ହାତ କାଟି ଲୁଟି ନେଲେ ସୁନା ଅଳଙ୍କାର

ଭଞ୍ଜନଗର,୧୦/୧୦(ଏସଏସନିୟୁଜ) ଘରେ ଏକୁଟିଆ ଥିବାର ସୁଯୋଗରେ ଭିତରକୁ ପଶି ହାତ କାଟି ଜଣେ ମହିଳାଙ୍କଠାରୁ ଲୁଟି ନେଲେ ସୁନା ଅଳଙ୍କାର ।ରକ୍ତଜୁଡୁବୁଡୁ ଅବସ୍ଥାରେ ମହିଳାଙ୍କୁ ଗୁରୁତରଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତିକରାଯାଇଥିବାର ଜଣାପଡିଛି ।ଗୁରୁତର ଆହତ ହୋଇଥିବା ମହିଳା ହେଉଛନ୍ତି ବେଲଗୁଣ୍ଠା ଥାନା ଅଧୀନ ପଥରାପଲି ଗ୍ରାମର ଗୋପାଳ ଦଳାଇ ଙ୍କ ସ୍ତ୍ରୀ ସୁଲୋଚନା । ଏକ ନୀଳ ରଙ୍ଗର ସ୍କୁଟିରେ ୨ଜଣ ଦୁର୍ବୃତ୍ତ ଆସି ଏକୁଟିଆ ଘରଭିତରେ ଥିବା ସୁଲୋଚନାକୁ ଆକ୍ରମଣ କରିବା ସହ ବାମ ହାତ ଟିକୁ ଏକ ଧାରୁଆ ଅସ୍ତ୍ର ରେ କାଟି ଦେଇଥିଲେ ।ଏହାପରେ ସୁଲୋଚନା ପିନ୍ଧିଥିବା ଏକ ଅଢେଇ ତୁଳାର ସୁନା ହାର ଓ ଅନ୍ୟାନ୍ୟ ସୁନା ଗହଣା ଲୁଟି ନେଇଥିବାର ଥାନାରେ କରିଥିବା ଅଭିଯୋଗରେ ସୁଲୋଚନାଙ୍କ ସ୍ୱାମୀ ପ୍ରକାଶ ଦର୍ଶାଇଛନ୍ତି ।

 

Comments (0)
Add Comment