Browsing monthly archive

June 2022

ଭିଜିଲାନ୍ସ ଜାଲରେ ପଡିଲେ ପୂର୍ଣ୍ଣଚନ୍ଦ୍ର

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଲେ ଅନୁସଚିବ, ଯୋଜନା ଓ ସମନ୍ୱୟ ବିଭାଗ ଉପସଚିବ ପୂର୍ଣ୍ଣଚନ୍ଦ୍ର ସାହୁ ।ଏକ ବିଲ୍ କରାଇ ଦେବାକୁ କମ୍ପ୍ୟୁଟର ଫାର୍ମ ମାଲିକଙ୍କ ଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

ପିସିସି ସଭାପତିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡି ବିଜୟ ଲାଭ କରିବାପରେ ମୁହଁ ଖୋଲିଲେ ପିସିସି ସଭାପତି ଶରତ ପଟ୍ଟନାୟକ ।ନିର୍ବାଚନ ଫଳାଫଳ କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୋଡ ବଦଳାଇବ ଫଳାଫଳ, କଂଗ୍ରେସ ପାଇଁ ଟର୍ଣ୍ଣିଙ୍ଗ ପଏଣ୍ଟ। ଏବେ ଆମର ଲଢ଼େଇ ବିଜେଡି ସହ ହେବ। ଦ୍ଵିତୀୟ ସ୍ଥାନକୁ ଆସିପାରିଛି କଂଗ୍ରେସ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ନିର୍ବାଚିତ ହେଲେ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ତିନି ରାଜ୍ୟସଭା ପ୍ରାର୍ଥୀ ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ।ସାର୍ଟିଫିକେଟ ଦେଲେ ରିଟର୍ଣ୍ଣିଂ ଅଫିସର ବିଷ୍ଣୁ ପ୍ରସାଦ ମିଶ୍ର ।

ଚିହ୍ନଟ ହେଲେ ୨ ସ୍ୱାଇନ୍ ଫ୍ଲୁ ରୋଗୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ରାଜ୍ୟରେ ୨ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେମାନଙ୍କ ମଧ୍ୟରେ ଜଣେ ୩୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୨୮ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।ଉଭୟେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବାର କହିଛନ୍ତି।

ବ୍ରଜରାଜନଗରରେ ବିଜେଡି ଜିତିଲା

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ବ୍ରଜରାଜନଗର ଉପ ନିର୍ବାଚନରେ ୬୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ ଲାଭ କରିଛି ।ଯଦିଓ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଙ୍କୁ ପରାସ୍ତ କରି ଅଳକା ବିଜୟ ଲାଭ କରିଛନ୍ତି ।ତେବେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

EDରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) EDରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।ପ୍ରଭାତ ତ୍ରିପାଠୀ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ହାଜର ହେଲେ ପ୍ରଭାତ ତ୍ରିପାଠୀ। ଆଜି ହାଜର ହେବା ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା .।

ଗାଇଡଙ୍କ ଟିକେଟ କାଟିବା ଉପରେ କଟକଣା

ବାରଙ୍ଗ,୨/୬(ଏସଏସନିଉଜ)ଆଉ ଗାଇଡମାନେ ନନ୍ଦକାନନର ପ୍ରବେଶ ଟିକେଟ କାଟିପାରିବେନାହିଁ ।ଗୁରୁବାରଠାରୁ ଗାଇଡମାନଙ୍କ ଟିକେଟ କାଟିବା ଉପରେ ରୋକ ଲଗାଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଗୁରୁବାର ଅପରାହ୍ନରେ ରାଜସ୍ୱବିଭାଗର ରେଞର ସାବଗତିକାସାହୁ ଅଚାନକ ଟିକେଟ କାଉଂଟର ପାଖରେ ପହଂଚି ଗାଇଡମାନଙ୍କୁ ଟିକେଟ ନଦେବାକୁ କାଉଂଟରରେ ଥିବା କର୍ମଚାରୀମାନଙ୍କୁ କହିଥିଲେ ।ଏହା ଜାଣିବାପରେ ଗାଇଡମାନେ ଆସି ହାହୋ୍‌ଲା କରିଥିଲେ ।ରେଞର ଗାଇଡମାନଙ୍କୁ ବୁଝାସୁଜା ନକରିପାରିବାରୁ ବାଧ୍ୟ ହୋଇ ଉପନିର୍ଦ୍ଦେଶକ ଘଟଣାସ୍ଥଳରେ ପହଁଚିବା ସହ କଳାବଜାରୀ ରୋକିବା ସହ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି […]

ଗୋଟିଏ ଦିନରେ ୩ନାଗସାପ ଉଦ୍ଧାର

ମେଣ୍ଢାଶାଳ,୨/୬(ଏସଏସନିଉଜ)ଅତ୍ୟଧିକ ଗରମ ଓ ସୁର୍ଯ୍ୟତାପ ବୃଦ୍ଧି ଯୋଗୁ ସାପ ସବୁବାହାରି ବିଭିର୍ଣ ଲୋକଙ୍କ ଘରେ ପଶୁଥିବାର ଦେଖାଦେଇଛି ।ବୁଧବାରସନ୍ଧ୍ୟାରେ ମେଣ୍ଢାଶାଳ ଗ୍ରାମର ଅଭିନ୍ନମାନସିଂହ,ଗିରିଙ୍ଗାପୁଟ ଗ୍ରାମର ଟୁଟୁସାହୁଙ୍କ ଘରୁ ୬ଫୁଟ ଲମ୍ବର ତିନଟି ନାଗସାପ ଉଦ୍ଧାର ହୋଇଛି ।ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତପାତ୍ର ୩ଟିନାଗାସପକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାବେଳେ ଗିରିଙ୍ଗାପୁଟରୁ ଧରା ହୋଇ ଥିବାସାପକୁ କୁକୁଡାମୁଣ୍ଡି ପାହଡରେ ଛାଡିଥିବାର ଜଣାପଡିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ସିଦ୍ଧେଶ୍ୱର ପାହାଡରେ ଗୋଟିକିଆ ଦନ୍ତା

ବାରଙ୍ଗ,୨/୬(ଏସଏସନିଉଜ)ଗୁରୁବାରଦିନ ସକାଳେ ନରାଜ ସିଦ୍ଧେଶ୍ୱର ପାହଡରେ ଗୋଟିଏ ବଣୁଆ ଦନ୍ତାହାତୀ ଥିବାର ଦେଖିବାକୁ ମିଳୁଛି ।ସକାଳେ ସ୍ଥାନୀୟ ଲୋକମାନେ ଏହାକୁ ଦେଖିବାପରେ ଦନ୍ତାକୁ ଦେଖିବାପାଇଁ ଦେଖଣାହାରୀଙ୍କର ଭୀଡ ଲାଗିରହିଥିଲା ।ଖବରପାଇ ଭଗିପୁର ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ମାନେ ପହଁଂଚି ଗୋଟିକିଆ ବଣୁଆ ଦନ୍ତାହାତୀର ଗତିବିଧି ଉପରେ ନଜର ରଖିଥିଲେ ।ଏହି ଦନ୍ତାଟି ଆଠଗଡ ବନଖଣ୍ଡରୁ ବାହାରି ମହାନଦୀ ପାର ହୋଇ ଚନ୍ଦକା-ଡମପଡା ବନଖଣ୍ଡକୁ ଯାଉଥିବାବେଳେ ସକାଳ ହୋଇଯିବାରୁ ସିଦ୍ଧେଶ୍ୱର ପାହଡକୁ ଚାଲିଆସିଥିଲା ବୋଲି ଅନୁମାନ କରିଛି […]

ଆଜିର ରାଶିଫଳ

୨୦୨୨ ମସିହା  ଜୁନ ମାସ ୩ ତାରିଖ,ଜେଷ୍ଠ ମାସ- ଶୁକ୍ଳ ପକ୍ଷ,ତିଥି- ଚତୁର୍ଥୀ, ସୁର୍ୟୋ ଦୟ-ପ୍ରାତଃ ଘ୫/୧୦/ ୨୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୧୮/୦୩,ବିଛା, ଧନୁ ଓ ମୀନ ରାଶି ର ଘାତବାର,କନ୍ୟା ରାଶିର ଘାତଚନ୍ଦ୍ର,ଚର୍ତୁଥିର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମୂଳା ଭକ୍ଷଣ ନିଷେଧ। 🐏ମେଷ👉ଆପଣ ସୁସ୍ଥ ସବଳ ରହିବେ। ସବୁ କାମ ଭଲ ଭାବରେ ସ˚ପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଲାଭ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। 🐮ବୃଷ👉ଧର୍ମ କାର୍ଯ୍ୟରେ ଆସ୍ଥା ବଢ଼ିବ। ଜୀବନସାଥୀଙ୍କ […]