Browsing yearly archive

2021

ଧରାପଡିଲେ ଦୁଇ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ବର, ୧୮/୭(ଏସଏସନିୟୁଜ) ଖୋର୍ଦ୍ଧାରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବାବେଳେ ଦୁଇ ଅନ୍ତଃରାଜ୍ୟ ଚୋରା ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍। ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ ବସନ୍ତ ମହାରଣା ଓ କୃଷ୍ଣଚନ୍ଦ୍ର ଶ୍ରୀଚନ୍ଦନ । ଖୋର୍ଦ୍ଧା ରଣପୁର ସୀମାରୁ ଏମାନଙ୍କୁ ଗିରଫ କରିଛି ଏସଟିଏଫ୍ ।

୫-ଟି ସଚିବଙ୍କ କଟକ ଗ୍ରସ୍ଥ

କଟକ, ୧୮/୭(ଏସଏସନିୟୁଜ) ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି କଟକର ଏସସିବି ମେଡିକାଲର ସଂପ୍ରସାରଣ, ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲ ସାଇଟ ଗସ୍ତ କରି ଏହାର କାମର ସମୀକ୍ଷା କରିଛନ୍ତି। ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ବ ନବୀକରଣ କାମରେ ବାଧକ ସାଜିଥିବା ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକିୟା ଉପରେ ତର୍ଜମା କରିବାସହ ଏସସିବି ମେଡିକାଲ କଲେଜ ଏବଂ ଡାକ୍ତରଖାନାର ଉନ୍ନତିମୂଳକ କାମ ମଧ୍ୟ ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ୫-ଟି ସଚିବଙ୍କ ସହ […]

ଆମ୍ବ ପାଇଁ ଫସିଲା ଭାଲୁ

ନୂଆପଡ଼ା,୧୮/୭(ଏସଏସନିୟୁଜ) ଆମ୍ବ ଖାଇବା ପାଇଁ ଆସି ଫସିଯାଇଥିଲା।୫ ଦିନ ଧରି ନୂଆପଡା ସହରରେ ଆତଙ୍କସୃଷ୍ଟି କରିଥିବା ସହବନବିଭାଗକୁ ନାକେଦମ କରିଥିବା ଏହି ଭାଲୁ ଆଜି ଭୋର ତିନିଟାରେ ଯନ୍ତାରେ ପଡିଛି । ଗତ୫ଦିନ ତଳେ ଜିଲ୍ଲାପାଳଙ୍କ ସରକାରୀ ବାସଭବନକୁ ଏକ ଭାଲୁ ପଶିଆସିଥିଲା ।ଏହି ଭାଲୁଟିକୁ ଧରିବାପାଇଁ ବନବିଭାଗ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।ଶନିବାରଦିନ ଜିଲ୍ଲାପାଳଙ୍କ ବାସଭବନରେ ଭାଲୁକୁ ଧରିବା ପାଇଁ ବନ ବିଭାଗ ଯନ୍ତା ରଖିଥିଲା । ଆଜି ଭୋର ତିନିଟାରେ […]

ବିଦ୍ରୋହୀ ବିଧାୟକ

୧–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ୨–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ୩–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର […]

ଆଜିର ରାଶିଫଳ

ଜୁଲାଇ ମାସ ୧୮ ତାରିଖ ୨୦୨୧ ମସିହା(ରବିବାର)ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି-ନବମୀ,ନକ୍ଷତ୍ର- ସ୍ୱାତି,ମେଷ ରାଶିର ଘାତବାର, ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ। ମେଷ :-ଘରେ ଲାଗିରହିଥିବା ଅଶାନ୍ତି ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ । ବୃଷ:-ସପ୍ତାହରୁ ଚ଼ାଲି ଆସୁଥିବା ସମସ୍ୟା ଏବଂ ଚ଼ିନ୍ତାରୁ […]

ଆଜିର ଅନୁଚିନ୍ତା

ଗୀତା ଉପଦେଶ 🔥”ଯେ ନିଜ ଉପରେ ବିଜୟ ପ୍ରାପ୍ତ କରିଛି , ଶୀତ ଉଷ୍ଣ ସୁଖ ଦୁଃଖ ତଥା ମାନ ଅପମାନରେ ପ୍ରଶାନ୍ତ ଚିତ୍ତ ରହିପାରୁଥିବା ବ୍ୟକ୍ତିଙ୍କୁ ପରମାତ୍ମା ନିତ୍ୟ ପ୍ରାପ୍ତ ଅଟନ୍ତି – ଭଗବାନ ଶ୍ରୀକୃଷ୍ଣ !!” 🔥”ଯେ ନିଜେ ନିଜକୁ ଜୟ କରିଛି ସେ ହିଁ ନିଜର ବନ୍ଧୁ ଏବଂ ଯେ ନିଜେ ନିଜକୁ ଜୟ କରିନାହିଁ ସେହି ଅନାତ୍ମାର ଆତ୍ମା ଶତ୍ରୁପରି ବ୍ୟବହାର କରେ – ଭଗବାନ ଶ୍ରୀକୃଷ୍ଣ !!” 🔥”ନିଜେ ନିଜ […]

ଜୁଲାଇ ୨୬ରୁ ପାଠପଢା

  ଭୁବନେଶ୍ୱର,୧୭/୭(ଏସ ଏସ ନିୟୁଜ)ରାଜ୍ୟରେ ଚଳିତ ଜୁଲାଇ ମାସ ୩୦ ତାରିଖରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ଅଫଲାଇନ୍‌ରେ ମେଟ୍ରିକ ପରୀକ୍ଷା ହେବ। ଜିଲ୍ଲା ଏବଂ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ରହିବ। ଛାତ୍ରଛାତ୍ରୀମାନଙ୍କ ମାସ୍କ ପରିଧାନ ବାଧ୍ୟତାମୂଳକ ହେବ ଏବଂ ସେମାନଙ୍କ ଥର୍ମାଲ୍ ସ୍କାନିଂ କରାଯିବ। କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ସହ ମେଟ୍ରିକ ପରୀକ୍ଷା ପରିଚାଳନା କରାଯିବ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତଙ୍କ କୋଭିଡ୍ ପରୀକ୍ଷଣ କରାଯିବ। ଚଳିତ ଜୁଲାଇ ୨୬ ତାରିଖରୁ ଦଶମ ଏବଂ ଦ୍ୱାଦଶ […]

ଜାରି ହେଲା ଗାଇଡ଼ଲାଇନ

ବାରଙ୍ଗ,୧୭/୭(ଏସଏସନିୟୁଜ) ୨୦୨୧-୨୨ ମସିହା ପାଇଁ ଟଏଉର ନୂଆ ଗାଇଡଲାଇନ ଜାରି କରିଛି । ଜୁଲାଇ ୩୧ ପୂର୍ବରୁ ସମସ୍ତ ଯୁକ୍ତ ଦୁଇ ଫଳାଫଳ ବାହାର କରିବା ସହ ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେପ୍ଟେମ୍ୱର ୩୦ ସୁଦ୍ଧା ନାମଲେଖା ପ୍ରକ୍ରିୟା ସାରିବାସହ ଅକ୍ଟୋବର ୩୧ ସୁଦ୍ଧା ବଳକା ସିଟ୍ ପାଇଁ ନାମଲେଖା ଶେଷ କରିବାକୁ ଓ ଅକ୍ଟୋବର ପହିଲାରୁ ପାଠପଢା ପାଇଁ ସବୁ ବିଶ୍ୱବିଦ୍ୟାଳୟ ଓ କଲେଜ ପାଇଁ […]

କାଞ୍ଜିଆ ନେଲା ପୁଣି ଜଣଙ୍କ ଜୀବନ

ବାରଙ୍ଗ,୧୭/୭(ଏସଏସନିୟୁଜ) କାଞ୍ଜିଆ ହ୍ରଦରେ ବୁଡି ରଘୁନାଥପୁର ଗ୍ରାମର ବିବେକା ନନ୍ଦ ରାଉତ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ବିବେକା ନନ୍ଦ ବଟାନିକାଲ ଗାର୍ଡେନରେ ଅସ୍ଥାୟୀ କର୍ମଚାରୀ ଭାବେ କାର‌୍ୟ୍ୟ କରୁଥିଲେ ।ସବୁଦିନଭଳି ଶନିବାର ସକାଳେ ବଟାନିକାଲ ଗାର୍ଡେନକୁ କାମ କରିବାକୁ ଯାଇଥିବାବେଳେ କାଞ୍ଜିଆ ହ୍ରଦରେ ଗାଧୋଇଥିଲେ ।ଗାଧେଇବାବେଳେ ଅସାବଧାନତା ଯୋଗୁ ତାଙ୍କ ଗୋଡ ଖସିଯାଇଥିଲା ।ଖବରପାଇ ପରିବାରଲୋକ ନନ୍ଦନକାନନଥାନାକୁ ଏବିଷୟରେ ଜଣାଇବାସହ ବହୁ ଖୋଜ ଖୋଜି ପରେ ତାଙ୍କର କୌଣସି ଖୋଜ ଖବର ପାଇନଥିଲେ । […]

ଟୋକିଓ ଅଲିମ୍ପିକକୁ କରୋନା ଆଟାକ୍

ଭୁବନେଶ୍ୱର,୧୭/୭(ଏସଏସନିୟୁଜ) ୨୩ ଜୁଲାଇରୁ କ୍ରୀଡାର ମହାକୁମ୍ଭ ଆରମ୍ଭ ହେବ । ୧୩ ଜୁଲାଇରୁ ଅଲିମ୍ପିକ ଗ୍ରାମ ଖୋଲାଯାଇଥିଲା । ଖେଳ ଗାଁରେ ପ୍ରତିଦିନ ଖେଳାଳୀମାନଙ୍କର କୋଭିଡ ଯାଞ୍ଚ ହେଉଛି । ତେବେ ଟୋକିଓ ଅଲିମ୍ପିକରେ କରୋନା ଆଟାକ୍ ଦେଖିବାକୁ ମିଳିଛି । ଟୋକିଓ ଅଲିମ୍ପକ ଗ୍ରାମରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସ୍କ୍ରିନିଂ ଟେଷ୍ଟ୍ ବେଳେ ସମ୍ପୃକ୍ତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ଅଲିମ୍ପିକ କ୍ରୀଡ଼ା ଆୟୋଜନରେ ସାମିଲଥିବା ବିଦେଶରୁ ଆସିଥିବା ଜଣେ ପର୍ଯ୍ୟବେକ୍ଷକ କରୋନାରେ […]