ଭୁବନେଶ୍ୱର,୨୦/୭(ଏସଏସନିଉଜ)କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ଆରମ୍ଭ କରିଛି ।ଦଶମନ୍ତପୁର ବ୍ଲକର ଛତାଆମ୍ବ ଗାଁରେ ଦ୍ରୁତଗତିରେ ବ୍ୟାପୁଛି ଝାଡ଼ାବାନ୍ତି ।ଛତାଆମ୍ବ ଗାଁର ୨ ଗୁରୁତର ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବାର ଜଣାପଡିଛି ।ଅନ୍ୟପଟେ କାଶୀପୁରର ହଇଜା ପ୍ରବଣ ଅଂଚଳ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିବା ସହ ଜନସ୍ବାସ୍ଥ୍ୟ ବିଭାଗର ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିବାକୁ ଯାଉଛନ୍ତି ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।