Browsing yearly archive

2021

ପୁଣି ମାତିଲେ ମାଓବାଦୀ

ମାଲକାନଗିରି, ୯/୧୨(ଏସଏସନିୟୁଜ) ମାଓବାଦୀଙ୍କ ସହିଦ ସପ୍ତାହର ଶେଷ ଦିନ ରେମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ପିପଲଖୁଟା ଗାଁ ନିକଟରେ ଜଳସେଚନ ବିଭାଗର କେନାଲ କାମରେ ନିୟଜିତ ୫ ରୁ ଅଧିକ ଗାଡ଼ି ମାଓବାଦୀମାନେ ଜାଳିଦେଇଛନ୍ତି ।ଏହାସହ ସୁପରଭାଇଜରକୁ ମଧ୍ୟ ଅପହରଣ କରିନେଇଛନ୍ତି ।ତେବେ କେନାଲ କାମକୁ ବିରୋଧ କରି ମାଓବାଦୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

କାଠ ଫାଳିଆରେ ପିଟି ହତ୍ୟା

ଭୁବନେଶ୍ୱର,୯/୧୨(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭରତପୁର ଶିବ ମନ୍ଦିର ଲେନ୍‌ରେ ରହୁଥିବା ପୂର୍ଣ୍ଣଚନ୍ଦ୍ର ଦାସ ନାମକ ଯୁବକକୁ ଅନ୍ୟ ଜଣେ କାଠ ଫାଳିଆରେ ପିଟିପିଟି ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ଅଭିଯୁକ୍ତ ଘନଶ୍ୟାମ ମହାରଣା ଓରଫ୍ ରବୀନ୍ଦ୍ରକୁ ସକାଳୁ ଗିରଫ କରିଛି। ଗତକାଲି ରବୀନ୍ଦ୍ର ମଦ ପିଇ ପୂର୍ଣ୍ଣଙ୍କ ଘରକୁ ଆସି ଗାଳି କରିଥିଲା। ପୂର୍ଣ୍ଣ ଘରୁ ବାହାରି ଆସି ପ୍ରତିବାଦ କରିଥିଲେ ।ଏହାପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ପରେ […]

ବୀରପୁଅକୁ ଝୁରୁଛି ଦେଶ…

୧-ମଝି ଆକାଶରେ ଜଳିଗଲା ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର । ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ । ୨-ବିଦାୟ ବିପିନ ବିଦାୟ… ଆଉ ନାହାନ୍ତି ସିଡିଏସ ବିପିନ ରାୱତ । ହେଲିକପ୍ଟର ଦୁର୍ଘଟଣାରେ ଦେହାନ୍ତ ପରେ ବୀରପୁଅକୁ ଝୁରୁଛି ଦେଶ… ୩-‘ମୁଁ ସୈନିକ ଅଟେ, ମୋତେ ଦିଲ୍ଲୀ-ମୁମ୍ବାଇ ନୁହେଁ, ବର୍ଡରରେ ରହିବା ଉଚିତ୍’- କର୍ମରୁ ନୁହେଁ ମନରୁ ମଧ୍ୟ ଫୌଜୀ ଥିଲେ ଜେନେରାଲ ବିପିନ ରାଓ୍ଵତ । ୪-ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ଶୋକ […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾ମାସ- ମାର୍ଗଶୀର ,ପକ୍ଷ-ଶୁକ୍ଳ ,ଗୁରୁବାର,ତିଥି- ଷଷ୍ଠୀଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ କନ୍ୟା ବିଛା ଧନୁ ମକର ଓ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ସିଂହ ରାଶିର ଘାତଚନ୍ଦ୍ର ଦିବା ଘ୧୦-୧୨ମି ଗତେ ମେଷ ବୃଷ ସିଂହ କନ୍ୟା ତୁଳା ଧନୁ ମକର କୁମ୍ଭ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମିଥୁନ ଓ ମୀନ ରାଶିର ଘାତ ଚନ୍ଦ୍ର ନିଷିଦ୍ଧ ଖାଦ୍ୟ-ନିମ୍ବ […]

ଆଜିର ଅନୁଚିନ୍ତା

।।ଆଦ୍ୟ ଗୁରୁବାର ମାସ ମାର୍ଗଶିର-ଲକ୍ଷ୍ମୀ ଠାକୁରାଣୀ ପୂଜା-ବିଜେ କରିଛନ୍ତି ଘରକୁ ମୋହର-ଉଡାଇବି ତାଙ୍କ ଧ୍ବଜା 🙏🏾ଜୟମା ମହାଲକ୍ଷ୍ମୀ🙏🏾 ➡️”ନଇଁଯିବା ନମ୍ରତାର ପରିଚୟ ଦେଇଥାଏ , କିନ୍ତୁ ଭୁଲ ନଥାଇ ବିନା ଆବଶ୍ୟକରେ ବାରମ୍ବାର ନଇଁବାରେ ନିଜର ଆତ୍ମ ସମ୍ମାନ ମଧ୍ଯ ହାନି ହୋଇଥାଏ !! ➡️”ସବୁବେଳେ ଶୂନ ଭଳି ହେବାକୁ ଚେଷ୍ଟା କରନ୍ତୁ କାହିଁକିନା ଶୂନ ର ତ କୌଣସି ମୂଲ୍ୟ ନଥାଏ କିନ୍ତୁ ସେ ଯାହା ସହିତ ମିଶିଯାଏ ତାହାର ମୂଲ୍ୟ ନିଶ୍ଚିତ ବଢ଼ାଇ ଦେଇଥାଏ […]

ବିଦ୍ୟୁତ୍ ଆଘାତରେ ଗାଈ ମୃତ୍ୟୁକୁନେଇ ଥାନାରେ ଅଭିଯୋଗ

ବାରଙ୍ଗ,୮/୧୨(ଏସଏସନିୟୁଜ) ବିଦ୍ୟୁତଆଘାତରେ ଗାଇର ମୃତ୍ୟୁ ହୋଇଥିବାବେଳେ ଗାଈ ଜଗୁଆଳି ମାଲିକ ଆହତ ହୋଇଥିବା ନେଇ ବୁଧବାର ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି ।ବୁଧବାର ସକାଳେ ଏହିଥାନା ଅର୍ନ୍ତଗତ ବଛିପୁର ଗ୍ରାମର ସନାତନ ବେହେରା ନାମକ ଯୁବକ ଗାଈ ଚରାଇବା ପାଇଁ ନିକଟସ୍ଥ ପଡିଆକୁ ଗାଇକୁ ନେଇ ଯାଉଥିଲେ ।ସେହିପଡିଆକୁ ଜଣେ ଜମିବ୍ୟବସାୟୀ ନେଇଥିବାବେଳେ ପଡିଆରେ ପୋତାଯାଇଥିବା ବିଦ୍ୟୁତ୍ ଖୁଂଟରୁ ଆଥିଂଙ୍ଗ ତାର ଉପରୁ ତଳକୁ ଆସି ମାଟିରେ ପୋତା ଯାଇଥିଲା ।ପଡିଆରେ ପାଣିଥିବାରୁ ଗୋଟିଏ ଗାଇ ପଡିଆରେ […]

ସୁପରଭାଇଜରଙ୍କର ଆମ୍‌ହତ୍ୟା

ମେଣ୍ଢାଶାଳ,୮/୧୨(ଏସଏସନିୟୁଜ)ମେଣ୍ଢାଶାଳ କୁକୁଡାମୁଣ୍ଡିଠାରେ ଥିବା ଓପିଟିସିଏଲର ବିଦ୍ୟୁତଗ୍ରିଡ ଷ୍ଟେସନ ପରିସରରେ କାର୍ଯ୍ୟକରୁଥିବା ଜଣେ ଯୁବକ ରଶିଲଗାଇ ବୁଧବାର ସକାଳେ ଆମ୍‌ହତ୍ୟା କରିଛି ।ଆମ୍‌ହତ୍ୟା କରିଥିବା ଯୁବକର ନାମ ବାପୁନିନାୟକ(୨୧) ।ସେ ବିଦ୍ୟୁତଗ୍ରିଡ ଷ୍ଟେସନରେ ନିର୍ମାଣ ହେଉଥିବା କାର୍ଯ୍ୟରେ ଜଣେ ଠିକାଦାରପାଖରେ ସୁପରଭାଇଜରଭାବେ କାର୍ଯ୍ୟକରୁଥିଲେ ।ହଠାତ ବୁଧବାରସକାଳେ ସାଢେ୮ଟା ପାଖାପାଖି ସେ ବେକରେ ରଶିଲଗାଇ ଆମ୍‌ହତ୍ୟା କରିଥିବାର ଦେଖିବାକୁ ମିଳିଥିଲା ।ଯୁବକଟିର ଘର ମୟୁରଭଞଜିଲ୍ଲା କରଞିଆ ଥାନାର କୋଦମାଲତାଗ୍ରାମରେ ।ମେଣ୍ଢାଶାଳ ଫାଣ୍ଡିରେ ଠିକଦାର ଏବିଷୟରେ ଜଣାଇବାପରେ ଫାଣ୍ଡିଅଧିକାରୀ ଶବକୁ ଜବତ […]

୧୦ରୁ ଡେରାସରେ ବଣଭୋଜି

ବାରଙ୍ଗ,୮/୧୨(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ବଣଭୋଜି ପର୍ଯ୍ୟଟକମାନଙ୍କ ପାଇଁ ବେଶ ଆକର୍ଷିତ ଥିବା ଡେରାସରେ ବଣଭୋଜି ପାଇଁ ମିଳିଛି ଅନୁମତି ।ଆସନ୍ତା ୧୦ତାରିଖରୁ ଡେରାସରେ ବଣଭୋଜିର ମଜ୍ଜା ଉଠାଇବେ ପର୍ଯ୍ୟଟକ ।ଏଥିପାଇଁ ପିସିସିଏଫଙ୍କ କାର୍ଯ୍ୟାଳୟରୁ ୧୨୫୧୪/୨୦୨୧ମେମୋନଂରେ ଏକ ନିର୍ଦ୍ଦେନାମା ଚନ୍ଦକା ଡିଓଫଓ ପାଖକୁ ଆସିଛି ।ଏହିଆଧାରରେ ଆସନ୍ତା ୧୦ତାରିଖରେ ଡେରାସ ଫାଟକ ପାଶ୍ୱର୍ରେ ରହିଥିବା ବଣଭୋଜି ସ୍ଥଳରେ ରହିଥିବା ୧୮ଟି ପିଣ୍ଡିରେ ବଣଭୋଜି ପର୍ଯ୍ୟଟକମାନେ କରିପାରିବେ ।ବଡପିଣ୍ଡିପାଇଁ ୫ଶହ ଓ ସାନପିଣ୍ଡିପାଇଁ ୩ଶହ ଟଙ୍କା ଦେବାକୁ ପଡିବ ।ସମସ୍ତ ପର୍ଯ୍ୟଟକମାନେ […]

ଜବତହେଲା ଟଙ୍କା ଭର୍ତ୍ତି ବ୍ୟାଗ୍

କଟକ, ୮/୧୨(ଏସଏସନିୟୁଜ)କଟକ ରେଳ ଷ୍ଟେସନରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ଆରପିଏଫ୍ ।ଜବତ ହୋଇଥରବା ୪ଟିବ୍ୟାଗରେ କେବଳ ୧୦ ଓ ୨୦ ଟଙ୍କିଆ ନୋଟ୍ ଭର୍ତ୍ତି ହୋଇ ରହିଛି । ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିବା ଏ.କେ. ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହାକୁ ଜବତ କରିଛି ଆରପିଏଫ୍ ।  

ଚାଲିଗଲା ମାଇହାତୀର ଜୀବନ

କେନ୍ଦୁଝର, ୮/୧୨(ଏସଏସନିୟୁଜ) ନରଣପୁର ସେକ୍ସନର ନେକଡ଼ାଘର ଜଙ୍ଗଲରେ ବିଦ୍ୟୁତ ସଂମ୍ପର୍ସରେ ଆସି ଏକ ମାଇହାତୀର ମୃତ୍ୟୁ ଘଟିଛି । ୧୮ ଟିକିଆ ହାତୀପଲ ବୁଧବାର ଭୋର ସମୟରେ ନେକଡ଼ାଘର ଜଙ୍ଗଲରେ ଯାଉଥିବାବେଳେ ନରଣପୁର ପାୱାରଗ୍ରୀଡ଼ରୁ ଜଂଘିରା ଆଡ଼କୁ ଯାଇଥିବା ୩୩ ଜେଭି ଲାଇନ ର ଏକ ଖୁଣ୍ଟ ସଂମ୍ପର୍ସ ରେ ଗୋଟିଏ ମାଇହାତୀ ଆସିଯାଇଥିଲା । ମାଈ ହାତୀଟି ଉଚ୍ଚଶକ୍ତି ବିଦ୍ୟୁତ ସଂମ୍ପର୍କ ରେ ଆସି ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ବଂଚିଯାଇଛନ୍ତି । […]