Browsing yearly archive

2021

ବନ୍ଦ ହେଲା କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ଭୁବନେଶ୍ୱରରେ ଚାଲୁ ରହିଥିବା ୧୩ଟି କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ମଧ୍ୟରୁ ୫ଟି କୋଭିଡ୍ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟରକୁ ବନ୍ଦ କରିଛି ବିଏମସି ।କରୋନା ରୋଗୀମାନଙ୍କ ସଂଖ୍ୟା ହ୍ରାସପାଉଥିବାରୁ ବିଏମସି ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି ।ଏବେ ସମ୍‌, ଆଦିତ୍ୟ ଅଶ୍ୱିନୀ ଓ କିମ୍ସ ଆଦି ୩ଟି କୋଭିଡ୍ ହସ୍ପିଟାଲ ଓ ୩ଟି କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟକ୍ଷମ ରହିଛି ।

ପୂର୍ଣ୍ଣ କ୍ଷମତାରେ ଚାଲିବ ଅଫିସ୍

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ସରକାରୀ ଅଫିସ୍ ଏଣିକି ପୂର୍ଣ୍ଣ କ୍ଷମତାରେ ଚାଲିବା ନେଇ ନିର୍ଦ୍ଦେଶ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କର୍ମଚାରୀମାନେ ପ୍ରାୟତଃ ଟିକା ନେଇସାରିଥିବାରୁ ଅଫିସ୍ ଆସିବା ବାଧ୍ୟତାମୂଳକ କରାଯାଇଛି।ଏହାସହ ପ୍ରତି ଶନିବାର ରାଜ୍ୟ ସରକାରଙ୍କ ଅଧୀନ ସବୁ ଅଫିସ୍ ବନ୍ଦ ରହିବବୋଲି ଜଣାପଡିଛି ।

ହିସାବ ମାଗିଲେ

୧. କରୋନା ସଂକ୍ରମଣ ହ୍ରାସ ପରେ ହଟିଛି କଟକଣା । ପ୍ରଥମେ ଜିଲ୍ଲା ଭିତରେ, ଏବେ ବାହାର ଜିଲ୍ଲାକୁ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଆଜିଠୁ ସ୍ମାର୍ଟସିଟି ରାଉରକେଲାରୁ ଭୁବନେଶ୍ବର, କଟକ, ଯାଜପୁର, ଅନୁଗୋଳକୁ ନାଇଟ୍‌ ସୁପର ବସ୍‌ ଗଡିଛି । ୨. ୨୦୦୭ ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ୱକପ୍‌ ସଫଳତାକୁ ବହୁ ବର୍ଷ ହେଲାଣି । ଏବେ ଟିମ୍‌ ଇଣ୍ଡିଆକୁ ଆଗାମୀ ଟି୨୦ ବିଶ୍ୱକପ୍‌ ଜିତିବା […]

ଆଜିର ଅନୁଚିନ୍ତା

🌻ଶ୍ରଦ୍ଧାରୁ > ଜ୍ଞାନ ନମ୍ରତାରୁ >ମାନ ” ଆଉ ” ନିଜ ଯୋଗ୍ୟତାରୁ > ମିଳେ ସ୍ଥାନ,ହେଲେ ଯେତେବେଳେ ଏଇ ତିନୋଟିଯାକ ମିଶିଯାଏ,ସେତେବେଳେ ଯାଇ ମିଳେ ମଣିଷକୁ ସମ୍ମାନ । 🌻ଆବଶ୍ୟକ ପୁରଣ ହେଇଗଲେ ମଣିଷର ବ୍ୟବହାର ଆଉ ତାସହ କଥା ହେବା ଶୈଳୀ ମଧ୍ୟ ବଦଳି ଯାଇଥାଏ । 🌻ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ । […]

ଆଜିର ରାଶିଫଳ

ଜୁଲାଇ ମାସ ୧୭ ତାରିଖ ୨୦୨୧ ମସିହା(ଶନିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ ,ବୃଷ ରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,ଅଷ୍ଟମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନଡ଼ିଆ ଭକ୍ଷଣ ନିଷେଧ । ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି। ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, […]

ଆବେଦନ କଲେ କିନ୍ନର

ଭୁବନେଶ୍ୱର,୧୬/୭(ଏସଏସନିୟୁଜ)ଓଡ଼ିଶା ପୋଲିସ ପକ୍ଷରୁ ପୋଲିସ ସବ ଇନ୍ସପେକ୍ଟର ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁଯାୟୀ ସମୁଦାୟ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆଶାୟୀ ପ୍ରାର୍ଥୀ ଆବେଦନ କରିଛନ୍ତି ।ସେମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ରାଜ୍ୟରେ ୨୬ ଜଣ କିନ୍ନର ପୋଲିସ ଏସଆଇ ପଦବୀ ପାଇଁ ଆବେଦନ କରିଥିବାର ଜଣାପଡିଛି ।ଏଥିନିମନ୍ତେ ୧୫ ତାରିଖରେ ଫର୍ମ ଦାଖଲର ଅନ୍ତିମ ତାରିଖ ରହିଥିଲା ।

ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) […]

ମାଟି ଘୋଡା ଲୋକାର୍ପିତ

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ଶ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡା’ର ଲୋକାର୍ପଣ କରିଛନ୍ତି। ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ବତର ସନ୍ଧାନ କରିଛନ୍ତି। ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ମାଟିର ଘୋଡା ସହିତ ମାଟି ଶିଲଟର ପୃଥିବୀ, ମାଟି ଘଟର ଜୀବନ ଓ ନିଜ ମାଟିର […]

ଆଜିର ଅନୁଚିନ୍ତା

ସତ୍ୟକୁ ଆଶ୍ରୟ କରିଥିବା ବ୍ୟକ୍ତି ନିମିତ୍ତକ ପାଇଁ ଦୁଃଖ କଷ୍ଟ ଅନୁଭବ କରିଥାଏ କିନ୍ତୁ ମିଥ୍ୟାବାଦୀ ଉପରକୁ ସୁଖର ଦୃଶ୍ୟମାନ ହୁଏ ସିନା ମନ ତା’ର ସବୁବେଳେ ଆନ୍ଦୋଳିତ ହେଉଥାଏ, ତେଣୁ ଆମେ ଚେଷ୍ଟା କରିବା ମିଥ୍ୟା ଠାରୁ ଦୁରେଇ ରହିବାକୁ। ଏ ଜୀବ ଜଗତର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ,ଆଉ ସେହି ମନୁଷ୍ୟକୁ ଈଶ୍ୱର ସୁନ୍ଦର ହସ୍ତ ଦେଇଛନ୍ତି ଏମିତି କିଛି ଲେଖିବାକୁ ଯେମିତି ତାକୁ ପଢି, ଶତ୍ରୁ ବି ଆମକୁ ପ୍ରେମ କରିବ […]

ଯିବ ଦିଦିଙ୍କ ଚୌକି

୧-ଆଜିଠୁ ଓଡ଼ିଶାରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକ୍‌ଡାଉନ୍‌: ଗଡ଼ିବ ବସ୍, ଖୋଲିବ ପାର୍ଲର, ସ୍ପା ଓ ଜିମ୍‌, ପୂର୍ବ ଭଳି କାଟାଗୋରୀ-ବି’ରେ ଜାରି ରହିବ ସପ୍ତାହନ୍ତ ସଟ୍‌ଟାଉନ୍‌ . ୨–ଅଗଷ୍ଟ ୧ ଯାଏଁ ବଢ଼ିଲା ଆଂଶିକ ତାଲାବନ୍ଦ; ରାଜ୍ୟ ପାଇଁ ନୂଆ ଗାଇଡଲାଇନ। ସମଗ୍ର ରାଜ୍ୟରେ ଗଡିବ ବସ ; ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ ଚଳାଚଳକୁ ବାରଣ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। ୩– ୪୦ ଲକ୍ଷ […]