Browsing daily archive

July 13, 2022

ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୧୪ ତାରିଖ (ଗୁରୁବାର) ଆଷାଢ଼ ମାସ -ଶୁକ୍ଳପକ୍ଷ ,ତିଥି-ପ୍ରତିପଦା ରା ଘ୮/୧୯ ପର୍ଯ୍ୟନ୍ତ ତଦନ୍ତେ ଦ୍ୱିତିଆ,ସୁର୍ୟୋଦୟ ପ୍ରାତଃ ଘ୦୫/୧୯/୩୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୧୩,ତୁଳା ଓ କୁମ୍ଭ ରାଶିର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ପ୍ରତିପଦାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ପାଣି କଖାରୁ ରାତ୍ରି ଘ୮/୧୦ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି […]

କେବେ ଦୟା କରିବେ ବାବୁ

ବାରଙ୍ଗ,୧୩/୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ ଓସ୍ରପଡା ଗ୍ରାମର ପ୍ରଧାନସାହିରେ ବିଦ୍ୟୁତ ଟ୍ରାନ୍ସଫର୍ମର ଟି ପୋଡିଯାଇଥିବାରୁ ଗ୍ରାମବାସୀମାନେ ନାହିଁନଥିବା ହଇରାଣ ହେଉଛନ୍ତି ।ଏହି ଟ୍ରାନ୍ସଫର୍ମର ଉପରେ ପ୍ରାୟ ୬୦ରୁ ଉର୍ଦ୍ଧ ଗ୍ରାହକ ନିର୍ଭର କରୁଛନ୍ତି । ଲଘୁଚାପଜନିତ ବର୍ଷା ତୁହାକୁତୁହା ଲାଗିରହିଥିବାବେଳେ ବିଦ୍ୟୁତ ନଥିବାରୁ ଲୋକମାନଙ୍କ ଦୁର୍ଦ୍ଦଶା ବଢିଯାଇଛି ।ପ୍ରାୟ ଲୋକମାନେ ଘରେ ଟ୍ୟୁୱେଲ ଲଗାଇଥିବାବେଳେ ବିଦ୍ୟୁତ ନରହିବାରୁ ଟ୍ୟୁୱେଲରୁ ସଂଯୋଗ ପାଣିମଟର କାମକରୁନାହି ।ଅନ୍ୟପଟେ ଗାଁରେ ଥିବା ଏକମାତ୍ର କୁଅ ପରିତ୍ୟକ୍ତ ହୋଇ ରହିଥିବାରୁ ପାଣି ପାଇଁ ହଇରାଣ ହେଉଛନ୍ତ […]

ସରିଲା ନିର୍ବାଚନ, ସଭାପତି ହେଲେ ମହେନ୍ଦ୍ର

ବାରଙ୍ଗ,୧୩/୭(ଏସଏସନିଉଜ)ମେଣ୍ଢାଶାଳସ୍ଥିତ ଖୋର୍ଦ୍ଧା କେନ୍ଦ୍ରସମବାୟ ବ୍ୟାଙ୍କ ଶାଖାଅଧିନରେ ଥିବା ୬ଗୋଟି ସେବାସମବାୟ ସମିତି ନିର୍ବାଚନ ଶେଷ ହୋଇଛି ।ପୁର୍ବରୁ ୫ଟି ସମିତିର ନିର୍ବାଚନ ସରିଥିବାବେଳେ ବୁଧବାର ମେଣ୍ଢାଶାଳ ସେବା ସମବାୟ ସମିତି ପାଇଁ ନିର୍ବାଚନ ହୋଇଥିଲା ।ସଭାପତି ପାର୍ଥୀ ପାଇଁ ମହେନ୍ଦ୍ରକୁମାରପ୍ରଧାନ ପାର୍ଥିପତ୍ର ଦାଖଲ କରିଥିଲେ ।କେହି ପ୍ରତିଦ୍ୱନ୍ଦି ପାର୍ଥୀପତ୍ର ଦାଖଲ ନକରିବାରୁ ସେ ନିଦ୍ୱନ୍ଦରେ ସଭାପତିଭାବେ ମନୋନିତ ହୋଇଥିଲେ ।ପୁର୍ବରୁ ଅନୁଷ୍ଠିତ ହୋଇସାରିଥିବା ଅନ୍ୟ ୫ଗୋଟି ଅଙ୍ଗାରପଡା ସମିତିରୁ ଆଲୋକକୁମାରପ୍ରଧାନ,ଅରିଶୋଲ ସମିତିରୁ ମଙ୍ଗୁଳିଚରଣ ସ୍ୱାଇଁ,କଂଟାବାଡ ସମିତିରୁ ଭାବଗ୍ରାହୀ […]

ଧର୍ମ ପରାୟଣ ମହିଳାଙ୍କ ପରଲୋକ

ବାରଙ୍ଗ, ୧୩/୭(ଏସଏସନିଉଜ) ବାରଙ୍ଗ ବ୍ଲକ ଅନ୍ତର୍ଗତ ଦାଢାପାଟଣା ଗ୍ରାମର ସ୍ବର୍ଗତ ବିଷ୍ଣୁ ଚରଣ ସାହୁଙ୍କ ପତ୍ନୀ ଫୁଲ ସାହୁଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମପରାୟଣ ମହିଳା ଥିବାରୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ସମୟରେ ଜ୍ୟେଷ୍ଠ ପୁତ୍ର ସୁରେନ୍ଦ୍ର, ଦେବେନ୍ଦ୍ର, ଶିବେନ୍ଦ୍ର, ଜିତେନ୍ଦ୍ର, ସମସ୍ତ ଝିଅ, ନାତି ଓ ନାତୁଣୀଙ୍କ ସହିତ ସମସ୍ତ ଶୋକାକୁଳ ପରିବାର ଉପସ୍ଥିତ ଥିଲେ। ପୁରା ଗ୍ରାମ ପରିକ୍ରମା କଲା ପରେ ପୁରୀର ସ୍ବର୍ଗ […]

ଜବତ ହେଲା ୧୫ ଲକ୍ଷ ଟଙ୍କାର ଜାଲ ନୋଟ

ଭୁବନେଶ୍ୱର,୧୩/୭(ଏସଏସନିଉଜ)କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ୱାରା ସମ୍ବଲପୁର ଯୁଯୁମରା ନିକଟରେ ୧୫ ଲକ୍ଷ ଟଙ୍କାର ଜାଲ ନୋଟ ଜବତ ହୋଇଛି ।ଏହାସହ ୨ ଆନ୍ତରାଜ୍ୟ ମାଫିଆକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ନିର୍ଭରଯୋଗ୍ୟ ସୁତ୍ରରୁ ସୂଚନା ପାଇ ଏସଟିଏଫ ସମ୍ବଲପୁର ଜିଲ୍ଲା ପୋଲିସ ସହାୟତାରେ ଗତକାଲି ଜୁଜୁମାରା ପୋଲିସ ଷ୍ଟେସନ ଅଧିନସ୍ଥ ନୁଆ ଆଡାପଡା ଗ୍ରାମରେ ନକଲି ନୋଟର ବେଆଇନ ବ୍ୟବସାୟ ହେଉଥିବାର ଜାଣିବାକୁ ପାଇଥିଲେ ।ଚଢଉ କରି ଘଟଣାସ୍ଥଳରୁ ପୋଦର ପ୍ରସାଦ ସାହୁ ଓ ଜନ୍ମେଜୟବାଗ୍ କୁ ଗିରଫକରିବାରେ […]

କାଲି ଶ୍ରଦ୍ଧାଳୁଙ୍କ ପାଇଁ ମା ତାରିଣୀଙ୍କ ଦର୍ଶନ ବନ୍ଦ

କେନ୍ଦୁଝର,୧୩/୭(ଏସଏସନିଉଜ) ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ମା’ ତାରିଣୀଙ୍କ ଦର୍ଶନ ବନ୍ଦ ।ସକାଳ ୬ଟାଠାରୁ ସନ୍ଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ ରହିବ.ାଆଷାଢୀ ପର୍ବ ପାଇଁ ସକାଳଠାରୁ ସନ୍ଧ୍ୟା ୬ଟା ୩୦ ପର‌୍ୟ୍ୟନ୍ତ ଦର୍ଶନ ବନ୍ଦ. ।ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଜିଲାନ୍ସ ଜାଲରେ ମହିଳା ଯନ୍ତ୍ରୀ

ବେଗୁନିଆ , ୧୩/୭(ଏସଏସନିଉଜ)୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ମହିଳା ଯନ୍ତ୍ରୀ ।ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁ ଧରାପଡ଼ିଲେ ।ବିଲ୍ ପାସ୍ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।

ନଦୀକୁ ଡେଇଁ ପଡିଲେ ଯୁବତୀ

ଯାଜପୁର, ୧୩/୭(ଏସଏସନିଉଜ) ଜେନାପୁର ଥାନା ଯୋକଡ଼ିଆ ବ୍ୟାରେଜ୍ ନିକଟରେ ଜଣେ ଯୁବତୀ ଖରସ୍ରୋତା ନଦୀକୁ ଡେଇଁ ନିଖୋଜ ହୋଇଛନ୍ତି ।ନିଖାଜ ଯୁବତୀ ହେଉଛନ୍ତି ବାଉଁଶ ଅଣ୍ଟା ଗାଁ ର କାଠିଆ ଦେହୁରିଙ୍କ ଝିଅ ଧାନି ।ଯୁବତୀଜଣଙ୍କ ମାମୁଁଘର ଛୋଟରାୟପୁର ଗାଁରୁ ସକାଳୁ ସାଇକେଲ ଯୋଗେଆସି ଯୋକଡ଼ିଆ ଆନିକଟ ବଜାରକୁ ଆସି ଚା ପାଇବା ପରେ ବ୍ୟାରେଜ୍ ଉପରୁ ନଦୀକୁ ଡେଇଁ ପଡିଛନ୍ତି। ଯୁବତୀ ଜଣଙ୍କ କାହିଁକି ଏପରି ପଦକ୍ଷପ ନେଲେ ତାହା କିଛି ଜଣାପଡି ନଥିବାବେଳେ ଅଗ୍ନିଶମ […]

ବାଲେଶ୍ବରରେ ହେବ ଟଙ୍କାଛାପା କାଗଜ କାରଖାନା

ବାଲେଶ୍ଵର, ୧୩/୭(ଏସଏସନିଉଜ) ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା ରେମୁଣା ତହସିଲ ଅଞ୍ଚଳରେ ହେବାନେଇ ସର୍ବେକ୍ଷଣ ଆରମ୍ଭ ହୋଇଛି । ମଙ୍ଗଳବାରଦିନ ଆର୍‌ବିଆଇର ତିନିଜଣିଆ ଅଧିକାରୀ ଜମି ସର୍ବେକ୍ଷଣ ଲାଗି ଆସିଥିଲେ ।ଏହିତିନଜଣିଆ ଦଳ ପ୍ରଥମେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଆଲୋଚାନ କରିବାପରେ ରେମୁଣା ବ୍ଳକ ପଦାବଡ଼ଗଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗ ସୁବିଧାକୁ ଯାଞ୍ଚ କରିଥିଲେ।

ଓଡିଶା ଆସିଲା ବାଲାଟ ବକ୍ସ

ଭୁବନେଶ୍ୱର,୧୩/୭(ଏସଏସନିଉଜ)ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ୍ ବକ୍ସ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ ଓଡିଶା ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି । ସେଠାରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ବାଲାଟ୍ ବକ୍ସ ନିର୍ବାଚନ ସମ୍ପର୍କିତ ସାମଗ୍ରୀକୁ ରଖାଯାଇଛି!.. ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ […]