ଗ୍ୟାସ୍ ଟାଙ୍କି ଫାଟି ୭ ଗୁରୁତର

ବାଲୁଗାଁ, ୧୯/୮(ଏସଏସନିୟୁଜ) ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଗ୍ରାମରେ ଆଜି ସକାଳେ ରୋଷେଇ ଗ୍ୟାସ୍ ଟାଙ୍କି ଫାଟି ୭ ଜଣ ଗୁରୁତର ହୋଇଥିବା ଭଳି ବଡ଼ ଅଘଟଣ ଆଜି ସକାଳେ ଘଟିଛି । ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ରୋଷେଇ କରୁଥିବା ମହିଳାଙ୍କ ଦେହରେ ପ୍ରଥମେ ନିଆଁ ଲାଗିଯାଇଥିଲା। ତାପରେ ପରିବାରର ଅନ୍ୟ ୬ଜଣ ପୋଡ଼ି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଗମ୍ଭାରୀମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ସମସ୍ତଙ୍କୁ କଟକ ଓ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି।

Comments (0)
Add Comment