Browsing monthly archive

July 2022

ଆଜିର ରାଶିଫଳ

ଜୁଲାଇ ମାସ ୨୨ ତାରିଖ ୨୦୨୨ ମସିହା(ଶୁକ୍ରବାର)ଶ୍ରାବଣ-କୃଷ୍ଣପକ୍ଷ ,ତିଥି- ନବମୀ ,ସୁର‌୍ୟୋଦୟ-ପ୍ରାତଃ ଘ୦୫/୨୩/୧୮ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୨୧ ,ବିଛା ରାଶିର ଘାତଚନ୍ଦ୍ର ,ବିଛା,ଧନୁ ଓ ମୀନ ରାଶିର ଘାତବାର ,ଦଶମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଲାଉ ଦିବା ଘ ୦୯/୨୩ ଗତେ କଳମଶାଗ ଭକ୍ଷଣ ନିଷେଧ ।  ମେଷ-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର‌୍ୟ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ […]

ସୁନ୍ଦରଗଡରେ ଡବଲ୍ ମର୍ଡର

ସୁନ୍ଦରଗଡ଼,୨୧/୭(ଏସଏସନିଉଜ) ବଡଗାଁ ଥାନା ଅନ୍ତର୍ଗତ ସାଲବିରା ଗ୍ରାମରେ ଡବଲ୍ ମର୍ଡର ହୋଇଛି । କୋଦାଳରେ ହାଣି ୭୨ ବର୍ଷୀୟ ବୃଦ୍ଧଙ୍କୁ ନିର୍ମମ ହତ୍ୟା କରିସାରିବାପରେ ହତ୍ୟାକାରୀଙ୍କୁ ହତ୍ୟା କରାଯାଇଛି । ୭୨ ବୟସ୍କ ବୃଦ୍ଧ ପ୍ରଫୁଲ୍ଲ ମାଝୀ ଜଙ୍ଗଲରୁ ଗାଈଚରାଇ ଘରକୁ ଫେରୁଥିବାବେଳେ ଘନଶ୍ୟାମ ମାଝୀ ନିର୍ମମ ଭାବେ କୋଦାଳ ଏବଂ ଟାଙ୍ଗିଆ ରେ ହାଣି ପ୍ରଫୁଲ୍ଲ ଙ୍କୁ ହତ୍ୟା କରି ଆସୁଥିବାବେଳେ ତାଙ୍କୁ କେହି ହତ୍ୟା କରିଛି ।ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।ଖବର […]

ଦାୟିତ୍ୱ ନେଲେ ମହେନ୍ଦ୍ର କୁମାର

ମେଣ୍ଢାଶାଳ,୨୧/୭(ଏସଏସନିଉଜ) ମେଣ୍ଢାଶାଳଠାରେ ଥିବା ସମବାୟସମିତି କାର୍ଯ୍ୟାଳୟପରିସରରେ ନବନିର୍ବାଚିତ ସଭାପତି ଙ୍କୁ ବୁଧବାରଦିନ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।ଭୁବନେଶ୍ୱର ସମବାୟ ସମ୍ପ୍ରସାରଣ ଅଧିକାରୀ ଶଶିଶେଖରରଥ ନିର୍ବାଚିତ ସଭାପତି ମହେନ୍ଦ୍ରକୁମାରପ୍ରଧାନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତିାଏହି ଦାୟିତ୍ୱ ହସ୍ତାନ୍ତର ଉସ୍‌ବରେ ଗ୍ରାମର ବରିଷ୍ଠନାଗରିକ ଭରତ ଚନ୍ଦ୍ର ରାଉତରାୟ, ସମିତିର ପରିଚାଳନା ନିର୍ଦ୍ଦେଶକ କାଳୁଚରଣ ଦାସ, ନିମାଇଁ ଚରଣ ବିଶ୍ୱାଳ,ରାକ ଖାଁନ୍‌,ଗୁରୁପ୍ରସାଦ ସାମନ୍ତରାୟ, ରତ୍ନାକର ସାହୁ, ସରୋଜକୁମାର ପାତ୍ର,ମୁରଲିଧର ମହାନ୍ତି ,କୁନ୍ତଳା ପଟ୍ଟନାୟକ, ପବିତ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମିଦିନରେ […]

ଦ୍ରୌପଦୀ ମୁର୍ମୁ ହେଲେ ଭାରତର ନୂଆ ରାଷ୍ଟ୍ରପତି

ଭୁବନେଶ୍ୱର,୨୧/୭(ଏସଏସନିଉଜ)ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରିଛନ୍ତି । ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ବିପକ୍ଷ ମହାମେଣ୍ଟର ଯଶୱନ୍ତ ସିହ୍ନାକୁ ପରାସ୍ତ କରିଛନ୍ତି । ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ସେ ମୋଟ ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇଛନ୍ତି । ତୃତୀୟ ରାଉଣ୍ଡରେ ମୋଟ ୩୨୧୯ଟି ଭୋଟ ରହିଥିବା ବେଳେ ତା’ର ମୂଲ୍ୟ ୮ ଲକ୍ଷ ୩୮ ହଜାର ୮୩୯ ରହିଥିଲା । ଦ୍ରୌପଦୀଙ୍କୁ ମିଳିଥିବା […]

ଆଜିର ରାଶିଫଳ

ଜୁଲାଇ ମାସ ୨୧ ତାରିଖ ୨୦୨୨ ମସିହା(ଗୁରୁବାର)ଶ୍ରାବଣ-କୃଷ୍ଣପକ୍ଷ ,ତିଥି- ଅଷ୍ଟମୀ ଦିବା ଘ୦୮/୦୬ ପର‌୍ୟ୍ୟନ୍ତ ତଦନ୍ତେ ନବମୀ ,ସୁର‌୍ୟୋଦୟ-ପ୍ରାତଃ ଘ୦୫/୨୨/୫୮ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୩୧ ,ମେଷ ରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭ ରାଶିର ଘାତବାର ,ନବମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ନଡିଆ ଦିବା ଘ ୦୮/୦୬ ଗତେ ଲାଉ ଭକ୍ଷଣ ନିଷେଧ ମେଷ-ଆଜି ଯାହା ହେଉନା କାହିଁକି ଆପଣ ନିଜ ଆତ୍ମୀୟମାନଙ୍କ ସହ କଳି କରିବେ ନାହିଁ । ପରିସ୍ଥିତି ଯେମିତି ହେଉ […]

ଗଞ୍ଜାମଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଗଞ୍ଜାମ,୨୦/୭(ଏସ ଏସ ନିଉଜ) ଗଞ୍ଜାମଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।ଜୁଲାଇ ୧୭ ରୁ ୩୦ ପର୍ଯ୍ୟନ୍ତ ଛୁଟି ବାତିଲ୍ କରିଛନ୍ତି ଗଂଜାମ ଜିଲ୍ଲାପାଳ ।ଗଂଜାମରେ ପ୍ରବଳ ବର୍ଷା ସମ୍ଭାବନା ଯୋଗୁଁ ବନ୍ୟା ପରିସ୍ଥିତି ଆଶଙ୍କା ଦେଖାଦେଇଛି ।ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଛୁଟି ବାତିଲ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

କାଶୀପୁର ପରେ ଏବେ କୋରାପୁଟରେ ଝାଡ଼ାବାନ୍ତି

ଭୁବନେଶ୍ୱର,୨୦/୭(ଏସଏସନିଉଜ)କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଛି ।ଦଶମନ୍ତପୁର ବ୍ଲକର ଛତାଆମ୍ବ ଗାଁରେ ଦ୍ରୁତଗତିରେ ବ୍ୟାପୁଛି ଝାଡ଼ାବାନ୍ତି ।ଛତାଆମ୍ବ ଗାଁର ୨ ଗୁରୁତର ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।ଅନ୍ୟପଟେ କାଶୀପୁରର ହଇଜା ପ୍ରବଣ ଅଂଚଳ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର‌୍ୟ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ରାଉରକେଲା ଏନଆଇଟିରେ ଅଗ୍ନିକାଣ୍ଡ

ରାଉରକେଲା, ୨୦/୭(ଏସଏସନିଉଜ) ରାଉରକେଲା ଏନଆଇଟି ସାଇନ୍ସ ବିଲ୍ଡିଂର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ କମ୍ପ୍ୟୁଟର ସମେତ ଏକାଧିକ ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ କାହାର କୈାଣସି କ୍ଷତି ହୋଇନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଛି ।

ରାଉରକେଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଉରକେଲା, ୨୦/୭(ଏସଏସନିଉଜ) ରାଉରକେଲାରେ ମାସ୍କ ବାଧ୍ୟତାମୂଳକ ନେଇ କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।ସର୍ବସାଧାରଣ ସ୍ଥାନ ଓ ଦୋକାନ ବଜାର ଯିବା ବେଳେ ମାସ୍କ ପିନ୍ଧିବା ପରାମର୍ଶ ଦିଆଯାଇଥିବାବେଳେ ପ୍ରଥମେ ଲୋକମାନଙ୍କୁ ସଚେତନ କରାଯିବ କହିଲେ କମିଶନର ।

ସ୍ତ୍ରୀ ମାନ୍ୟତା ଦାବିରେ ଥାନା ଆଗରେ ଧାରଣା

କୋଣାର୍କ,୨୦/୭(ଏସଏସନିଉଜ) ସ୍ତ୍ରୀ ମାନ୍ୟତା ଦାବି କରି ଥାନା ଆଗରେ ଯୁବତୀ ଧାରଣା ଦେଇଛନ୍ତି ।ନୂଆଗଡ଼ ସାମୁଦ୍ରିକ ଥାନା ଆଗରେ ଜନୈକା ଯୁବତୀଙ୍କ ଧାରଣା ।କିଛିଦିନ ତଳେ ଉକ୍ତ ଗାଁର ଜଣେ ଯୁବକ ଯୁବତୀଙ୍କୁ ନେଇ ଚମ୍ପଟ ମାରିଥିଲା ।ସମ୍ପୃକ୍ତ ଯୁବକ ରାଜ୍ୟ ବାହାରେ ୧୧ ଦିନ ରଖିବା ପରେ ପୁଣି ଗାଁରେ ଛାଡ଼ିଦେଇଥିବାର ଧାରଣାରେ ବସିଥିବା ଯୁବତୀ ଅଭିଯୋଗ କରିଛନ୍ତି ।