ଲକଡାଉନରେ ଘରକୁ ଯିବ ପୋଲିସ ଆଣିବ ଏତଲା
ଭୁବନେଶ୍ୱର ୪/୫ (ଏସଏସନିୟୁଜ) ଲକଡାଉନ ବେଳେ ଲାକେମାନଙ୍କ ସୁବିଧା ଦୃଷ୍ଟିରୁ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣକରାଯାଇଛି । ଲକଡାଉନ ସମୟରେ ଲୋକେ ଥାନାକୁ ନଆସି ଅଭିଯୋଗ ଥିଲେ ଫୋନରେ ଜଣାଇପାରିବେ । କିଛି ବି ଅସୁବିଧା ହୋଇଥିଲେ ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବରକୁ ଫୋନ୍ କରି ଜଣାଇପାରିବେ । ସବିଶେଷ ତଥ୍ୟ ଜାଣିସାରିବାପରେ ପୋଲିସ ଅଭିଯୋଗକାରୀଙ୍କ ଘରେପହଞ୍ଚି ଏତଲା ଗ୍ରହଣ କରିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । […]