Browsing yearly archive

2021

ଏନଡିଆରଏଫ୍ ରେ ରକ୍ତଦାନ ଶିବିର

ବାରଙ୍ଗ, ୫/୮(ଏସଏସନିୟୁଜ) ଭାରତର ୭୫ ତମ ସ୍ବାଧିନତା ବର୍ଷ ଉପଲକ୍ଷେ ‘ଅମୃତ ମହୋତ୍ସବ’ ଯୋଜନାରେ ବାରଙ୍ଗ ବ୍ଲକ ମୁଣ୍ଡଳୀ ସ୍ଥିତ ଏନଡିଆରଏଫ୍ ୩ୟ ବାହିନୀ ପରିସରରେ ଗୁରୁବାର ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନଡିଆରଏଫ୍ ୩ୟ ବାହିନୀର ସିନିୟର କମାଣ୍ଡାଣ୍ଟ ଜାକବ କିସପୋଟା ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ।କଟକ ସେଣ୍ଟ୍ରାଲ ରେଡ଼ କ୍ରସ ବ୍ଲଡ଼ ବ୍ୟାଙ୍କର ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ।ଏହି ଶିବିରରୁ ମୋଟ ୧୨୧ […]

ଲ୍ୟାଣ୍ଡମାଇନ ବିସ୍ଫରଣ,୨ଆହତ

ମାଲକାନଗିରି,୫/୮୯ଏସଏସନିୟୁଜ) ଆଜି ସକାଳେ ଏକ ଯାତ୍ରୀବାହୀ ବଲେରୋଟି ବସ୍ତର ଜିଲ୍ଲାର ମାଲବାଲୀ ଥାନା ଅନ୍ତର୍ଗତ ବୋଡଲି ନିକଟରେ ତେଲେଙ୍ଗାନା ଯିବା ସମୟରେ ହଠାତ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ବୋଲେରୋର ଗୋଟିଏ ପାଖ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଧନସିଂ ସିଲଦାର ଓ ରୁପିଲାଲ କୁରାପ ନାମକ ଦୁଇ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଏମାନେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ବେଳେ ଖବରପାଇ ଦନ୍ତେଓ୍ଵାଡ଼ା ଏସପି ଅଭିଷେକ ପଲ୍ଲବ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି […]

ସୀମା ବିବାଦରେ ବଳିପଡିଲା ମୃତଦେହ ,୩ଘଂଟା ପରେ ହେଲା ଉଦ୍ଧାର

ବାରଙ୍ଗ,୫/୮(ଏସଏସନିୟୁଜ)ସୀମା ବିବାଦ ଯୋଗୁ ବଳିପଡିଛି ଏକ ଅଜଣା ମୃତଦେହ ।ମୃତଦେହ ପଡିଥିବା ସ୍ଥାନକୁ ବାରଙ୍ଗଥାନା ଓ ନନ୍ଦନକାନନ ଥାନା ତାଙ୍କ ସିମାରେ ନୁହେଁ ବୋଲି କହିବାପରେ ସନ୍ଧ୍ୟା ୫ଟାରୁ ମୃତଦେହଟି ପଡିରହିବାପରେ ୩ଘଂଟା ପରେ ପୋଲିସ ଉଦ୍ଧାର କରିଥିଲା । ବାରଙ୍ଗ ରେଳ ଷ୍ଟେସନ ଅପର ପାର୍ଶ୍ଵ ଦାଢ଼ା ପଞ୍ଚାୟତ ୧ ନମ୍ୱର ୱାର୍ଡର ରେଳ ଲାଇନ କଡ଼ରେ ଥିବା ଏକ ହ୍ରଦପାଖରେ ଚିକ୍ତାର ଶୁଣି ସେହିରାସ୍ତାରେ ଗୁରୁବାର ସନ୍ଧ୍ୟାରେ ଯାଉଥିବା ସ୍ଥାନୀୟ ଗ୍ରାମର କିଛି ଯୁବକ […]

କାଲିଠୁ ଖୋଲିବ ଶାରଳା ପୀଠ

ଜଗତସିଂହପୁର,୫/୮(ଏସଏସନିୟୁଜ) ଜଗତସିଂହପୁରର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ସ୍ଥିତ ମା ଶାରଳା ଓ ଗୋରେଖନାଥ ପୀଠ କୋଭିଡ କଟକଣା ଭିତରେ କାଲିଠୁ ଖୋଲିବାକୁ ଯାଉଛି । ଶ୍ରଦ୍ଧାଳୁ ମାସ୍କ ପିନ୍ଧିବା ଓ ସାମାଜିତ ଦୂରତା ରଖିବା ,ଥଣ୍ଡା, କାଶ ଆଦି ଲକ୍ଷଣ ଥିବା ଶ୍ରଦ୍ଧାଳିଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଇବାକୁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତା ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହାସହିତ ମନ୍ଦିର ଭିତରକୁ ଭୋଗ, ପ୍ରସାଦ ଯିବା ନିଷେଧ ସହ ସନ୍ଧ୍ୟା […]

ବିଧାୟିକାଙ୍କ ଘରେ ଭଙ୍ଗାରୁଜା

ଖଲ୍ଲିକୋଟ,୫/୮(ଏସଏସନିୟୁଜ) ଖଲ୍ଲିକୋଟ ବିଧାୟିକାଙ୍କ ନିର୍ମଳଝର ନିକଟ ଭଡା ଘରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିଛନ୍ତି । ଘରେ କେହି ନଥିବାବେଳେ ବାହାରେ ଦୁବୃର୍ତ୍ତମାନେ ଭଙ୍ଗାରୁଜା କରିବାସହ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କୁ ବୋମା ମାଡ କରିଛନ୍ତି । ବୋମାମାଡରେ ୪ ଗୁରୁତର ହୋଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଭଙ୍ଗାରୁଜା ଓ ବୋମା ମାଡ ହୋଇଥିବା ଅନୁମାନ କରାଯାଉଛି ।

ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର,୫/୮(ଏସଏସନିୟୁଜ) ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ,ମୋଦୀ ଓ ନବୀନ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟୁଛି । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ ।ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି […]

ରାଜଧାନୀରେ ଖୋଲିଲା ସିନେମା ହଲ୍

ଭୁବନେଶ୍ୱର,୫/୮(ଏସଏସନିୟୁଜ) କରୋନା କଟକଣା ଭିତରେ ଭୁବନେଶ୍ୱରରେ ଆଜି ଠାରୁ ସମସ୍ତ ସିନେମା ହଲ ଖୋଲିଛି। ହଲ୍ ଖୋଲିବା ଆଗରୁ ଭଲ ଭାବେ ସାନିଟାଇଜେସନ୍ କରାଯାଇଛି । ସିନେମା ହଲରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯାଇଥିବାବେଳେ ପ୍ରଥମଦିନରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନାହିଁ।

ବିଚ୍ ରାସ୍ତାରେ ସ୍ତ୍ରୀକୁ ଜାଳିଦେଲା ସ୍ବାମୀ

ଗଞ୍ଜାମ ,୫/୮(ଏସଏସନିୟୁଜ)ଛତ୍ରପୁର ଆର୍ଯପଲ୍ଲୀ ସାମୁଦ୍ରିକ ଥାନା ଅଞ୍ଚଳରେ ସାନ ଆର୍ଯପଲ୍ଲୀ ଗ୍ରାମର ବି.ମୁକୋଡୁ ନାମକ ବ୍ୟକ୍ତି ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବା ସହ ପତ୍ନୀ ଏରାମ୍ମାଙ୍କ ଦେହରେ ପେଟ୍ରାଲ ଢାଳି ନିଆଁ ଲଗାଇଛନ୍ତି। ଗ୍ରାମବାସୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ସଂକଟାପନ୍ନ ଅବସ୍ଥା ରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନେଇଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଯୋଗୁ ବର୍ଷେହେବ ଉଭୟ ରହୁଛନ୍ତି। […]

ଭିଜିଲାନ୍ସ‌ ଜାଲରେ ଯାଜପୁର ଡ୍ରେନେଜ୍ ସୁପରିଣ୍ଟେଣ୍ଡେଣ୍ଟ

ଯାଜପୁର,୫/୮(ଏସଏସନିୟୁଜ)ଯାଜପୁର ଡ୍ରେନେଜ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ଚଣ୍ଡି ପ୍ରସାଦ ମହାପାତ୍ର। ଭଡ଼ାଗାଡ଼ିର ବକେୟା ଅର୍ଥ ବିଲ୍ ପାସ୍ କରିଦେବା ପାଇଁ ସେ ଏହି ଲାଞ୍ଚ ନେଉଥିବାବେଳେ କଟକ ଓ ଯାଜପୁର ଭିଜିଲାନ୍ସ‌ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ତାଙ୍କୁ ଗିରଫ କରିଛି । ଯାଜପୁର କାର୍ଯ୍ୟାଳୟରେ ଦେବାଶିଷ ପଣ୍ଡା ନାମକ ବ୍ୟକ୍ତି ଗାଡ଼ି ଭଡ଼ାରେ ଲଗାଇଥିଲେ । ଗାଡ଼ିର ୩ ମାସର ଭଡ଼ା ମାଲିକଙ୍କୁ ପ୍ରଦାନ କରାଯାଇ ନ ଥିଲା । ୩ ମାସର ବକେୟା ଅର୍ଥର […]

ରୋହିତ ପୂଜାରୀ ଙ୍କୁ କରୋନା

ସମ୍ବଲପୁର,୫/୮(ଏସଏସନିୟୁଜ) ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ, ତାଙ୍କ ପତ୍ନୀ ବୈଶାଳି ପୂଜାରୀ ଏବଂ ପିତା ରମେନ୍ଦ୍ର ନାଥ ପୂଜରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ରୋହିତ ଓ ତାଙ୍କ ପତ୍ନୀ ଅବସ୍ଥା ଭଲ ଥିବାବେଳେ ରମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାର ଜଣାପଡିଛି ।