ଭୁବନେଶ୍ବର, ୩୦/୧୧(ଏସଏସନିୟୁଜ) ମାଡ଼ି ଆସୁଛି ବାତ୍ୟା । ୪ ତାରିଖ ଦିନ ସକାଳ ସମୟରେ ବାତ୍ୟା ଉପକୂଳରେ ପହଞ୍ଚିବ । ଦକ୍ଷିଣ ଥାଇଲ୍ୟାଣ୍ଡ ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହୋଇ ୩ ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇ ପବନର ବେଗ ବଢ଼ିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ।ଅନ୍ୟପଟେ ବିଭିନ୍ନ ଜିଲ୍ଳାର ଜିଲ୍ଲାପାଳଙ୍କୁ ଏସଆରସିସତର୍କ ସୂଚନା ଜାରି କରିଛନ୍ତି ।