ବିଶ୍ୱବନ୍ୟପ୍ରାଣୀଦିବସ-ସମୁଦ୍ର ବେଳାଭୂମିରେ ବାଲୁକା କଳା, ନନ୍ଦନକାନନରେ ପୁରସ୍କାର

ପୁରୀ,୩/୩(ଏସ ଏସ ନିୟୁଜ)ଆଜି ହେଉଛି ବିଶ୍ୱବନ୍ୟପ୍ରାଣୀଦିବସ। ଆମେ ଯେମିତି ସମଜାରେ ବାସ କରୁଛନ୍ତି, ଠିକ୍ ସେମିତି ପଶୁପକ୍ଷୀ ମାନେ ନିଜ ଜୀବନ ପାଇଁ ବଣ ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି। ବନ୍ୟପ୍ରାଣୀଙ୍କ ବିନା ଆମ ଜୀବନ ମଧ୍ୟ ଅସମ୍ପୂର୍ଣ୍ଣ। ତେଣୁ ଆମେ ବଣ ଜଙ୍ଗଲ ସୁରକ୍ଷିତ ରଖିଲେ ବନ୍ୟପ୍ରାଣୀ ମଧ୍ୟ ସୁରକ୍ଷିତ ରହିବେ। ତାଙ୍କ ସୁରକ୍ଷା ହିଁ ତାଙ୍କ ପାଇଁ ଆମର ପ୍ରକୃତ ଭଲପାଇବା ହେବ। ବିଶ୍ୱପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜିର ଏହି ଦିନରେ ପୁରୀ ସମୁଦ୍ର ବେଳାଭୂମିରେ ତିଆରି କରିଛନ୍ତି ଏହି ସୁନ୍ଦର ବାଲୁକା କଳା ।

ସେହିଭଳିଭାବେ ନନ୍ଦନକାନନରେ ପାଳିତ ହୋଇଯାଇଛି ବିଶ୍ୱବନ୍ୟପ୍ରାଣୀ ଦିବସ । ଏସିଏଫ ଅମୁଲ୍ୟକୁମାରପରିଡାଙ୍କ ତତ୍ୱାବଧାନରେ ବଟାନିକାର୍ଲ ଗାର୍ଡେନ ଏସିଏଫ ବନମାଳିସାହୁ ,ଶିକ୍ଷାଅଧିକାରୀ ମିଲନକୁମାରପଣ୍ଡା ଙ୍କ ସହଯୋଗରେ ବନ୍ୟଜନ୍ତୁମାନଙ୍କର ସୁରକ୍ଷା,ବଂଶବୃଦ୍ଧି , ଆବଶ୍ୟକତା ଆଦି ବିଷୟରେ ପର୍ଯ୍ୟଟକମାନଙ୍କୁ ସଚେତନ କରାଯାଇଥିଲା । ଏକ ଦସ୍ତଖତ ଅଭିଯାନ ସହ କୁଇଜ ପ୍ରତିଯୋଗୀତା କରାଯାଇ କୃତି ପ୍ରତିଯୋଗୀକୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Comments (0)
Add Comment