ଭାଙ୍ଗିଲେ ୫ ମଦଭାଟି

ଚନ୍ଦ୍ରଶେଖରପୁର, ୨୧/୮(ଏସଏସନିୟୁଜ) ସାଲିଆସାହି ଓ ଶିଖରଚଣ୍ଡୀନଗରରେ ଏକକାଳୀନ ଚଢ଼ଉ କରି ଅବକାରୀ ବିଭାଗ ଆଜି ୫ଟି ମଦଭାଟି ଭାଙ୍ଗିଛି ।ଏହାସହ ୮ହଜାର ଲିଟର ଚାଉଳି ନଷ୍ଟ କରିବା ସହ ହଜାରେ ଲିଟର ଦେଶୀ ମଦ, ବହୁ ହାଣ୍ଡି, ଜାରକିନ୍, ଡ୍ରମ୍ ସମେତ ଏକ ବାଇକ୍ ଜବତ କରିଛି। ଚଢଉ ସମୟରେ ୨ ମହିଳାଙ୍କ ସମେତ ମୋଟ ୮ ବେପାରୀ ମଦଭାଟି ଚଳାଇବା ଅଭିଯୋଗରେ ଶିଖରଚଣ୍ଡୀ ନଗରର ଟି.ଶୋଭା ଓ ଅଜୁ ସିଂହ, ସାଲିଆସାହିର ଶାନ୍ତି ହାଁସଦା, ପ୍ରଦୀପ ନାୟକ, ଜାଲି ମୁଣ୍ଡା, ବିପିନ ବଗର୍, ସୁରେନ୍ଦ୍ର ହେମ୍ବ୍ରମ୍, ଲକ୍ଷ୍ମଣ ମାଝି ଓ ଦୁର୍ଗାଚରଣ ହାଁସଦାଙ୍କୁ ଗିରଫ କରିଛି।

 

Comments (0)
Add Comment