୟୁ କଟକଣା ପାଳନ ପାଇଁ ଡିସିପିଙ୍କ ଅନୁରୋଧ

କଟକ,୧୦/୧୦(ଏସ ଏସ ନିୟୁଜ) ପୂଜା ସମୟରେ କଟକ ସହରରେ ୨୦ଟି ସ୍ଥାନରେ ହେବ ଚେକ୍ ପୋଷ୍ଟ, ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ ୧୦୦ ଜଣ ଅଫିସର। ରାତି ୮ଟା ପରେ ହେବ ବାଇକ୍‌ ପାଟ୍ରୋଲିଂ।ପୂଜା ସମୟରେ ନାଇଟ କର୍ଫ୍ୟୁ କଟକଣା ପାଳନ ପାଇଁ ସହରବାସୀଙ୍କୁ ଅନୁରୋଧ କଲେ କଟକ ଡିସିପି ପ୍ରତିକ ସିଂହ ।

ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼

କେଉଁଝର,୧୦/୧୦(ଏସ ଏସ ନିୟୁଜ) କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଥିବା ନେଇ ସୂଚନା ମିଳିଛି। ମିଟିଂ ସାରି ଫେରୁଥିବା ବେଳେ ବିଧାୟକଙ୍କ ଗାଡ଼ିକୁ କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟରେ ବୋମାମାଡ଼ ହୋଇଥିବା ନେଇ ଜଣାପଡ଼ିଛି। ବାଇକରେ ୨ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିବା ସୂଚନା ମିଳିଛି।ବୋମାମାଡ଼ରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବିଧାୟକ ସୁରକ୍ଷିତ ଅଛନ୍ତି। ତେବେ ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଛି।

ଆଜିର ରାଶିଫଳ

ଅକ୍ଟୋବର ମାସ ୧୦ ତାରିଖ ୨୦୨୧ ମସିହା(ରବିବାର)ଆଶ୍ଵିନ୍ୟ – ଶୁକ୍ଳପକ୍ଷ,ତିଥି- ପଞ୍ଚମୀ,ନକ୍ଷତ୍ର- ଅନୁରାଧା,ମେଷ ରାଶିର ଘାତବାର,ପଞ୍ଚମୀ ର ଏକୋଦିଷ୍ଟ୍ ଓ ପାର୍ବଣ ଶ୍ରାଦ୍ଧ,ବେଲ ନିମ୍ବ ଭକ୍ଷଣ ନିଷେଧ। ମେଷ:-ଆଜି ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତା ରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ପ୍ରାପ୍ତ ହେବ ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ବୃଷ:-ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ […]