ଫେସ୍‌ବୁକ ସାଙ୍ଗ ଲୁଟିଲେ କ୍ୟାମେରା ,ମିଳିଲା ୨୦ଚୋରା ମୋବାଇଲ

ଚନ୍ଦକା,୩/୫(ଏସଏସନିୟୁଜ) ଆରମ୍ଭ ହୋଇଥିଲା ଫେସବୁକରୁ ସାଙ୍ଗ ।ତାପରେ ବଢିଥିଲା ଭାବ ।ଏହାପରେ ଏକାଠିହୋଇ ମଜ୍ଜା ଉଠାଇବାକୁ ନିଷ୍ପତି ନେଲେ ।ଦିନଧାର୍ଯ୍ୟ ହୋଇ ମାର୍ଚ୍ଚ୨୧ତାରିଖରେ ଚନ୍ଦକାଥାନା ଅର୍ନ୍ତଗତ ଝୁମକାଠାରେ ଏକାଠିହୋଇଥିଲେ ଚାରିସାଙ୍ଗ ।ଫଟୋ ଉଠାଇ ବେଶ ମଜ୍ଜା ନେବାବେଳେ କୈାଶଲକ୍ରମେ ଡିଏସଏଲଆର କ୍ୟାମେରା ନେଇ ଫେସବୁକ ସାଙ୍ଗ
ଫେରାର ହୋଇଯାଇଥିବା ବିଷୟରେ ଥାନାରେ ଅଭିଯୋଗ ହୋଇଥିଲା ।ପୋଲିସ ମୋବାଇଲଟ୍ରେସ କରି ଫେସବୁକସାଙ୍ଗକୁ ରବିବାରରାତିରେ ଧରିବାବେଳେ ଗଲେ ମୋବାଇଲଚୋରଗ୍ୟାଙ୍ଗରେ ସମ୍ପୃକ୍ତ ଥିବାର ଜାଣିବାକୁ ପାଇଥିଲା ।ରାଜଧାନୀର ଏକ ବସ୍ତୀରୁ ଜଣେ ନାବାଳକ ସହ ଫେସବୁକସାଙ୍ଗଦ୍ୱୟଙ୍କୁ ଧରିବାସହ ସେମାନଙ୍କଠାରୁ ଚୋରିକରିଆଣିଥିବା ୨୦ଟି ମୋବାଇଲଫୋନ ,ଡିଏସଏଲଆରକ୍ୟାମେରା ଓ ଓଡି୩୩ବି-୧୧୫୭ନଂ ପଲସରକୁ ଜବତ କରି ସୋମବାରଦିନ କୋର୍ଟଚାଳଣ କରିଛି ।
ଘଟଣାଥିଲା ଏହିପରି, ଡିଏଭିିପବ୍ଲିକସ୍କୁଲ୮ନଂ ଛାତ୍ର ସମ୍ବିତସ୍ୱାଇଁ ଓ ଗିରିଜାପ୍ରସାଦ ନାମକ ଦୁଇସାଙ୍ଗଙ୍କ ସହ ଫେସବୁକରେ ଜିତେନ୍ଦ୍ରକୁମାରଓଝା ଓରଫ ଜିତୁ ଓ ବିଷ୍ନୁପ୍ରସାଦଜେନା ଓରଫ ଚନ୍ଦନଙ୍କ ସହ ଦୋସ୍ତି ଆରମ୍ଭ ହୋଇଥିଲା ।କିଛିଦିନ ଯିବାପରେ ଚାରିସାଙ୍ଗଙ୍କ ନିଷ୍ପତି ମୁତାବକ ମାର୍ଚ୍ଚ୨୧ତାରିଖରେ ଝୁମକାକୁ ବୁଲିବାକୁ ଆସିଥିବାବେଳେ ଏକ ଡିଏସଏଲଆର କ୍ୟାମେରା ସମ୍ବିତ ସାଙ୍ଗରେ ଆଣିଥିଲେ ।ସମସ୍ତେ ମିଶି ଫଟୋ ଉଠାଇ ବେଶ ମଜ୍ଜା ଉଠାଇଥିବାବେଳେ କୈାଶଳକ୍ରମେ ଫେସବୁକ ସାଙ୍ଗ କ୍ୟାମେରା ନେଇ ଫେରାର ହୋଇଯାଇଥିଲେ ।ସେହିଦିନ ସସ୍ମିତ ଏ ବିଷୟରେ ଚନ୍ଦକାଥାନାରେ ଅଭିଯୋଗ କରିବାପରେ ଥାନାଅଧିକାରୀ ।ଇସି ଦେବେନ୍ଦ୍ର ବିଶ୍ୱାଳ ୬୩/୨୧କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ । ଫେସବୁକସାଙ୍ଗଙ୍କ ମୋବାଇଲନମ୍ବର ଟ୍ରେସ କରି ରବିବାରରାତିରେ ଏକ ବସ୍ତୀରୁ ଜଣେ ନାବାଳକଙ୍କ ସହ ଫେସବୁକସାଙ୍ଗକୁ ଗିରଫ କରିଥିଲେ ।ଚନ୍ଦକାରୁ ଗୈାତମରାଉତଙ୍କ ରିପୋର୍ଟ)

Comments (0)
Add Comment