Browsing yearly archive

2021

୨ ଅପରାଧୀଙ୍କୁ ଏନ୍‌କାଉଣ୍ଟର

ଭଦ୍ରକ, ୧/୧୨(ଏସଏସନିୟୁଜ) ଆଜି ଭୋର ସମୟରେ ବରପଦା ନିକଟରେ ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ବାଲେଶ୍ୱର ଜିଲ୍ଲା ସୋରର ପ୍ରହ୍ଲାଦ ଦାସ ଓ ନୀଳଗିରି ଅଞ୍ଚଳର ସୁଶାନ୍ତ ମଲ୍ଲିକ ଆହତ ହୋଇଛନ୍ତି। ଗତ ୨୬ ତାରିଖ ରାତିରେ ଭଦ୍ରକ ଚରମ୍ପା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟ ଏଟିଏମ୍‌ରେ ଟଙ୍କା ଲୋଡ୍ ବେଳେ ପ୍ରାୟ ୨୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଏହିଘଟଣାରେ ପୋଲିସ୍‌ର ଚଢାଉ ବେଳେ ଏହି ୨ ଅପରାଧୀଙ୍କ ସହ ମୁହାଁମୁହିଁ ହୋଇଥିଲା। ପୋଲିସ୍‌ର ଏନ୍‌କାଉଣ୍ଟରରେ […]

କଂଗ୍ରେସ ବିଧାୟକଙ୍କ ଧାରଣା

ଭୁବନେଶ୍ୱର, ୧/୧୨(ଏସଏସନିୟୁଜ) ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭରୁ କଂଗ୍ରେସ ପକ୍ଷରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦିଆଯାଇଛି । ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିର ଅଭିଯୋଗ ନେଇ ବିଧାନସଭା ଗେଟ ସାମ୍ନାରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ହାତରେ ପ୍ଲାକାର୍ଡ ଧରି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି ସହ ଗୃହରେ ପ୍ରବେଶ କରାଇନଦେବାକୁ କଂଗ୍ରେସ ବିଧାୟକମାନେ ଧାରଣା ଦେଇଛନ୍ତି ।

ଭିଜିଲାନ୍ସ ଜାଲରେ ଥାନା ବାବୁ

ବଲାଙ୍ଗୀର,୧/୧୨(ଏସଏସନିୟୁଜ) ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରିବାସହ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରିଥିବାର ଜଣାପଡିଛି । ଗତକାଲି ଥାନା ବାବୁ ଏକ ସ୍ବିଫ୍ଟ କାର୍‌ରେ ସମ୍ବଲପୁର ଯାଉଥିବାବେଳେ ବରାହଗୋଡ଼ାସ୍ଥିତ ଟୋଲ୍‌ଗେଟ୍ ପାଖରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରି ଗାଡିସିଟ୍ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ।

ଆଜିର ରାଶିଫଳ

ମାଁ ପରମେଶ୍ବରୀ ନମଃ, ମାସ- ମାର୍ଗଶୀର, ପକ୍ଷ-କୃଷ୍ଣ, ତିଥି- ଦ୍ବାଦଶୀ, ଚନ୍ଦ୍ର ଶୁଦ୍ଧି- ମେଷ ମିଥୁନ କର୍କଟ କନ୍ୟା ତୁଳା ବିଛା ଧନୁ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ବୃଷ ରାଶିର ଘାତ ଚନ୍ଦ୍ର ପ୍ରାତଃ ଘ୦୭-୪୮ମି ଗତେ ମେଷ ବୃଷ କର୍କଟ ସିଂହ ତୁଳା ବିଛା ଧନୁ ମକର ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ନାସ୍ତି , ନିଷିଦ୍ଧ ଖାଦ୍ୟ- ପୋଇଶାଗ ରାତ୍ରି ଘ୧୧-୩୫ମି […]

ଆଜିର ଅନୁଚିନ୍ତା

🦋କେହି ଆପଣଙ୍କୁ ଗାଳି ଦେଲେ ଆପଣ ହସି ଦିଅନ୍ତୁ, କେହି ମଇଳା କଲେ ତାକୁ ସଫା କରିଦିଅନ୍ତୁ । ଆପଣଙ୍କ ବ୍ୟବହାରରେ ସେ ଲଜ୍ଜା ଅନୁଭବ କରିବେ, ଆପଣଙ୍କ ଅହିଂସା ତାକୁ ସତ୍ୟ ପଥକୁ ଆଣିପାରିବ। 🦋ପ୍ରତ୍ୟେକ ସକାଳର ସୂର୍ଯ୍ୟ ଆମପାଇଁ ଦୁଇଟି ରାସ୍ତା ଆଣିଦିଏ-ପ୍ରଥମଟି ହେଉଛି ଶୋଇରହି ଆନନ୍ଦରେ ସ୍ବପ୍ନ ଦେଖିବା-ଦ୍ୱିତୀୟଟି ହେଉଛି ସ୍ବପ୍ନକୁ ସତ କରିବାକୁ ସଂଘର୍ଷ କରିବା । 🦋ଯଦି କାହା ହୃଦୟ ରେ ମାଗଣାରେ ଘର କରି ରହିବାକୁ ଚାହୁଁଛନ୍ତି ତାହାଲେ […]

ଅଗ୍ନିକାଣ୍ଡରେ ୨ ଗାଈ ଜୀବନ୍ତ ଦଗ୍ଧ

ଡେଲାଙ୍ଗ,୩୦/୧୧(ଏସ ଏସ ନିଉଜ)ମାଛପଡା ଗ୍ରାମର ଜେନାସାହି ର ଭାବେନି ଜେନାଙ୍କ ଗୁହାଳରେ ଅଗ୍ନିକାଣ୍ଡ ଘଟି ଗୋଟିଏ ବଳଦ ଓ ୨ଟି ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଗୁହଳରେ ଦିଆଯାଇଥିବା ମଶା ଧୁଆଁରୁ ଏହି ଅଗ୍ନିକାଣ୍ଡ ଘଟି ଥିବାର ଅନୁମାନ କରାଯାଉଛି । ଡେଲାଙ୍ଗ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ଆସିଲା ଡିସେମ୍ବର ଗାଇଡଲାଇନ

ଭୁବନେଶ୍ୱର,୩୦/୧୧(ଏସଏସନିୟୁଜ) ରାଜ୍ୟ ସରକାର ଡିସେମ୍ବର ପାଇଁ ଗାଇଡଲାଇନ ଜାରି କରିଛନ୍ତି ।ଏହି କଟକଣା ୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ  ଲାଗୁ ରହିବ । ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ସେଲିବ୍ରେସନ ମନା କଲେ ସରକାରା କୌଣସି ସ୍ଥାନରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି ।ନୂଆବର୍ଷ ଅବସରରେ ଜିରୋ ନାଇଟ ସେଲିବ୍ରେସନକୁ ବାରଣ କରାଯାଇଛି । ନୂଆ ବର୍ଷରେ ସର୍ବସାଧାରଣ ସ୍ଥାନରେ ପିକନିକ ଉପରେ ବି କଟକଣା ଲଗାଯାଇଛି । ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କ, ପ୍ରେକ୍ଷାଳୟ, କଲ୍ୟାଣ […]

ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା

ଭୁବନେଶ୍ୱର,୩୦/୧୧(ଏସଏସନିୟୁଜ)ସୂଚନା ଓ ସମ୍ବାଦ ପ୍ରସାରଣରେ ହକର୍ ମାନଙ୍କର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଖରା, ବର୍ଷା, ଶୀତ ସବୁ ସମୟରେ ସୂର୍ଯ୍ୟୋଦୟ ପୂର୍ବରୁ ସେମାନଙ୍କର ଆରମ୍ଭ ହୋଇଥାଏ କର୍ମମୟ ଜୀବନ । ଜନସାଧାରଣଙ୍କୁ ଖବର ସହ ଯୋଡିବାରେ ତାଙ୍କର ଭୂମିକା ଓ ସଂଘର୍ଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମ୍ବାଦପତ୍ର ହକର୍ ମାନଙ୍କ ପାଇଁ ଏକ ସାମାଜିକ ସୁରକ୍ଷା ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ ଓଡିଶା ଅଣସଂଗଠିତ ଶ୍ରମିକ […]

୨ ଦୁର୍ବୃତ୍ତଙ୍କୁ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକ

ବାଲିଅନ୍ତା,୩୦/୧୧(ଏସଏସନିୟୁଜ)ଟଙ୍କା ଲୁଟିବା ଉଦ୍ୟମ ବିଫଳ ହୋଇଁଛି ।୪ଜଣ ଲୁଟେରାଙ୍କ ମଧ୍ୟରୁ ଦୁଇଜଣ କୁ ସ୍ଥାନୀୟ ଲୋକ ଧରି ନିର୍ଦ୍ଧୁମ ଛେଚିଛନ୍ତି ।ଖବରପାଇ ବାଲିଅନ୍ତା ଥାନା ପୁଲିସ ଦୁଇଜଣକୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୧ଟାରେ ବାଳକାଟି ବଜାରସ୍ଥିତ ନୀଳାଚଳ ଗ୍ରାମ୍ୟ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ନୂଆପାଟଣା ଗାଁର ଜଗନ୍ନାଥ ସାହୁ ତାଙ୍କ ଗାଡ଼ି ପାଖକୁ ଆସୁଥିଲେ।ଏହିସମୟରେ […]

ମାଡ଼ି ଆସୁଛି ବାତ୍ୟା

ଭୁବନେଶ୍ବର, ୩୦/୧୧(ଏସଏସନିୟୁଜ) ମାଡ଼ି ଆସୁଛି ବାତ୍ୟା । ୪ ତାରିଖ ଦିନ ସକାଳ ସମୟରେ ବାତ୍ୟା ଉପକୂଳରେ ପହଞ୍ଚିବ । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହୋଇ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇ ପବନର ବେଗ ବଢ଼ିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା […]