ଆଜିର ଅନୁଚିନ୍ତା

ତାରିଖ : ୧୮/୦୭/୨୦୨୧,ରବିବାର

ଗୀତା ଉପଦେଶ
🔥”ଯେ ନିଜ ଉପରେ ବିଜୟ ପ୍ରାପ୍ତ କରିଛି , ଶୀତ ଉଷ୍ଣ ସୁଖ ଦୁଃଖ ତଥା ମାନ ଅପମାନରେ ପ୍ରଶାନ୍ତ ଚିତ୍ତ ରହିପାରୁଥିବା ବ୍ୟକ୍ତିଙ୍କୁ ପରମାତ୍ମା ନିତ୍ୟ ପ୍ରାପ୍ତ ଅଟନ୍ତି – ଭଗବାନ ଶ୍ରୀକୃଷ୍ଣ !!”
🔥”ଯେ ନିଜେ ନିଜକୁ ଜୟ କରିଛି ସେ ହିଁ ନିଜର ବନ୍ଧୁ ଏବଂ ଯେ ନିଜେ ନିଜକୁ ଜୟ କରିନାହିଁ ସେହି ଅନାତ୍ମାର ଆତ୍ମା ଶତ୍ରୁପରି ବ୍ୟବହାର କରେ – ଭଗବାନ ଶ୍ରୀକୃଷ୍ଣ !!”
🔥”ନିଜେ ନିଜ ନିଜର ବନ୍ଧୁରୁପେ ନିଜକୁ ଉଧ୍ଧାର କରନ୍ତୁ ଏବଂ ନିଜର ଶତ୍ରୁ ରୁପେ ନିଜକୁ ଅଧୋଗତି ପଥରେ ନିଅନ୍ତୁ ନାହିଁ – ଭଗବାନ ଶ୍ରୀକୃଷ୍ଣ !!”
🔥”ଯଦି ସାଧକ ସମସ୍ତ ସଙ୍କଳ୍ପ ପରିତ୍ୟାଗକରି ଇନ୍ଦ୍ରିୟଭୋଗ୍ୟ ବିଷୟେ ତଥା କର୍ମରେ ଅନାସକ୍ତ ରହିଯାନ୍ତି ସେତେବେଳେ ତାଙ୍କୁ ଯୋଗାରୂଢ ବୋଲି କୁହାଯାଏ –
ମହାପୁରୁଷଙ୍କ ବାଣୀ
🦚”ମନେରଖନ୍ତୁ, ସବୁଠାରୁ ବଡ ଅପରାଧ ହେଉଛି ଅନ୍ୟାୟ ସହିବା ଏବଂ ଭୁଲ ସହିତ ଆପୋଷ ବୁଝାମଣା କରିବା” – ସୁଭାଷ ଚନ୍ଦ୍ର ବୋଷ !!
🦚”ଜଣେ ପ୍ରକୃତ ସୈନିକ ଉଭୟ ସାମରିକ ଏବଂ ଆଧ୍ୟାତ୍ମିକ ତାଲିମ ଆବଶ୍ୟକ କରନ୍ତି” – ସୁଭାଷ ଚନ୍ଦ୍ର ବୋଷ !!
🦚”ଇତିହାସରେ କେବେ ବି ବିଚାର ବିମର୍ଷ ଦ୍ୱାରା କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ” – ସୁଭାଷ ଚନ୍ଦ୍ର ବୋଷ !!
🦚”ମୋ ମନରେ କୌଣସି ସନ୍ଦେହ ନାହିଁ ଯେ ଆମ ଦେଶର ପ୍ରମୁଖ ସମସ୍ୟା ହେଉଛି ଦାରିଦ୍ର, ନିରକ୍ଷରତା, ରୋଗ, ଦକ୍ଷ ଉତ୍ପାଦନ ଏବଂ ବଣ୍ଟନ କେବଳ ସମାଜବାଦୀ ଉପାୟ ଦ୍ୱାରା ସମାଧାନ ହୋଇପାରିବ” – ସୁଭାଷ ଚନ୍ଦ୍ର ବୋଷ !!
🦚”ଆମର ରକ୍ତ ସହିତ ଆମର ସ୍ୱାଧୀନତାର ମୂଲ୍ୟ ଦେବା ଆମର କର୍ତ୍ତବ୍ୟ | ଆମର ବଳିଦାନ ଏବଂ ପରିଶ୍ରମ ଦ୍ୱାରା ଆମେ ପାଇଥିବା ସ୍ୱାଧୀନତା, ଏହାର ସୁରକ୍ଷା ପାଇଁ ଆମର ଶକ୍ତି ରହିବା ଉଚିତ୍” – ସୁଭାଷ ଚନ୍ଦ୍ର ବୋଷ !!
ଆଜିର ଅନୁଚିନ୍ତା
💔”ଯେଉଁମାନେ ନିଜ ସର୍ତ୍ତରେ ଜିତିଥାଆନ୍ତି ଖୁସି ସେମାନଙ୍କୁ ମିଳି ନଥାଏ . ଖୁସି ତ ସେମାନଙ୍କୁ ମିଳିଥାଏ ଯେଉଁମାନେ ଅନ୍ୟର ଖୁସିପାଇଁ ନିଜ ଜୀବନର ସର୍ତ୍ତକୁ ବଦଳାଇ ଦେଇ ଥାଆନ୍ତି !!
💔”ଜୀବନ ଗୋଟିଏ ମିନିଟରେ ବଦଳି ଯାଇ ନଥାଏ , କିନ୍ତୁ ଗୋଟିଏ ମିନିଟରେ ନେଇଥିବା ନିଷ୍ପତ୍ତ ଆମ ଜୀବନକୁ ସମ୍ପୂର୍ଣ୍ଣ ରୂପେ ବଦଳେଇ ଦେଇଥାଏ !!
💔”କେବଳ ସାପ ନୁହେଁ ବନ୍ଧୁ କିଛି ମଣିଷ ବି ବିଷାକ୍ତ ହୋଇଥାନ୍ତି , ସାପକୁ ତ ଦୂରରୁ ଚିହ୍ନି ହୁଏ କିନ୍ତୁ ବିଷାକ୍ତ ମଣିଷକୁ ଚିହ୍ନିବା ବହୁତ କଷ୍ଟକର ହୋଇଥାଏ !!
💔”ସମୟ ପରୀକ୍ଷା ନେଇଥାଏ ଆଉ ଦୁନିଆ ଠୋକର୍ ମାରିଥାଏ , କିନ୍ତୁ ଯାହା ପାଖରେ ଏହି ଦୁଇଟିକୁ ସାମ୍ନା କରିବାର ସାହାସ ରହିଥାଏ ସଫଳତା କେବଳ ସେହି ଲୋକଟିକୁ ହିଁ ମିଳିଥାଏ !!”
💔”ସଂଘର୍ଷ ବିନା ଜୀବନରେ ବଞ୍ଚିରହିବା ବା ସଫଳତା ପାଇବା ଏତେଟା ସହଜ ନୁହେଁ , ଯେପରି ନିହାଣର ମାଡ ପଥରରେ ବାଜିଲା ପରେ ହିଁ ପଥରଟି ସୁନ୍ଦର ମୂର୍ତ୍ତିଟିଏ ହୋଇ ପାରିଥାଏ !!
💔”କେବେ ଯଦି ଜୀବନରେ କାହାକୁ ଭଲ ପାଇବାକୁ ଇଛା ହୁଏ ତେବେ ନିଜର ଦୁଃଖକୁ ଭଲ ପାଆନ୍ତୁ , କାହିଁକିନା ଦୁନିଆର ନିୟମ ଅଛି ଯାହାକୁ ତୁମେ ଯେତେ ଅଧିକ ଭଲ ପାଇବ ସେ ତୁମଠାରୁ ସେତେ ଦୂରେଇ ଯିବ !ଜୟ ଶ୍ରୀକୃଷ୍ଣ,ଓଁ ସୂର୍ଯ୍ୟ ଦେବାୟ ନମଃ,ଶୁଭ ସକାଳ. ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,,ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ , ପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା!!

Comments (0)
Add Comment