Browsing yearly archive

2021

ବନ୍ଦ ହେଲା କୋଣାର୍କ ଉତ୍ସବ

ଭୁବନେଶ୍ୱର, ୩/୧୨(ଏସଏସନିୟୁଜ) ବାତ୍ୟା ଜୱାଦପାଇଁ ଅଧାରୁ ବନ୍ଦ ହେଲା କୋଣାର୍କ ଉତ୍ସବ ।ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁଥିବା କୋଣାର୍କ ଉତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ ରଖିବା ଲାଗି ପର‌୍ୟ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି ।

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର, ୩/୧୨(ଏସଏସନିୟୁଜ) ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ବାତ୍ୟା ‘ଜୱାଦ’ର ପ୍ରଭାବରେ ଆଇଏମଡି ଆକଳନ ଅନୁସାରେ ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ । ୪ ତାରିଖରେ ବର୍ଷା ଓ ପବନର ପରିଣାମ ଅଧିକ ରହିବ । ବାତ୍ୟାର ପ୍ରଭାବ ବିଶେଷ କରି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ […]

ଦୂରନ୍ତ ଏକ୍ସପ୍ରେସ ହେଲା ଲାଇନଚ୍ୟୁତ

ଯାଜପୁର, ୩/୧୨(ଏସଏସନିୟୁଜ) ଦୂରନ୍ତ ଏକ୍ସପ୍ରେସର ତିନିଟି ବଗି ହରିଦାସପୁର ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ଟ୍ରେନ ବେଙ୍ଗାଲୁରୁଠାରୁ ହାୱଡ଼ା ଯିବା ବେଳେ ହରିଦାସପୁର ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଇଞ୍ଜିନ ନିକଟବର୍ତ୍ତୀ ତିନିଟି ବଗି ଲାଇନଚୁତ ହେବା ଫଳରେ ଏଭଳି ଅଘଟଣ ଘଟିଛି। ଲାଇନଚ୍ୟୁତ ଯୋଗୁଁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ପୁରୀର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା ଜୱାଦ୍!

ଭୁବନେଶ୍ବର,୩/୧୨(ଏସଏସନିୟୁଜ) ଆସନ୍ତା ୪ତାରିଖ ସନ୍ଧ୍ୟା କିମ୍ବା ୫ତାରିଖରେ ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁବ ବାତ୍ୟା। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୬୦-୭୦ କିମି ରହିବ ଏବଂ ବେଳେ ବେଳେ ପବନର ଝଟକା ୧୦୦ ଛୁଇଁବ ଏହାଫଳରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର। ସୂଚନା ଅନୁଯାୟୀ, ଆଜି ମଧ୍ୟରାତ୍ରୀରୁ ବର୍ଷା । ଆରମ୍ଭ ହୋଇ କାଲିଠାରୁ […]

ଆଜିର ଅନୁଚିନ୍ତା

🦋ଆପଣ ସର୍ବଦା ସତ୍ୟ କୁହନ୍ତୁ । ସତ୍ୟ କହିଲେ ପଛେ ବିପଦ ଆସୁ, କିନ୍ତୁ ସତ୍ୟ ଦିନେ ଆପଣଙ୍କୁ ସମ୍ମାନ ଏବଂ ବିଶ୍ୱାସ ପୁର୍ବରୁ ଶହେଗୁଣା ଅଧିକ ମଜବୁତ୍ ସହିତ ଫେରିବା ଥୟ । 🦋ସର୍ବଦା ନିଜ ପିଲାମାନଙ୍କୁ ସଂସ୍କାର ଦିଅନ୍ତୁ, ନହେଲେ ସେମାନେ ଆପଣଙ୍କ ଅନ୍ତିମ ସଂସ୍କାରରେ ବି ସାମିଲ୍ ହୋଇ ନ ପାରନ୍ତି । 🦋ଆମେ ଚାଲିବା ସମୟରେ ପଡିଗଲେ କଷ୍ଟ ତ ହୁଏ , କିନ୍ତୁ ରାସ୍ତାରେ ଯଦି ଝୁଣ୍ଟିବା ତେବେ ଆମେ […]

ଆଜିର ରାଶିଫଳ

🙏ମାଁ ପରମେଶ୍ବରୀ ନମଃ🙏 ମାସ- ମାର୍ଗଶୀର ,ପକ୍ଷ-କୃଷ୍ଣ, ତିଥି- ଚତୁର୍ଦ୍ଦଶୀ ନକ୍ଷତ୍ର- ବିଶାଖା ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି ଦିବା ଘ ୦୮-୩୨ମି ଗତେ ବୃଷ ମିଥୁନ ସିଂହ କନ୍ୟା ବିଛା ଧନୁ ମକର କୁମ୍ଭ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର , ନିଷିଦ୍ଧ ଖାଦ୍ୟ- ବିରି ସଂନ୍ଧ୍ୟା ଘ୦୫-୦୫ମି ଗତେ ଆମିଷ […]

ସତର୍କ କଲେ ରାଜ୍ୟସରକାର

➡️୧-କରୋନାର ନୂଆ ଭାରିଏଣ୍ଟକୁ ନେଇ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ସତର୍କ ରହିବା ସହିତ କୋଭିଡ ନିୟମାବଳୀକୁ କଡାକଡି ଭାବରେ ପାଳନ କରିବା ଏବଂ ସରକାରଙ୍କୁ ପୂର୍ଣ୍ଣ ସହଯୋଗ ଯୋଗାଇବା ପାଇଁ କଲେ ଅନୁରୋଧ । ➡️୨-କୋଣାର୍କ ରେ ୩୨ ତମ କୋଣାର୍କ ମହୋତ୍ସବ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୬ ଶହ ପର୍ଯ୍ୟଟକ । ➡️୩-ବାତ୍ୟା “ଜୱାଦ୍” ପ୍ରସ୍ତୁତି ନିମନ୍ତେ ବସିଲା ମୁଖ୍ୟ […]

ଆଜିର ଅନୁଚିନ୍ତା

🦋ଘଣ୍ଟ,ଘଣ୍ଟି, ଶଙ୍ଖ ବଜାଇ , ଚନ୍ଦନର ବଡ ତିଲକ କାଟି ପ୍ରତିମୂର୍ତ୍ତି ସାମ୍ନାରେ ଢେର୍ ସମୟ ଯାଏ ବସି ରହିବା ପୂଜାନୂହେଁ, ସଚ୍ଚା ନିଷ୍ଠା ସହକାରେ କୌଣସି କାର୍ଯ୍ୟରେ ମନୋନିବେଶ କରିବା ହିଁ ପ୍ରକୃତ ପୂଜା ଅଟେ । 🦋ଯଦି ଆମେ କିଛି ଶିଖିବାକୁ ଚାହିଁବା ତ ତାହେଲେ ଆମର ପ୍ରତ୍ୟେକ ଭୁଲ ଆମକୁ ଅନେକ କିଛି ଶିଖାଇଦେଇପାରିବ । 🦋ସମୟ ଠାରୁ ବଡ ନ୍ୟାୟଧାରୀ କେହି ବି ନାହାନ୍ତି , କାହିଁକିନା ସମୟ ଯାହା ବି […]

ଆଜିର ରାଶିଫଳ

🙏🏾 ମାଁ ପରମେଶ୍ବରୀ ନମଃ🙏🏾 ମାଣବସା ଗୁରୁବାର ଦ୍ବିତୀୟପାଳି ଶିବ ଚତୁର୍ଦ୍ଦଶୀ ଉପବାସ ଓ ବେଢା ,ମାସ- ମାର୍ଗଶୀର ,ପକ୍ଷ-କୃଷ୍ଣ ,ତିଥି- ତୃତୀୟା ,ଚନ୍ଦ୍ର ଶୁଦ୍ଧି- ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି ,ନିଷିଦ୍ଧ ଖାଦ୍ୟ- ବାଇଗଣ . ବିରି ଭକ୍ଷଣ ନିଷେଧ ,👉🏿ମେଷ: ଧନକ୍ଷୟ👉🏿ବୃଷ: ବନ୍ଧୁ ମିଳନ👉🏿ମିଥୁନ: ଅହଙ୍କାର👉🏿 କର୍କଟ: ଚିନ୍ତା ଗ୍ରସ୍ତ👉🏿 ସିଂହ: ବାଦବିବାଦ👉🏿 କନ୍ୟା:ପ୍ରଶଂସଲାଭ👉🏿 ତୁଳା: ପରାଧୀନ👉🏿 […]

ଆଜି କୋଣାର୍କଉତ୍ସବ

କୋଣାର୍କ, ୧/୧୨(ଏସଏସନିୟୁଜ)୩୨ତମ କୋଣାର୍କ ଉତ୍ସବ ଆଜିଠୁ ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ କୋଣାର୍କ ଉତ୍ସବ ପାଳନ କରାଯିବ। ମୁକ୍ତାକାଶ ରଂଗମଂଚ ଭିତରକୁ ଦୈନିକ ୬୦୦ ଦର୍ଶକଙ୍କୁ ଅନୁମତି ମିଳିବ । ବେଳାଭୂମିରେ ୩୦ଷ୍ଟଲରେ ବିଭିନ୍ନ ରାଜ୍ୟରୁ ୬୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ । ପ୍ରତି ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ରଙ୍ଗମଞ୍ଚଳରେ ବିଭିନ୍ନ ନୃତ୍ୟ ପ୍ରଦର୍ଶିତ ହେବ । ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା […]