Browsing yearly archive

2021

ଆଜିର ଅନୁଚିନ୍ତା

🦋ସମୟ କାହାକୁ ଅପେକ୍ଷା କରେ ନାହିଁ,ବୁଦ୍ଧିମାନ ସିଏ ଯେ ସମୟର ମୂଲ୍ୟ ବୁଝି ଠିକ୍ ସମୟରେ ଠିକ୍ କାମ କରେ । 🦋ଜୀବନରେ ମଣିଷ କେବେହେଲେ ଗୋଟିଏ ଦିନରେ ବଦଳି ଯାଏ ନହିଁ, କିଛି ପରିସ୍ଥିତି, କିଛି ଆଘାତ ଅବା କୌଣସି ଅପମାନ ବାଧ୍ୟ କରିଥାଏ ବଦଳିଯିବାକୁ । 🦋ଏଠି ସମସ୍ତେ ରାଗଟା ହିଁ ଦେଖନ୍ତି, କିନ୍ତୁ ରାଗର କାରଣଟା କେହି ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । 🦋କଥରେ ଅଛି ମିତ୍ର ଯଦି ସୁଖରେ ଅଛି […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୦ ତାରିଖ ୨୦୨୧ ମସିହା(ଶୁକ୍ରବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ତ୍ରୟୋଦଶୀ,ବିଛା,ଧନୁ ଓ ମୀନ ରାଶିର ଘାତବାର,ସିଂହ ରାଶିରଘାତଚନ୍ଦ୍ର,ତ୍ରୟୋଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବାଇଗଣ, ବିରି ଭକ୍ଷଣ ନିଷେଧ । ମେଷ:-ଆଜି ଆପଣଙ୍କର ସୁସ୍ଥ ପାରିବାରିକ ଜୀବନ ଓ ନିରଙ୍କୁଶ କର୍ମସାଧନ ପାଇଁ ଆନୁସଙ୍ଗିକ ପରିବଶେ ସୃଷ୍ଟି କରିବ। ବନ୍ଧୁମାନଙ୍କ ସାହାଯ୍ୟ ଲାଭ କରି ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିପାରିବେ। ପାରିବାରିକ ସମସ୍ୟା ସମାଧାନରେ, ଜମିଜମା ବିବାଦରେ, ପରିବହନର ଝଗଡାରେ ବିଜୟୀ ହେବେ। ବୃଷ:-ଆଜି ନିଜର ସମ୍ପର୍କୀୟ କିମ୍ବା ପଡୋଶିନୀଙ୍କ […]

ଆମେରିକା ରାଷ୍ଟ୍ରପତି ନେବେ ଥାର୍ଡ ଡୋଜ

➡️୧-ପୁରୀବାସୀଙ୍କୁ ରେଳମନ୍ତ୍ରୀଙ୍କ ଭେଟି । କହିଲେ ପୁରୀକୁ ଗଡିବ ବନ୍ଦେ ଭାରତ ଟ୍ରେନ୍, ତ୍ୱରାନିତ୍ୱ ହେବ ପୁରୀ-କୋଣାର୍କ ରେଳପଥ କାର୍ଯ୍ୟ । ➡️୨-ସେନା ଡାକ୍ତରଖାନାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ସଫଳ ହେଲା ମୋତିଆବିନ୍ଦୁ ଅସ୍ତ୍ରୋପଚାର । ଅସ୍ତ୍ରୋପଚାର ପରେ ଏବେ ସେ ସୁସ୍ଥ ଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ମିଳିଲା ସୂଚନା । ➡️୩-ଓଡ଼ିଶାର ଦୁଇ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର । ସେମାନେ ହେଲେ ଭଦ୍ରକ ଜିଲ୍ଲା ସରକାରୀ ସ୍କୁଲର ଅଶୋକ କୁମାର ଶତପଥୀ ଓ […]

ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ବଡ ଅଭିଯୋଗ

କଟକ,୧୯/୮(ଏସଏସନିୟୁଜ) ସାଂସଦ ଭର୍ତ୍ତୃହରି ମହତାବଙ୍କ ପରିବାର ନାଁରେ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଲେ ବୋହୁ ସାକ୍ଷୀ ମହାତାବ । ସାଂସଦ ଥିବା ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବ ଓ ସ୍ୱାମୀଙ୍କ ଲୋକରଞ୍ଜନ ମହତାବଙ୍କ ନାଁ ରେ ଅଭିଯୋଗ ହୋଇଛିା ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ୪ ବର୍ଷ ଧରି ବୋହୂ ଭୋପାଳରେ ରହୁଥିବାବେଳେ ୨ବର୍ଷ ହେଲା ପୁଅ-ବୋହୂଙ୍କ ମାମଲା କୋର୍ଟରେ ଶୁଣାଣି ଚାଲିଛି । ଯୌତୁକନିର୍ଯାତନା […]

ମୃତ ପୁତ୍ରର ଆଖିଦାନ କଲେ ପିତାମାତା

ବାରଙ୍ଗ,୧୮/୮(ଏସଏସନିୟୁଜ)ମୃତ୍ୟୁପରେ ବି ଲୋକଙ୍କ କାମ ରେ ଲାଗିଲେ ।ଇଛା ଥିଲା ପାଠପଢି ବଡମଣିଷ ହୋଇ ପରିବାର ସହ ଗାଁର ନାଁ ଟେକ ରଖିଥାନ୍ତେ ।କିନ୍ତୁ ଭଗବାନଙ୍କର ବୋଧେ ଚାହିଁଲେନାହିଁ ।ଯେଉଁଥିପାଇଁ ଚାଲିଗଲା ଜୀବନ ।ଜୀବନସିନା ଚାଲିଗଲା ହେଲେ ପରିବାର ଲୋକ ମୃତକଙ୍କ ଚକ୍ଷୁଦାନ କରି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରିପାରିଥିଲେ ।ଏହିଭଳି ଘଟଣା ରାଜଧାନୀ ଉପକଣ୍ଠ ମେଣ୍ଢାଶାଳଗ୍ରାମରେ ବୁଧବାରଦିନ ଘଟିଛି ।ମେଣ୍ଢାଶାଳଗ୍ରାମର ପ୍ରଶାନ୍ତକୁମାରବେହେରା ଓ ମାତା ସୁବାଶିନିବେହେରାଙ୍କର ବଡପୁଅ ହିମାଂଶୁ । ବୟସ୧୪, ମେଣ୍ଢାଶାଳ […]

ଆଉ ନାହାନ୍ତି ସିଲୁ

ବାରଙ୍ଗ,୧୯/୮(ଏସଏସନିୟୁଜ)ଆଉ ନାହାନ୍ତି ସିଲୁ ସାହୁ ।ଦେଖିବାକୁ ମିଳିବନି ତାଙ୍କର ଅଭିନୟ ।କଳାକ୍ଷେତ୍ରରେ ବେଶ ପରିଚିତ ଥିଲେ ।ମଧୁପୁର ଗ୍ରାମରେ ଥିବା ପୁରୁଣା ଆଧ୍ୟାମ୍‌କ ଅନୁଷ୍ଠାନ ଶ୍ରୀଶ୍ରୀ ସୀତାକାନ୍ତ ରାମଲୀଳା ସମିତି ର ଜଣେ ଆଗଧାଡିର ସଦସ୍ୟ ଥିଲେ ।ଗ୍ରାମତରଫରୁ ସବୁବର୍ଷ ହେଉଥିବା ବାର୍ଷିକ ରାମଲୀଳାରେ ବିଭୀର୍ଣ ପ୍ରକାରର ନୁଖୂଣ ଅଭିନୟକରି ସମସ୍ତଙ୍କପାଖରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବା ସହ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ବେଶ ହସଖୁସି ମିଞାସର ଓ ମେଳାପୀ ଥିଲେ ।କିନ୍ତୁ ବୁଧବାର ସନ୍ଧ୍ୟାରେ ଚାଲିଗଲା […]

ପହିଲାରୁ ମିଳିବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

ଭୁବନେଶ୍ୱର, ୧୯/୮(ଏସଏସନିୟୁଜ) ପହିଲାରୁ ମିଳିବ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ।ଭକ୍ତମାନେ କୋଭିଡ ନିୟମ ପାଳନ କରି ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିପାରିବେ ।ଏନେଇ ବୁଧବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମନ୍ଦିର ପରିଚାଳନା ବୋର୍ଡ ବୈଠକରେ ନିଷ୍ପତ୍ତି ହୋଇଛି । ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ବାରଣ କରାଯାଇଥିବା ବେଳେ ଆଡ଼ପ ମଣ୍ଡପରେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯାଇଛି ।

ଗଞ୍ଜେଇ ଜବତ, ୩ ବେପାରୀ ଗିରଫ

କୋରାପୁଟ, ୧୯/୮(ଏସଏସନିୟୁଜ)ମାଛକୁଣ୍ଡ ପୋଲିସ ୧୦୮ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ।ସେମାନେ ହେଲେ ରାଜସ୍ଥାନ ଅଞ୍ଚଳର ଜିତେନ୍ଦ୍ର ସିଂ, ମହମ୍ମଦ ଆଝାରୁଦ୍ଦିନ ଓ ସନ୍ତୋଷ କୁମାର । ମାଛକୁଣ୍ଡ ଅଞ୍ଚଳରୁ ରାଜସ୍ଥାନକୁ ଆର୍‌କେ ୧୪ସିୟୁ -୭୬୭୪ନଂ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଟିକାପୁଟ ଛକଠାରେ ପୋଲିସ ଧରିଥିଲା ।କାରକୁ ଯାଂଚ କରିବାପରେ ୧୦ଲକ୍ଷ ଟଙ୍କା ମୁଲ୍ୟର ଗଞ୍ଜେଇ ମିଳିଥିଲା ।

ଗ୍ୟାସ୍ ଟାଙ୍କି ଫାଟି ୭ ଗୁରୁତର

ବାଲୁଗାଁ, ୧୯/୮(ଏସଏସନିୟୁଜ) ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଆଜି ସକାଳେ ରୋଷେଇ ଗ୍ୟାସ୍ ଟାଙ୍କି ଫାଟି ୭ ଜଣ ଗୁରୁତର ହୋଇଥିବା ଭଳି ବଡ଼ ଅଘଟଣ ଆଜି ସକାଳେ ଘଟିଛି । ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ରୋଷେଇ କରୁଥିବା ମହିଳାଙ୍କ ଦେହରେ ପ୍ରଥମେ ନିଆଁ ଲାଗିଯାଇଥିଲା। ତାପରେ ପରିବାରର ଅନ୍ୟ ୬ଜଣ ପୋଡ଼ି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗମ୍ଭାରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର […]

ପରଲୋକରେ ଯୁବ କଂଗ୍ରେସ ନେତା ସଂଗ୍ରାମ କେଶରୀ ଜେନା

ଭୁବନେଶ୍ବର, ୧୯/୮(ଏସଏସନିୟୁଜ) ପୂର୍ବତନ ରାଜ୍ୟ ଯୁବ କଂଗ୍ରେସ ସଭାପତି ସଂଗ୍ରାମ କେଶରୀ ଜେନା(ବାପି)ଙ୍କ ଆଜି ସକାଳେ ପରଲୋକ ଘଟିଛି। ସେ କଟକ ଜିଲ୍ଲା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ। ବାପି ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନାଙ୍କ ପୁଅ । ସେ କୋଭିଡରେ ଆକ୍ରାନ୍ତ ହୋଇ କିଛି ଦିନ ଧରି ହାଇଦ୍ରାବାଦରେ ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା।