Browsing yearly archive

2021

ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଇର ଭାଗ୍ୟ

ସମ୍ପର୍କର ପ୍ରତୀକ ରାକ୍ଷୀ । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଥାଏ ରାକ୍ଷୀ ।ରବିବାର ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀବନ୍ଧନ । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ରାକ୍ଷୀ ପାଇଁ ବଜାରକୁ ଆସିଛି ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ରାକ୍ଷୀ । ସବୁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ ଭଉଣୀକୁ ରକ୍ଷା କରିବା ନେଇ ସଂକଳ୍ପ ନେଇଥାନ୍ତି । […]

ମୁକ୍ତାକାଶକୁ ଆସିଲେ ନୁଆ କଏଦୀ

ମେଣ୍ଢାଶାଳ,୨୧/୮(ଏସଏସନିୟୁଜ)ପୁଣି ବଢିଲା ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ କଏଦୀଙ୍କ ସଂଖ୍ୟା ।ଆଜି ଦୁଇଜଣ ଆସି ପହଁଚିବାପରେ କଏଦୀ ସଂଖ୍ୟା ବୃ୍‌ଦ୍ଧିପାଇଛି । ବଣାଇଗଡ ସ୍ପେଶାଲ ସବ୍‌ଜେଲରୁ ୧୨ବର୍ଷ ସଜା ଭୋଗିସାରିବାପରେ ନରସିଂହମୁଣ୍ଡା ଓ ସୁରେନ୍ଦ୍ରମୁଣ୍ଡାନାମକ ଦୁଇଜଣ କଏଦୀ ଏଠାକୁ ଆସିଛନ୍ତି ।ଏହି ଦୁଇଜଣ କଏଦୀ ଆସିବାପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ଏବେ ୨୯ରେ ପହଁଚିଛି । କୋଭିଡ କଟକଣା ପାଇଁ କାରାଶ୍ରମର ୨୨ଜଣ କଏଦୀ ୩ମାସିଆ ଛୁଟିରେ ଘରକୁ ଯାଇଛନ୍ତି ।ଫଳରେ କାରାଶ୍ରମରେ ସର୍ବମୋଟ କଏଦୀ ସଂଖ୍ୟା […]

ହିଞ୍ଜିଳିରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ

ଭୁବନେଶ୍ୱର,୨୧/୮ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ୧୦ଟି ଯାକ ସ୍କୁଲରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଯୋଗ ଦେଇଥିଲେ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ସରପଞ୍ଚ, ପଞ୍ଚାୟତ ସଦସ୍ୟ, ସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, […]

ଭାଙ୍ଗିଲେ ୫ ମଦଭାଟି

ଚନ୍ଦ୍ରଶେଖରପୁର, ୨୧/୮(ଏସଏସନିୟୁଜ) ସାଲିଆସାହି ଓ ଶିଖରଚଣ୍ଡୀନଗରରେ ଏକକାଳୀନ ଚଢ଼ଉ କରି ଅବକାରୀ ବିଭାଗ ଆଜି ୫ଟି ମଦଭାଟି ଭାଙ୍ଗିଛି ।ଏହାସହ ୮ହଜାର ଲିଟର ଚାଉଳି ନଷ୍ଟ କରିବା ସହ ହଜାରେ ଲିଟର ଦେଶୀ ମଦ, ବହୁ ହାଣ୍ଡି, ଜାରକିନ୍, ଡ୍ରମ୍ ସମେତ ଏକ ବାଇକ୍ ଜବତ କରିଛି। ଚଢଉ ସମୟରେ ୨ ମହିଳାଙ୍କ ସମେତ ମୋଟ ୮ ବେପାରୀ ମଦଭାଟି ଚଳାଇବା ଅଭିଯୋଗରେ ଶିଖରଚଣ୍ଡୀ ନଗରର ଟି.ଶୋଭା ଓ ଅଜୁ ସିଂହ, ସାଲିଆସାହିର ଶାନ୍ତି ହାଁସଦା, ପ୍ରଦୀପ […]

ରାଜଧାନୀରୁ ଜବତ ହେଲା ଗୋମାଂସ

ଭୁବନେଶ୍ୱର,୨୧/୮(ଏସଏସନିୟୁଜ)ହଂସପାଳ ରାସ୍ତା ବେତେଣ୍ଡା ଛକ ନିକଟରେ ଗୋମାଂସ ନେଇ ଯାଉଥିବାଏକ ପିକଅପ୍ ଭ୍ୟାନକୁ ପୋଲିସ ଜବତ କରିଛି । ପିକଅପ ଭ୍ୟାନରେ ଗୋମାଂସ ଚାଲାଣ ହେଉଥିବାବେଳେ ସ୍ଥାନୀୟଲୋକମାନଙ୍କଦ୍ୱାରା ଧରାପଡିଥିଲା ।ଏହାକୁ ନେଇ ପ୍ରବଳ ଉତେଜନା ଦେଖାଯିବାସହ ଲୋକମାନେ ଡ୍ରାଇଭରକୁ ମାଡ ମାରିବା ସହ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚିବା ସହ ୫ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗୋମାଂସ ଜବତ କରିଛି ।ଉତ୍ୟକ୍ତଲୋକମାନଙ୍କୁ ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଏକଜୁଟ ହେଲେ ବିରୋଧୀ

➡️୧-ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା : ମାଲକାନଗିରିରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ➡️୨-ପାରାଦୀପ ବନ୍ଦର ଇତିହାସରେ ପ୍ରଥମ ଥର ପାଇଁ ରପ୍ତାନି କଲା ୪୫୦୦ ଟନର ଓଜନିଆ ଖଣି ଉପକରଣ । ଏସବୁ ଉପକରଣ ଇଣ୍ଡୋନେସିଆର ଟବନିଓ ବନ୍ଦରକୁ ପଠାଗଲା । ➡️୩-ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବେ ସିଆଇଇ ଆଇସିଟି ପୁରସ୍କାରରେ ରନର୍ସ ଅପ୍ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର ହସ୍ପିଟାଲ । ➡️୪-ଦେଶରେ ଏବେ […]

ଆଜିର ରାଶିଫଳ

ଅଗଷ୍ଟ ମାସ ୨୧ ତାରିଖ ୨୦୨୧ ମସିହା(ଶନିବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ଚତୁର୍ଦ୍ଦଶୀ,ନକ୍ଷତ୍ର- ଶ୍ରବଣ,ସିଂହ ରାଶିର ଘାତ ଚନ୍ଦ୍ର ,ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିରି ଆମିଷ ଭକ୍ଷଣ ନିଷେଧ । ମେଷ:-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟି ହୋଇପାରେ । ନୈରାଶ୍ୟର ଛାୟା ଆଚ୍ଛାଦିତ ମନ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡିବ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ସୃଷ୍ଟି ହୋଇପାରେ। ଆଲୋଚନା, ଆନୁଷ୍ଠାନିକ କାମରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। […]

ଆଜିର ଅନୁଚିନ୍ତା

➡️”ଜୀବନକୁ ବୁଝିବା ବହୁତ କଷ୍ଟକର | କେତେକ ସ୍ୱପ୍ନ ପାଇଁ ପ୍ରିୟଜନଙ୍କଠାରୁ ଦୂରରେ ରୁହନ୍ତି ଏବଂ କେତେକ ପ୍ରିୟଜନଙ୍କ ପାଇଁ ସ୍ୱପ୍ନଠାରୁ ଦୂରରେ ରୁହନ୍ତି !! ➡️”ଆମେ କୌଣସି Special ସମୟ ପାଇଁ ଅପେକ୍ଷା କରିବା ଉଚିତ୍ ନୁହେଁ କିନ୍ତୁ ପ୍ରତ୍ୟେକ ଥର କିଛି Special କରିବାକୁ ଆମର ଯଥାସମ୍ଭବ ଚେଷ୍ଟା କରିବା ଉଚିତ ! ➡️”କିଛି ସମସ୍ୟାର ସମାଧାନ ଠିକ୍ ସମୟରେ ଛାଡି ଦିଆଯିବା ଉଚିତ୍, ଅବଶ୍ୟ ଉତ୍ତରଗୁଡ଼ିକ ବିଳମ୍ବ ହେବ କିନ୍ତୁ ଉତ୍କୃଷ୍ଟ ହେବ […]

ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣାକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦/୮(ଏସଏସନିୟୁଜ) ଗତକାଲି ବାଣପୁର ର ଗମ୍ଭାରୀ ମୁଣ୍ଡା ଗାଁରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ରେ ଗୁରୁତର ଆହତ ଜଣେ ବ୍ୟକ୍ତି ଙ୍କର ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଦୁଇ ଲକ୍ଷ ଟଙ୍କା ର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।ଏତଦବ୍ୟତୀତ ଏହି ଦୁର୍ଘଟଣା ରେ ଗୁରୁତର ଆହତ ହୋଇ ଚିକିତ୍ସିତ […]

ମାଲକାନଗିରିରୁ ଆରମ୍ଭ ହେଲା ସ୍ବାସ୍ଥ୍ୟ ସେବାର ଐତିହାସିକ ଯାତ୍ରା

ମାଲକାନଗିରି,୨୦/୮(ଏସଏସନିୟୁଜ) ଆଜି ମାଲକାନଗିରି ରେ smart health card ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।ବଣ୍ଡା ଜନଜାତି ମହିଳା ଶୁକ୍ରୀ ଧାଙ୍ଗଡା ମାଝୀଙ୍କୁ ଵିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ର ପ୍ରଥମ smart health card ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି ରୁ ସ୍ବାସ୍ଥ୍ୟ ସେବାର ଏହି ଐତିହାସିକ ଯାତ୍ରା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ। ସେ ଚାଷୀ ହେଉ ବା […]