ଆଜିର ଅନୁଚିନ୍ତା

 ତାରିଖ : ୧୬-୦୭-୨୦୨୧,ଶୁକ୍ରବାର

ସତ୍ୟକୁ ଆଶ୍ରୟ କରିଥିବା ବ୍ୟକ୍ତି ନିମିତ୍ତକ ପାଇଁ ଦୁଃଖ କଷ୍ଟ ଅନୁଭବ କରିଥାଏ କିନ୍ତୁ ମିଥ୍ୟାବାଦୀ ଉପରକୁ ସୁଖର ଦୃଶ୍ୟମାନ ହୁଏ ସିନା ମନ ତା’ର ସବୁବେଳେ ଆନ୍ଦୋଳିତ ହେଉଥାଏ, ତେଣୁ ଆମେ ଚେଷ୍ଟା କରିବା ମିଥ୍ୟା ଠାରୁ ଦୁରେଇ ରହିବାକୁ।
ଏ ଜୀବ ଜଗତର ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ,ଆଉ ସେହି ମନୁଷ୍ୟକୁ ଈଶ୍ୱର ସୁନ୍ଦର ହସ୍ତ ଦେଇଛନ୍ତି ଏମିତି କିଛି ଲେଖିବାକୁ ଯେମିତି ତାକୁ ପଢି, ଶତ୍ରୁ ବି ଆମକୁ ପ୍ରେମ କରିବ । ସୁନ୍ଦର ମସ୍ତିଷ୍କ ଦେଇଛନ୍ତି ଏପରି କିଛି ବିଚାର କରିବାକୁ ଯେମିତି ଦୋଷୀ ବି ଅନୁତାପର ଅଶ୍ରୁ ଝରାଇ ସୁଧୁରି ଯିବ । ସୁନ୍ଦର ମନ ଓ ହୃଦୟ ଦେଇଛନ୍ତି ସଦାସର୍ବଦା ଅନ୍ୟର ଭଲ ଚିନ୍ତା କରିବାକୁ ଯେମିତି ପ୍ରତିଟି ପ୍ରାଣୀର ଖୁସିରେ ଏ ଧରା ନାଚି ଉଠିବ, ତେବେ ଯାଇ ସିନା ଆମେ ମଣିଷ ଶବ୍ଦର ମାନ ମର୍ଯ୍ୟାଦା ରଖିପାରିବା ।
ଜୀବନ ଓ ସମୟ ମଣିଷର ହିଁ ସର୍ବଶ୍ରେଷ୍ଠ ଗୁରୁ | ଜୀବନ ଆମକୁ ସମୟର ଉପଯୋଗ କରିବା ଶିଖାଇ ଥାଏ ତ ସମୟ ଆମକୁ ଜୀବନର ମୂଲ୍ୟବୋଧ ବତାଇଥାଏ ।ଜୟ ଜଗନ୍ନାଥ
ଜୟ ମା ସନ୍ତୋଷୀ,ଶୁଭ ସକାଳ,ଆଜି ଶୁକ୍ରବାର ହେରା ପଞ୍ଚମୀ ଦକ୍ଷିଣାୟନ କର୍କଟ ସଂକ୍ରାନ୍ତି ମା ସନ୍ତୋଷୀ ମାଙ୍କ ନିକଟରେ କୋଟି କୋଟି ପ୍ରଣାମ,ମା ସନ୍ତୋଷୀ ମା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମାଙ୍କ ନିକଟରେ ଏତିକି ମିନତୀ ।

Comments (0)
Add Comment