Browsing yearly archive

2021

ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର,୧୯/୮(ଏସଏସନିୟୁଜ) ବିଜେପିର ଜନ ଆଶୀର୍ବାଦ ଯାତ୍ରା ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ।ଏଥିରେ ସାମିଲ୍ ହେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଦୁଇ ମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟଙ୍କୁ ଦଳ ପକ୍ଷରୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହାପରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏକ ଶୋଭାଯାତ୍ରାରେ ପୁରୀ ଅଭିମୁଖେ […]

ମନ୍ଦିରରୁ ରୁପା ଅଳଙ୍କାର ଚୋରି କଲେ ଦୁବୁର୍ତ

ଯାଜପୁର,୧୯/୮(ଏସଏସନିୟୁଜ) ଧର୍ମଶାଳା ଥାନା ଅର୍ନ୍ତଗତ ସୁନ୍ଦରିଆ ଗ୍ରାମର ଶ୍ରୀ ଶ୍ରୀ ଅନନ୍ତ ମହିମା ଗାଦି ଠେଙ୍ଗିଆ ବଟ ରେ ଗତକାଲି ବିଳମ୍ବିତ ରାତ୍ରିରେ ଚୋରୀହୋଇଥିବାର ଥାନାରେ ଗ୍ରାମବାସୀମାନଙ୍କ ତରଫରୁ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ରୁପାର ବଂଶୀ ରୁପା କାନ ଫୁଲ ଓ ତିନିଟି ରୁପା ମୁକୁଟ, ଠାକୁରାଣୀଙ୍କ ରୁପା ହାର, ତିନିଟି ରୁପା ଗ୍ଲାସ୍ ଚୋରୀହେବାସହ ପଞ୍ଚାୟତ ଅଫିସ ପାଖରେ ଠାକୁରଙ୍କ ଦାନ ବାକ୍ସ ଭଙ୍ଗା ହେଇ ପଡ଼ିଛି ।

ଆଜିର ଅନୁଚିନ୍ତା

⚜ଧନ ଜନ ନେଇ ଗର୍ବ କର ନାହିଁ କିଛି ନୁହେଁ ଚିରସ୍ଥାୟୀ ଜୀବନ ବି ଏଠି ପାଣିର ଫୋଟକା ଆଜି ଅଛି କାଲି ନାହିଁ । ⚜ମୁହଁ ଉପରେ ସତ କହୁଥିବା ଲୋକ ସବୁବେଳେ ଅନ୍ୟ ରାଗର ଶିକାର ହେବାକୁ ପଡିଥାଏ ⚜ଯିଏ ମଣିଷ ପଛରେ ଚାଲେ ତା ନାଁ ଛାୟା ,,,, ଆଉ ମଣିଷ ଯାହା ପଛରେ ଚାଲେ ତା ନାଁ ମାୟା ,,,,, ⚜ମଣିଷ ସବୁବେଳେ ଭାବେ କି ସମସ୍ତେ ତାକୁ ଗୁରୁତ୍ୱ ଦିଅନ୍ତୁ, […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୯ ତାରିଖ ୨୦୨୧ ମସିହା(ଗୁରୁବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ଦ୍ଵାଦଶୀ,ତୁଳା ଓ କୁମ୍ଭ ରାଶିର ଘାତବାର ଓ ଘାତଚନ୍ଦ୍ର.ଦ୍ୱାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପୋଇ ବାଇଗଣ ଭକ୍ଷଣ ନିଷେଧ। ମେଷ : –ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜ ସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛି ସାଙ୍ଗ ଆପଣଙ୍କୁ ଇର୍ଷା କରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନ ରହିବାକୁ ହେବ । ବୃଷ:- ବହୁଦିନ […]

ଅସଲ ଚେହେରା ଦେଖାଇଲା

୧. ଜାତୀୟ ଖାଇବା ତେଲ ମିଶନ-ଅଏଲ ପାମର କାର୍ୟ୍ୟକାରିତାକୁ କ୍ୟାବିନେଟ ମଞ୍ଜୁରି। ୨. ବି.ଭି ନାଗରତ୍ନା ହୋଇପାରନ୍ତି ପ୍ରଥମ ମହିଳା ପ୍ରଧାନ ବିଚାରପତି । ୩. ଅସଲ ଚେହେରା ଦେଖାଇଲା ତାଲିବାନ୍‌, ଭାରତ ସହ ଆମଦାନୀ ଏବଂ ରପ୍ତାନୀ ଉପରେ ଲଗାଇଲା ରୋକ୍‌ । ୪. ଓଡ଼ିଶା ସଚିବାଳୟ ସେବାରେ ଖାଲିଥିବା ମୋଟ ୮୨୨ଟି ଏଏସଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ପଦବୀ ମଧ୍ୟରୁ ୭୯୬ଟି ପଦ ପୂରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୫. ସେପ୍ଟେମ୍ବର ପହିଲାରୁ […]

୨ କୋଟି ମୁଲ୍ୟର ବ୍ରାଉନ ସୁଗାର ଜବତ

ବାଲେଶ୍ୱର, ୧୮/୮(ଏସଏସନିୟୁଜ) ଗତକାଳି ସନ୍ଧ୍ୟାରେ ଜଳେଶ୍ୱର ଅଞ୍ଚଳରୁ ୨ କୋଟିରୁ ଉର୍ଦ୍ଧ ମୂଲ୍ୟର ବ୍ରାଉନସୁଗର ଜବତ କରିଛି ପୋଲିସ ।ଏହି ଘଟଣାରେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବାର ଜଣାପପଡିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ ଆମେନା ବିବି ଓ ଏସକେ ରଫିକ୍ ଘରେ ପୁଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲେ ।

IPOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପୁରୀ, ୧୮/୮(ଏସଏସନିୟୁଜ)ପୁରୀ ଜିଲ୍ଲା ଶିଳ୍ପ କେନ୍ଦ୍ରର ଉନ୍ନୟନ ଅଧିକାରୀ ବା ଆଇପିଓ ସୀତାରାମ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୀତାରାମଙ୍କ ପୁରୀ, ଭୁବନେଶ୍ୱର ଓ ନୟାଗଡ଼ର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ।

ଅଳ୍ପକେ ବର୍ତ୍ତିଲେ ଭଦ୍ରକ ବିଧାୟକ

ଭୁବନେଶ୍ୱର, ୧୮/୮(ଏସଏସନିୟୁଜ)ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲୀକ । ଭୁବନେଶ୍ୱରରୁ ଭଦ୍ରକ ଫେରିବା ବେଳେ ଜାରକା ପାଖରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିବା ଜଣାପଡିଛି ।କାରଟି ଭାଙ୍ଗି ଯାଇଥିବାବେଳେ ବିଧାୟକ ଓ ତାଙ୍କ ସହଯୋଗୀ ସହ ଡ୍ରାଇଭର ସୌଭାଗ୍ୟବଶତଃ ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ଟି ଚମ୍ପଟ୍. ମାରିଥିବାର ଜଣାପଡିଛି ।

ଚୋରି କରିବାକୁ ଆସି ଗାଁଲୋକଙ୍କ ହାବୁଡରେ ପଡିଲେ ୪ ଯୁବକ

ବାଲିପାଟଣା, ୧୮/୮(ଏସଏସନିୟୁଜ)ଗତକାଲି ବିଳମ୍ବିତ ରାତିରେ ପୋଇଝାରି ଗାଁ କୁ ଚୋରି କରିବାକୁ ଆସି ଗାଁ ଲୋକଙ୍କ ହାବୁଡରେ ପଡିଛନ୍ତି ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସଂଗ୍ରାମ ବେହେରା , ଚନ୍ଦନ ବେହେରା, ବାଦଲ ଭୋଇ ଏବଂ ରାହୁଲ ଭୋଇ ।ଏହି୪ ଜଣ ଯୁବକକୁ ଗ୍ରାମବାସୀମାନେ ଧରି ପୁଲିସର ଜିମା ଦେଇଛନ୍ତି । ପୋଇଝାରି ଗ୍ରାମର ପଵନୀ ଜେନା, ମୃତ୍ୟୁଞ୍ଜୟ ଜେନା ଏବଂ ବିଜୟ ଜେନାଙ୍କ ଘରେ ଏମାନେ ପଶି ଚୋରୀ କରିଥିଲେ ।ପରିବାର ଲୋକ ଉଠିବାର ଜାଣିପାରି […]

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଚନ୍ଦ୍ରଶେଖରପୁର, ୧୮/୮(ଏସଏସନିୟୁଜ) ଜଣେ ନାବାଳିକାକୁ ଅପହରଣ କରି ଦୁଇ ମାସ କାଳ ଗୃହବନ୍ଦୀ ଅବସ୍ଥା‌ରେ ରଖି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ବ୍ରହ୍ମପୁରରେ ଚଢ଼ଉ କରି ରେହମଦ୍ ଖାଁ ନାମକ ଯୁବକକୁ ଗିରଫ କରିଛି ।ପଡ଼ୋଶୀ ଘରର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଏହିଥାନା ଅଞ୍ଚଳର ଏକ ବସ୍ତିରେ ରହୁଥିବା ରେହମଦ୍ ଖାଁ ।ଅନ୍ୟପଟେ ନାବାଳିକାଙ୍କ ପରିବାରପକ୍ଷରୁ ଅପହରଣ ଅଭିଯୋଗ ଚନ୍ଦ୍ରଶେଖରପୁର ଥାନାରେ […]