Browsing yearly archive

2021

ମାତିଲେ ଛେଳି ଚୋର

ସାକ୍ଷୀଗୋପାଳ,୩/୩(ଏସ ଏସ ନିୟୁଜ)ପୁଣି ସତ୍ୟବାଦୀରେଛେଳି ଚୋର ପୁଣି ମାତି ଛନ୍ତି।ଏହି ଚୋରମାନେ ଗୋଟିଏ ରାତିରେ ୩ଟି ପରିବାରୁ ୧୧ଟି ଛୋଳି ଚୋରି କରି ନେଇଛନ୍ତି।ରବିବାର ବିଳମ୍ବିତ ରାତିରେ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ସାଗର ଦାସଙ୍କ ଗୁହାଳ ଘରୁ ୩ଟି ଓ ରାମ ବେହେରାଙ୍କ ଘରୁ ୪ଟି ଛେଳି ଦୁବୃର୍ତ୍ତ ମାନେ ନେଇଯାଇଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସେହିପରି ବରାଳ ଗ୍ରାମର ଭିକାରୀ ଭୋଇଙ୍କର ୪ଟି ଛେଳି ଚୋରି ହୋଇଥିବା ଜଣାପଡିଛି । […]

ପୁରାତନ ଅଷ୍ଟଧାତୁ ମୂର୍ତ୍ତି ଉଦ୍ଧାର କଲା ପୋଲିସ

ପିପିଲି,୩/୩(ଏସ ଏସ ନିୟୁଜ)ଗତ ଜାନୁୟାରୀ ମାସରେ ଗୋପୀନାଥ ଦେବ ଙ୍କ ମନ୍ଦିରରୁ ଚୋରି ହୋଇଥିବା ପୁରାତନ ଅଷ୍ଟଧାତୁ ମୂର୍ତ୍ତି କୁ ପୋଲିସ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ପ୍ରକାଶ ଯେ,ପିପିଲି ଥାନା ଅନ୍ତର୍ଗତ କାକୁଡିଆ ଗ୍ରାମରୁ ଶ୍ରୀ ଗୋପିନାଥ ଦେବଙ୍କ ମନ୍ଦିର କବାଟ ଭାଙ୍ଗି କେହି ଦୁବୃର୍ତ୍ତ ୫ଟି ବହୁ ପୁରାତନ ମୂର୍ତ୍ତି ଚୋରି କରିନେଇ ଥିବା ଜନାର୍ଦ୍ଦନ ଦୀକ୍ଷିତ ପିପିଲି ଥାନାରେ ଅଭିଯୋଗ କରିଥିଲେ । ପିପିଲି ପୋଲିସ […]

ଚୋରୀ ଟ୍ରାକ୍ଟର ଡ଼ାଲା ଉଦ୍ଧାର, ଜଣେ ଗିରଫ

ଡେଲାଙ୍ଗ,୩/୩(ଏସ ଏସ ନିୟୁଜ) ଡେଲାଙ୍ଗ ଥାନା ଅର୍ନ୍ତଗତ ଜେନାପୁର ପଞ୍ଚାୟତର ମାଣଚିନା ଗ୍ରାମରୁ ଚୋରି ହୋଇଥିବା ଟ୍ରାକ୍ଟର ଡାଲା କୁ ପୋଲିସ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ବୈଦେଶ୍ୱର ଥାନା ଅନ୍ତର୍ଗତ ପଣ୍ଡଲନ ଗ୍ରାମର ପ୍ରଫୁଲ୍ଲ ଦାସ। ପ୍ରକାଶ ଯେ,ସୋମନାଥ ବିଶ୍ୱାଳଙ୍କର ଏକ ଟ୍ରାକ୍ଟର ଡାଲାଫ୍ରେବୁୟାରୀ ୨୬ ତାରିଖରେ ଚୋରି ହୋଇଥିବା ନେଇ ସେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଡେଲାଙ୍ଗ ପୋଲିସ ୪୨/୨୧ରେ ଏକ କେସରୁଜ କରି […]

ଆଜିର ଅନୁଚିନ୍ତା

➡️ଜନ୍ମର ୨୧ ଦିନଠାରୁ ଜୀବନ ଆରମ୍ଭ ମରଣର ୧୨ ଦିନଠାରୁ ଜୀବନ ଶେଷ ଲୋଭ ମାୟାରେ ପଡି କୁହନ୍ତି ସବୁ ମୋର ମୋର ସବୁ ମାୟାରେ ବାୟା ➡️ଯାହାର ମନ ପବିତ୍ର ଥାଏ ସେ ଈଶ୍ବର ନ ପୁଜିଲେ ମଧ୍ୟ ଈଶ୍ବରଙ୍କ କୃପା ସାଥିରେ ରହିଥାଏ ।ଯେଉଁ ମଣିଷର ମନ ଅପବିତ୍ର ଥାଏ ସେ ମଣିଷ ନିଜ ପାଖରେ ଈଶ୍ବରଙ୍କ ମୂର୍ତ୍ତି ରଖିଲେ ବା ପୁଜିଲେ ସେ ଭକ୍ତିର କୌଣସି ମୂଲ୍ୟ ନ ଥାଏ । ➡️ମନୁଷ୍ୟ […]

ଆଜିର ରାଶିଫଳ

ମାର୍ଚ୍ଚ ମାସ ୦୪ ତାରିଖ ୨୦୨୧ ମସିହା(ଗୁରୁବାର),ଫାଲଗୁନ ମାସ-କୃଷ୍ଣପକ୍ଷ,ତିଥି-ଷଷ୍ଠୀ ,ନକ୍ଷତ୍ର-ବିଶାଖା,ତୁଳା ଓ କୁମ୍ଭ ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ନିମ୍ବ ତାଳ ଭକ୍ଷଣ ନିଷେଧ। ମେଷ:-ଆଜି ଦାମ୍ପତ୍ୟ ଜୀବନରେ ସୁଖ ଅନୁଭବ କରିବେ। ପାରିବାରିକ ସଦସ୍ୟ ଏବଂ ନିକଟସ୍ଥ ବନ୍ଧୁମାନଙ୍କ ସହିତ ଉତ୍ତମ ଭୋଜନ କରିବାର ସୁଯୋଗ ମିଳିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭ ସମାଚାର ମିଳିପାରେ। ବୃଷ:-ଆଜି ଆପଣଙ୍କ ଅଧୂରା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ […]

ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଶିମିଳିପାଳ,୩/୩(ଏସଏସନିୟୁଜ)ଶିମିଳିପାଳଅଭୟାରଣ୍ୟ ଜଳୁଛି।ଏହାଦ୍ବାରା ବହୁ ମୂଲ୍ୟବାନ ଔଷଧୀୟ ବୃକ୍ଷରାଜି ,ଗୁଲ୍ଫ୍ ରାଜି ଜଳିଯାଉଛି । ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ଏବେ ନିୟନ୍ତ୍ରଣାଧୀନ ରର୍ହିଛି। ଅଗ୍ନିକାଣ୍ଡ ଜନିତ ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ ପରେ ସତର୍କତା ଓ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଦେଇଛନ୍ତି । ଏହସହ ପ୍ରତି ସନ୍ଧ୍ୟାରେ ସରକାର ଓ ଜିଲ୍ଲାପାଳଙ୍କୁ ସ୍ଥିତି ଅବଗତ କରିବାକୁ DFOଙ୍କୁ ନିର୍ଦେଶ ଦିଆଯାଇଥିବାର ଜଣାପଡିଛି ।

ମାର୍ଚ୍ଚ ୨୭ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

ଭୁବନେଶ୍ୱର,୩/୩(ଏସଏସନିୟୁଜ) ଆସନ୍ତା ମାର୍ଚ୍ଚ ୨୭ତାରିଖରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ । ଏଥି ପାଇଁ ଓକିଲ ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଦାମ ଚରଣ ଦାସଙ୍କୁ ମନୋନିତ କରାଯାଇଛି। ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟ ଆଇନଜୀବୀ ପରିଷଦ ଦ୍ବାରା ରାଜ୍ୟରେ ୱାନ୍ ବାର୍ ୱାନ୍ ଭୋଟ୍ ନିୟମ ଲାଗୁ ହୋଇଥିବାରୁ ଗୋଟିଏ ଦିନ ସବୁ ଓକିଲ ସଂଘର ନିର୍ବାଚନ ହେବ। ଚଳିତ ମାସ ୬ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିବେ। ୧୩ତାରିଖରେ ପ୍ରାର୍ଥପତ୍ର ପ୍ରତ୍ୟାହାର […]

୭୪ ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା , ଭୋଟ ପରେ ପ୍ରତିଶୃତି ଭୁଲିଗଲେ କି ସରକାର !କେବେ ଶୁଣିବେ କଲରାପରୀ ଗାଁ ର ସମସ୍ୟା

ବାରଙ୍ଗ,୩/୩(ସତ୍ୟସନ୍ଧାନଡେସ୍କ) ସ୍ବାଧିନତାର ୭୪ ବର୍ଷ ପରେ ବି ଅପହଞ୍ଚ ସରକାରୀ ଯୋଜନା । ନା ଅଛି ରାସ୍ତା ନା ପିଇବା ପାଇଁ ପାଣି । କେବଳ ଅଛି ନେତା ଓ ବଡ ବାବୁଙ୍କର ପ୍ରତିଶୃତି । ପ୍ରତିଶୃତି ରେ ରହିଯାଇଛି ଏମାନଙ୍କ ଭାଗ୍ୟ । ଏ ଅଫିସ ରୁ ସେ ଅଫିସ ଦୌଡି ଦୌଡି ଅଣୟାତ ହୋଇଗଲେଣି । ହେଲେ ଶୁଣିବାକୁ କେହି ନାହାନ୍ତି । ତେବେ  କେବେ ପଡିବ ବଡବାବୁମାନଙ୍କର ପାଦ । କେବେ ବୁଝିବେ […]

ବିଶ୍ୱବନ୍ୟପ୍ରାଣୀଦିବସ-ସମୁଦ୍ର ବେଳାଭୂମିରେ ବାଲୁକା କଳା, ନନ୍ଦନକାନନରେ ପୁରସ୍କାର

ପୁରୀ,୩/୩(ଏସ ଏସ ନିୟୁଜ)ଆଜି ହେଉଛି ବିଶ୍ୱବନ୍ୟପ୍ରାଣୀଦିବସ। ଆମେ ଯେମିତି ସମଜାରେ ବାସ କରୁଛନ୍ତି, ଠିକ୍ ସେମିତି ପଶୁପକ୍ଷୀ ମାନେ ନିଜ ଜୀବନ ପାଇଁ ବଣ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ବନ୍ୟପ୍ରାଣୀଙ୍କ ବିନା ଆମ ଜୀବନ ମଧ୍ୟ ଅସମ୍ପୂର୍ଣ୍ଣ। ତେଣୁ ଆମେ ବଣ ଜଙ୍ଗଲ ସୁରକ୍ଷିତ ରଖିଲେ ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ରହିବେ। ତାଙ୍କ ସୁରକ୍ଷା ହିଁ ତାଙ୍କ ପାଇଁ ଆମର ପ୍ରକୃତ ଭଲପାଇବା ହେବ। ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜିର ଏହି […]

୧୦ ଜିଲ୍ଲା ପାଇଁ ୧୦ ଅଧିକାରୀ

ଭୁବନେଶ୍ବର,୨/୩(ଏସଏସନିୟୁଜ) ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ନିଯୁକ୍ତ ହେଲେ ୧୦ ଅଧିକାରୀ । ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ବରିଷ୍ଠ ଅଧିକାରୀ ଓ ଏହାସହ ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଳସେଚନର ସମୀକ୍ଷା କରିବେ ଅଧିକାରୀ । ତେବେ ନୂଆପଡ଼ା ଦାୟିତ୍ବରେ ବିଷ୍ଣୁପଦ ସେଠୀ, ରାୟଗଡ଼ା ପାଇଁ ନିକୁଞ୍ଜ ଧଳ, ନବରଙ୍ଗପୁର ପାଇଁ ଅରବିନ୍ଦ ଅଗ୍ରୱାଲ, କନ୍ଧମାଳ ପାଇଁ ମଧୁସୂଦନ ପାଢୀ, କଳହାଣ୍ଡି-ପାଇଁ ସତ୍ୟବ୍ରତ ସାହୁ, ମାଲକାନଗିରି ପାଇଁ ଏନ.ବି.ଜାୱେଲ, ବଲାଙ୍ଗିର ପାଇଁ […]